• ବେତାର ବ୍ୟୁରୋ

ଜନ୍ମଦିନ ଶୁଭେଚ୍ଛା : ହ୍ରିତିକ ଲଗାଉଥିଲେ ଫିଲ୍ମ ସେଟ ରେ ଝାଡୁ , ଜାଣନ୍ତୁ କାହିଁକି


(ବେତାର ବ୍ୟୁରୋ) ଡ୍ୟାନ୍ସ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଜନ୍ମଦିନ ହେଉଛି ଜାନୁୟାରୀ 10 । ଏକ ଫିଲ୍ମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ସୁଦ୍ଧା ନିଜ ଦୁର୍ବଳ ଶରୀର ପାଇଁ ଏକଦା ଡାକ୍ତର ତାଙ୍କୁ କାମ କରିବାକୁ ମନା କରିଦେଇଥିଲେ ।

ହେଲେ ‘କହୋ ନା ପ୍ୟାର ହେ ‘ ହେଉ ବା ତାଙ୍କର ନିକଟରେ ମୁକ୍ତି ଲାଭ କରିଥିବା ‘Super 30’ ଫିଲ୍ମ କିମ୍ବା ‘War’, ସେ ନିଜର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇପାରିଛନ୍ତି ।

ହ୍ରିତିକଙ୍କ ପିତା ରାଜେଶ ରୋଶନ ଜଣେ ଅଭିନେତା ତଥା ନିର୍ଦ୍ଦେଶକ । ସେହିପରି ତାଙ୍କର କକେଇ ରାଜେଶ ରୋଶନ ଜଣେ ଜଣାଶୁଣା ଫିଲ୍ମ ସଂଗୀତ ନିର୍ଦ୍ଦେଶକ । ହ୍ରିତିକଙ୍କ ବିବାହ ବିଚ୍ଛେଦ ହୋଇସାରିଛି ଓ ନିକଟରେ ଅଭିନେତ୍ରୀ କଙ୍ଗନା ରଣାବତଙ୍କ ସହ ତାଙ୍କ ସମ୍ପର୍କ ନେଇ ଝାଡା ଉଠିଥିଲା।

ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ।

--‘କହୋ ନା ପ୍ୟାର ହେ ‘ ଫିଲ୍ମରେ ମୁଖ୍ୟ ନାୟକ ଭାବେ 2000 ମସିହାରେ ପ୍ରଥମ ଫିଲ୍ମ ହୋଇଥିଲେ ମଧ୍ୟ ଜଣେ ଶିଶୁ କଳାକାର ହିସାବରେ ତାଙ୍କର ପ୍ରଥମ ଫିଲ୍ମ ଥିଲା ଆଶା । ସେତେବେଳେ ତାଙ୍କୁ 100 ଟଙ୍କା ପରିଶ୍ରମିକ ମିଳିଥିଲା ।

--‘କହୋ ନା ପ୍ୟାର ହେ’ ଫିଲ୍ମର ଅଭୂତପୂର୍ବ ସଫଳତା ପରେ ତାଙ୍କ ନିକଟକୁ ତିରିଶ ହଜାର ବିବାହ ପ୍ରସ୍ତାବ ଆସିଥିଲା ।

--ଫିଲ୍ମ ଜଗତରୁ ଆସିଥିଲେ ମଧ୍ୟ ସେ ପ୍ରଥମେ ସେଟ ସହାୟକ ହିସାବରେ କାମ କରିଥିଲେ ଓ ସେଟ ରେ ଝାଡୁ ମାରିବା ସହିତ ଚା’ ମଧ୍ୟ ତିଆରି କରୁଥିଲେ । ଏହା ପରେ ସେ ସହାୟକ ନିର୍ଦ୍ଦେଶକ ଭାବେ ମଧ୍ୟ କିଛି ଦିନ କାମ କରିଥିଲେ ।

--ହ୍ରିତିକଙ୍କ ହାଡ ବହୁଳ ଦୁର୍ବଳ ଥିଲା ଓ ସେ ଖନା ଙ୍କ ପରି କଥା କହୁଥିଲେ । ପରେ ଡାକ୍ତରଙ୍କ ବିଶେଷ ତତ୍ତ୍ବାବଧାନରେ ସେ ଏହିସବୁ ଶାରୀରକ ଅସୁସ୍ଥତାକୁ ଦୂର କରି ଫିଲ୍ମ ଜଗତରେ ପାଦ ଥାପିଥିଲେ ।

--ଡ୍ୟାନ୍ସରେ ନିଜର ଜାଦୁ ଦେଖାଇଥିବା ହ୍ରିତିକ ଭଲ ସନ୍ତରଣ କରିପାରନ୍ତି ଓ ଅନେକ ସମୟରେ ପାଣି ଭିତରେ ବୁଡି ରହିପାରନ୍ତି । 2013 ମସିହାରେ ସେ HRX ନାମରେ ଏକ ବ୍ରାଣ୍ଡ ଉନ୍ମୋଚନ କରିଛନ୍ତି ଯାହା ଜରିଆରେ ପୁରୁଷ ଓ ମହିଳାଙ୍କ ଉନ୍ନତମାନର ପୋଷାକ, ଅନ୍ତର୍ବର୍ସ୍ତ୍ର ଓ ଜୋତା ଆଦି ବିକ୍ରିର ବ୍ୟବସାୟ ହେଉଛି ।

#HrithikRoshan #Bollywood #Entertainment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon