• ବେତାର ବ୍ୟୁରୋ

ପାଚନତନ୍ତ୍ର ପାଇଁ ଉପକାରୀ ଏହି 5 ଘରୋଇ ଜିନିଷ


(ବେତାର ବ୍ୟୁରୋ) ମନୁଷ୍ୟ ଶରୀରର ପେଟ ଏକ ଯେପରି ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କାରଣ ଏହା ପାଚନକ୍ରିୟାର ଅଂଶ । ଶରୀର ପାଇଁ ଅତି ଆବଶ୍ୟକ ଖାଦ୍ୟ ଏହି ପାଚନକ୍ରିୟାରେ ବିଘଟିତ ହୋଇଥାଏ ଶରୀରକୁ ଆବଶ୍ୟକ ଶକ୍ତି ଯୋଗାଇଥାଏ । ଯେହେତୁ ପାଚନତନ୍ତ୍ର (ପାକସ୍ଥଳୀ ଓ ଅନ୍ତନାଡି)ରେ ଖାଦ୍ୟ ବିଘଟିତ ଓ ହୋଇଥାଏ ଓ ଏହାର ତାପମାତ୍ରା ବଢିଥାଏ, ତେଣୁ ଏହା ନିୟମିତ ସଫା ରହିବା ଆବଶ୍ୟକ ।

ଖାସ୍ କରି ଅନ୍ତନାଡ଼ିରେ ଖାଦ୍ୟ ପଚନର ଏକ ମୁଖ୍ୟ କ୍ରିୟା ସଂଘଟିତ ହୋଇଥାଏ ତେଣୁ ଏପରି କିଛି ଖାଦ୍ୟ ଜାଣି ରଖିବା ଉଚିତ ଯାହା ଅନ୍ତନାଡୀକୁ ସୁସ୍ଥ ରଖିଥାଏ ଓ ଆପଣଙ୍କୁ ଫିଟ୍ କରିଥାଏ ।

ଲବଙ୍ଗ : ଲବଙ୍ଗରେ ଆଣ୍ଟି-ମାଇକ୍ରୋବିୟଲ ଗୁଣ ଭରପୁର ମାତ୍ରାରେ ରହିଛି। ଏହା ପେଟ ଜନିତ ବହୁ ସମସ୍ୟା ଦୂର କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

ଅଦା : ପେଟରେ ହେଉଥିବା ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ଅଦା ବେଶ ହିତକାରୀ। ଏକ ଛୋଟ ଖଣ୍ଡ ଅଦାକୁ ଛେଚି, ଏଥିରେ ସାମାନ୍ୟ ଗୋଲମରିଚ, ଅଳ୍ପ ହେଙ୍ଗୁ ମିଶାଇ ପେଷି ଦିଅନ୍ତୁ। ଖାଦ୍ୟ ଖାଇବା ପରେ ଏହାକୁ ଏକ ଗ୍ଲାସ ପାଣିରେ ମିଶାଇ ପିଅନ୍ତୁ।

ହଳଦୀ : ହଳଦୀ ପେଟର ସମସ୍ତ ସମସ୍ୟା ଦୂର କରିଥାଏ। ଏକ ଚାମଚ ହଳଦୀରେ ୨ ଚାମଚ ମହୁ ମିଶାଇ ନିୟମିତ ପିଅନ୍ତୁ।

ରସୁଣ : ରସୁଣର ସେବନ କରିବା ଦ୍ୱାରା ପେଟ ସହ ଜଡ଼ିତ ବହୁ ସମସ୍ୟା ଦୂର ହୋଇଥାଏ। ନିୟମିତ ସକାଳେ ଖାଲି ପେଟରେ ୨ କିମ୍ବା ୩ଟି ରସୁଣ ଖାଇବା ଦ୍ୱାରା ପେଟର ସଙ୍କ୍ରମଣ ଦୂର ହୋଇଥାଏ। ଏଥିରେ ଆଣ୍ଟି-ବ୍ୟାକ୍ଟେରିଅଲ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।

କଦଳୀ : ପେଟ ପାଇଁ କଦଳୀ ଖୁବ ଉପକାରୀ। ସପ୍ତାହକୁ ୨ ରୁ ୩ଟି କଦଳୀ ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ହିତକାରକ।ଏଥିରେ ଥିବା ପୋଟାସିୟମ ଶରୀରର ଜଳ ଅଂଶକୁ ସ୍ଥିର ରଖିଥାଏ ଓ ଏହା ପାଚନତନ୍ତ୍ରର ତାପମାତ୍ରାକୁ ସ୍ଥିର ରଖିବାରେ ସହାୟକ ହୋଇଥାଏ ।

ଏହି ସମସ୍ତ ଉପାୟ ପେଟର ଗ୍ୟାସଟିକ, ଏସିଡ଼ିଟି, କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

#HealthyFruit #Healthyfood #LifeHack

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon