• ବେତାର ବ୍ୟୁରୋ

ଟିଣ୍ଡର ଡେଟିଙ୍ଗ କେସରେ ନୂଆ ମୋଡ : ଏହି କାରଣରୁ ପୁଅ ଗଲା ଜେଲ, ବାହାରିଲେ ଯୁବତୀ


(ବେତାର ବ୍ୟୁରୋ) କିଛି ଦିନ ତଳେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଲଭ, ସେକ୍ସ ଓ ଧୋଖା କାହାଣୀରେ ଏବେ ଆଉ ଏକ ମୋଡ ଆସିଛି । ଯୁବତୀ ଜଣକ ପୁଅକୁ ବ୍ଲାକମେଲ କରୁଥିଲେ ବୋଲି ପୁଅ ଅଭିଯୋଗ ଆଣିବା ପରେ ଏବେ ଉକ୍ତ ପୁଅକୁ ଜେଲ ପଠାଯାଇଛି କିନ୍ତୁ ଅଭିଯୁକ୍ତ ଯୁବତୀ ଗୋଟିଏ ଦିନ ଜେଲରେ ରହିବା ପରେ ବାହାରିଛନ୍ତି ।

ଏହି ଘଟଣାରେ ପୁଲିସ ପାତରଅନ୍ତର ନୀତି ଆପଣାଉଛି ବୋଲି ପୁଅର ମା' କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ମଙ୍ଗଳବାର କହିଛନ୍ତି ।

ଏହିପରି ଗଲେ ଜେଲ

ଜାନୁୟାରୀ 11 ତାରିଖରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରେ ଇଣ୍ଡସଇଣ୍ଡ ବ୍ୟାଙ୍କରେ କାମ କରୁଥିବା ଜଣେ କର୍ମଚାରୀ ଜଣେ କଲେଜ ଅଧ୍ୟାପିକା ଓ ତାଙ୍କ କିଛି ସାଙ୍ଗମାନେ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ବ୍ଲାକମେଲ କରି ବ୍ୟାଙ୍କ ଏଟିଏମ କାର୍ଡରୁ ବାରମ୍ବାର ଟଙ୍କା ନେଉଥିବାର ଅଭିଯୋଗ ଆଣିଥିଲେ । ଏହାପରେ ଯୁବତୀ ମଧ୍ୟ ତାଙ୍କ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କ ନାମରେ ଦୁଷ୍କର୍ମ ଓ ଚେତାନଶୂନ୍ୟ ଅବସ୍ଥାରେ ଫୋଟୋ ଉଠାଇଥିବା କଥା ଆଣି ପାଲଟା ଏଫଆଇଆର କରିଥିଲେ ।

ଏହି ସବୁ ଘଟଣାପରେ ପୁଲିସ ରବିବାର ଉଭୟ ପୁଅ ଓ ଝିଅ ତଥା ଝିଅର ତିନି ବନ୍ଧୁମାନଙ୍କୁ ଗିରଫ କରିଥିଲା ।

ହେଲେ ସୋମବାର ପୁଲିସ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କୁ ଓ ଯୁବତୀଙ୍କ ବନ୍ଧୁ ମାନଙ୍କୁ କୋର୍ଟ ଚାଳନ କରିଥିବା ବେଳେ ଯୁବତୀଙ୍କଉ ଛାଡି ଦେଇଥିଲା ।

ଏହି କାରଣରୁ ମୁକୁଳିଲେ ଯୁବତୀ

ଯୁବତୀଜଣକ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କ ନାମରେ ଦୁଷ୍କର୍ମ ଭଳି ଗୁରୁତର ଅପରାଧର ଅଭିଯୋଗ କରିଥିବାରୁ ସେହି ଆଧାରରେ ତାଙ୍କୁ ପୁଲିସ ଥନରୁ ଜାମିନ ଦେଇଛି ବୋଲି କୁହାଯାଉଛି ।

ଏହା ସହିତ ଯୁବତୀ ଜଣକ ପ୍ରତି 10 ଦିନରେ ଥାନାରେ ଆସି ହାଜିରା ଦେବେ ଓ ପୁଲିସକୁ ତଦନ୍ତରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେବା ସହିତ ରାଜ୍ୟ ବାହାରକୁ ଯାଇପାରିବେ ନାହିଁ ବୋଲି କହିବା ପାଇଁ ତାଙ୍କୁ ଛଡ଼ାଯାଇଛି ବୋଲି ପୁଲିସ କହିଛି ।

ହେଲେ ବ୍ୟାଙ୍କ କର୍ମଚାରୀଙ୍କ ମା'ଙ୍କ ଅଭିଯୋଗ ଅନୁସାରେ ଉକ୍ତ ଯୁବତୀ ନିଜେ ଫୋନ କରି ଟଙ୍କା ମାଗିଥିଲେ ମଧ୍ୟ ସେକଥାକୁ ଗୁରୁତ୍ଵ ନ ଦେଇ ପଇସାବାଲାଙ୍କ ଝିଅ ବୋଲି ଛାଡିଦେଲେ ବୋଲି ଗଣମାଧ୍ୟମକୁ କହିଛନ୍ତି ।

#OdishaNews #onlinecheating #News

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon