• ବେତାର ବ୍ୟୁରୋ

ଭିଡିଓ : 'ମୁକାବିଲା' ପରେ ୟୁଟ୍ୟୁବରେ ଟ୍ରେଣ୍ଡ କରୁଛି 'ଷ୍ଟ୍ରିଟ ଡାନ୍ସର 3D'ର ଏହି ଗୀତ


(ବେତାର ବ୍ୟୁରୋ) ନବେ ଦଶକରେ ଚହଳ କରିଥିବା 'ମୁକାବିଲା' ଗୀତକୁ ନୂଆ ରୂପରେ ପରିବେଷଣ କରିବା ପରେ ଓ ତାହା ବେଶ ଆଦୃତ ହେବା ପରେ 'ଷ୍ଟ୍ରୀଟ ଡାନ୍ସର 3D' ଫିଲ୍ମ ନିର୍ମାତା ମାନେ ନିକଟରେ ଆଉ ଏକ ଗୀତ ରିଲିଜ କରିଛନ୍ତି, ଯାହାକି ବେଶ ଭଲ ଭାବେରେ ୟୁଟ୍ୟୁବ ରେ ଟ୍ରେଣ୍ଡ କରୁଛି। ଅପଲୋଡ଼ ହେବାର ମାତ୍ର ପାଞ୍ଚଦିନ ଭିତରେ ଏହାକୁ ପ୍ରାୟ 4 କୋଟି ଦର୍ଶକ ୟୁଟ୍ୟୁବରେ ଦେଖିସାରିଲେଣି। ବରୁଣ-ଶ୍ରଦ୍ଧା ମୁକାବିଲା ପଞ୍ଜାବୀ ପପ ଗାୟକ ଗ୍ୟାରି ସାନ୍ଧୁ ଗାଇଥିବା ଏହି ଗୀତର ନାମ Illegal Weapon 2.0 (ଇଲିଗାଲ ୱିପନ 2.0) ରଖାଯାଇଛି। ଏହି ଗୀତଟି ମଧ୍ୟ ଗ୍ୟାରି ସାନ୍ଧୁଙ୍କ ଏକ ବହୁଳ ପ୍ରଚାରିତ ଗୀତ ଯାହା ପଂଜାବର ଲୋକପ୍ରିୟ ହୋଇଥିଲା। ଏହାର ଏକ ରି-ମେକ କୁ ଫିଲ୍ମରେ ସ୍ଥାନିତ କରାଯାଇଛି। ଏହି ଗୀତରେ ବରୁଣ ଧାବନ ଓ ଶ୍ରଦ୍ଧା କପୁରଙ୍କ ଚରିତ୍ର ମସଧ୍ୟରେ ନାଚକୁ ନେଇ ହେଉଥିବା ମୁକାବିଲା ବିଷୟରେ ଦେଖାଯାଇଛି। ପୂର୍ବରୁ ମଧ୍ୟ ABCD 2 ରେ ଏହି ଦୁଇ ଯୋଡି ଭଲ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ।

ପ୍ରଭୁଦେବା ଫିଲ୍ମ ଏକ ରିପୋର୍ଟ ଅନୁସାରେ ନିର୍ଦ୍ଦେଶକ ରେମୋ ଡି ସୌଜା କହିଛନ୍ତି ଯେ ଏହି ଗୀତରେ ପ୍ରଥମ ଥର ପାଇଁ ଦର୍ଶକମାନେ ବରୁଣ ଓ ଶ୍ରଦ୍ଧା ଗ୍ୟାଙ୍ଗ ମଧ୍ୟରେ ନାଚକୁ ନେଇ ହେଉଥିବା ମୁକାବିଲା ବିଷୟରେ ଦେଖିପାରିବେ। ଏ ବିଷୟରେ ଏକ ୱେବସାଇଟକୁ ରିମୋ କହିଥିଲେ ଯେ ' ଗୀତକୁ ରିଲିଜ କରିବା ପଛରେ ଉଦ୍ଦେଶ୍ୟ ଥିଲା ଯେ ଦର୍ଶକ ଶ୍ରଦ୍ଧାଙ୍କ ଚରିତ୍ର ସହିତ ଟିକିଏ ପରିଚିତ ହୁଅନ୍ତୁ। ଗ୍ୟାରି ସାନ୍ଧୁ ଙ୍କଏହି ଗୀତରେ ଟ୍ୟୁନ ଆମେ ରଖିଛୁ ହେଲେ ଗୀତ ଲିରିକ୍ସ ଆମେ ବଦଳେଇ ଦେଇଛୁ ଓ ଆଶା କରୁଛୁ ଏହା ଦର୍ଶକଙ୍କୁ ପସନ୍ଦ ଆସିବ। 'ଷ୍ଟ୍ରୀଟ ଡାନ୍ସର 3D' ଫିଲ୍ମ ଆସନ୍ତା ଜାନୁୟାରୀ 24 ରେ ରିଲିଜ ହେବ ଓ ଏହା ABCD ଫିଲ୍ମର ଏକ ସିକ୍ୱେଲ। ଏଥିରେ ଦକ୍ଷିଣ ଡାନ୍ସର ପ୍ରଭୁଦେବା ଓ ନୋରା ଫତେହି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।

#Bollywood #VarunDhawan #Entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon