- ବେତାର ବ୍ୟୁରୋ
କଟକ ମେଡିକାଲରୁ ଚୋର ଫେରାର : 24 ଘଣ୍ଟାରେ ଧରାପଡିଲା ଓ ଏମିତି ଦେଲା ବୟାନ

(ବେତାର ବ୍ୟୁରୋ ) ଥାନା ହାଜତ କିମ୍ବା ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରୁ ଅପରାଧୀ ପଳାଇବା ଏକ ନୂଆ କଥା ନୁହେଁ । ଦୁଇବର୍ଷ ତଳେ ମଧ୍ୟ କଟକ ବଡ ଡାକ୍ତରଖାନାରୁ ଚମ୍ପଟ ମରିଥିଲା ଏକ ଅପରାଧୀ ।
ତେବେ ଏହି ଘଟଣାଟି ନିଆରା ଏଇଥି ପାଇଁ ଚମ୍ପଟ ମାରିବାର ଶୈଳୀ ଓ ଚମ୍ପଟ ମାରିବାର କିଛି ସମୟ ପରେ ଧାରା ପଡି ଅଭୁତ ବୟାନ ଦେବା ।
ଆସନ୍ତୁ ଜାଣିବା ପୁରା ଘଟଣା ।
ଜଗତସିଂହପୁର ରୁ କଟକ
ଏସ୍ସିବି ଆଇସିୟୁରୁ ହ୍ୟାଣ୍ଡକଫ୍ ଲାଗିଥିବା ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ଚମ୍ପଟ୍ ମାରିଥିବା ଅଭିଯୁକ୍ତଙ୍କ ନାମ ହେଉଛି ଆଲୋକ କୁମାର ସାହୁ। ଆଲୋକଙ୍କୁ ଏକ ଚୋରି ମାମଲାରେ ଜଗତ୍ସିଂହପୁର ଜିଲା ରଘୁନାଥପୁର ଥାନା ପୋଲିସ ଗିରଫ କରିଥିଲା।
ହେଲେ ପୋଲିସ ହେପାଜତରେ ଥାଇ କୋର୍ଟ ଯିବା ଆଗରୁ ଆଲୋକ ଚାଲକି କରି ଫିନାଇଲ ପିଇଦେଇଥିଲେ । ଏହାପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜାନୁୟାରୀ ୪ ତାରିଖରେ ତାଙ୍କୁ ଏସ୍ସିବି ଅଣାଯାଇଥିଲା।
ସେଠାରେ ଚିକିତ୍ସା ହୋଇ ସେ ଅଳ୍ପଦିନ ମଧ୍ୟରେ ସାମାନ୍ୟ ସୁସ୍ଥ ହୋଇଥିଲେ ମଧ୍ୟ ହସ୍ପିଟାଲରେ ଚିକିତ୍ସାଧୀନ ରହିଥିଲେ । ଏହାପରେ ଶୁକ୍ରବାର ରାତିରେ ସମସ୍ତଙ୍କୁ ଚକମା ଦେଇ ସେ ଚମ୍ପଟ୍ ମାରିଥିଲେ ।
24 ଘଣ୍ଟାରେ ପଡିଲେ ଧରା
ଅଭିଯୁକ୍ତ ଆଲୋକ ଚମ୍ପଟ ମାରିବାର 24 ଘଣ୍ଟା ନ ପୁରୁଣୂ ପୋଲିସ ହାତରେ ଧରାପଡିଥିଲେ। ଶନିବାର କଟକ ପୋଲିସ ତାଙ୍କୁ କଟକର ଜଣେ ଓକିଲଙ୍କ ଘରୁ ଉଦ୍ଧାର କରିଥିଲେ ।
ଧରାପଡିବା ପରେ ଆଲୋକ ଗଣମାଧ୍ୟମ ଆଗରେ ଯେଉଁ ବୟାନ ଦେଇଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା । ଆଲୋକର କହିବା ମୁତାବକ ସେ କୋର୍ଟ ଚାଳନ ହେବା ଆଗରୁ ଅସୁସ୍ଥ ହେବାରୁ ତାର କୋର୍ଟ ଚାଲାଣ ହୋଇପାରିନ ଥିଲା । ଏହାପରେ ମାମଲା କୋର୍ଟକୁ ଯିବାରୁ ପୁଲିସ ୫୦ ଟଙ୍କା ଦେଇ ଖସି ଯିବାକୁ କହିଥିଲା ବୋଲି ଆଲୋକ ପାଲଟା ଅଭିଯୋଗ ଆଣିଲେ ।
‘ଏହାଉପରେ ଏବେ ତଦନ୍ତ ଚାଲୁ ରହିଛି ।