• ବେତାର ବ୍ୟୁରୋ

ଭିଡିଓ : ମକର ସଙ୍କ୍ରାନ୍ତିରେ ଷଣ୍ଢ ଲଢେଇ ଖେଳ, ପ୍ରଥମ ଦିନରେ 32 ଆହତ


(ବେତାର ବ୍ୟୁରୋ) ମକର ସଙ୍କ୍ରାନ୍ତି ଦିନ ତାମିଲନାଡୁରେ ମରଣାନ୍ତକ ଷଣ୍ଢ ଲଢେଇ ଖେଳ ଆରମ୍ଭ ହୋଇସାରିଛି । ଅପରାହ୍ନରେ ଏହି ଖେଳ ଆରମ୍ଭହେବାର ମାତ୍ର କିଛି ଘଣ୍ଟା ମଧ୍ୟରେ ସେଠାରେ 31 ଜଣ ବ୍ୟକ୍ତି ଆହତ ହୋଇଥିବା କଥା ବିଭିନ୍ନ ଗଣମାଧ୍ୟମମାନେ କହିଛନ୍ତି । ‘

ତେବେ ସେମାନଙ୍କ ମଧ୍ୟରୁ 6 ଜଣ ଗୁରୁତର ଆହତ ହୋଇ ମଦୁରାଇର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ବାକିମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡିଦିଆଯାଇଛି ।

ଫିଟ୍ ମାନେ ନିଅନ୍ତି ଭାଗ

ତାମିଲନାଡୁରେ ମକର ସଙ୍କ୍ରାନ୍ତିକୁ ପୋଟ୍ଟୁ ପୋଙ୍ଗଲ କୁହନ୍ତି । ଜଳିକଟ୍ଟୁ ଖେଳରେ ଏକ ନିର୍ଦ୍ଧାରିତ ବାଟ ଦେଇ ଷଣ୍ଢକୁ ଭିଡ ଭିତରକୁ ଛଡା ଯାଇଥାଏ ।ଏହା ମଧ୍ୟରେ ଯିଏ କୌଶଳ ଓ ବଳ ଖଟାଇ ଷଣ୍ଢକୁ କାବୁ କରିପାରେ ସେ ହୋଇଥାଏ ବିଜେତା । ଉପହାର ବି ପାଇଥାନ୍ତି । ଏହି ଖେଳରେ ଅଂଶଗ୍ରହଣ କରୁଥିବା ସମସ୍ତ ଲୋକଙ୍କୁ ଡାକ୍ତରୀ ପରୀକ୍ଷାରେ ସୁସ୍ଥତା ପ୍ରମାଣ ହେବା ପରେ ହିଁ ଅଂଶଗ୍ରହଣ କରିବାକୁ ସୁଯୋଗ ମିଳିଥାଏ ।

ନିୟମ ଅନୁସାରେ ପ୍ରତିଘଂଟାରେ ପ୍ରାୟ ୭୫ ଜଣ ଲୋକଙ୍କୁ ଖେଳିବାକୁ ସୁଯୋଗ ମିଳିଥାଏ । ଚଳିତ ବର୍ଷ ମଦୁରାଇରେ ଏଥିପାଇଁ ୧୦ ପ୍ଲାଟୁନ୍ ଫୋର୍ସ ସହିତ ଆଂବୁଲାନ୍ସ ବ୍ୟବସ୍ଥା କରିଛି ପ୍ରଶାସନ ।

ଏହି ଖେଳରେ ମୁଖ୍ୟତଃ ଶିବ ମନ୍ଦିର ମାନଙ୍କରେ ରହୁଥିବା ଷଣ୍ଢମାନଙ୍କୁ ନିୟୋଜିତ କରାଯାଇଥାଏ । ଯେଉଁ ଷଣ୍ଢମାନଙ୍କୁ ନିୟନ୍ତ୍ରିତ କରି ନ ହୁଏ ,ସେମାନଙ୍କୁ ବଳଶାଳୀ ବିଚାର କରାଯାଏ ଓ ସେମାନଙ୍କ ଠାରୁ ବାଛୁରି ଜନ୍ମ କରିବା ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରିଥାନ୍ତି ।

ଅଭୂତପୂର୍ବ ବ୍ୟବସ୍ଥା

ଏଥିପାଇଁ ତାମିଲନାଡୁର ବିଭିନ୍ନ ଜାଗାରେ ବିଶେଷକରି ମଦୁରାଇ ଅଞ୍ଚଳରେ ଖେଳପଡିଆ ଚାରିପଟେ ଘେରାବନ୍ଦୀ ହୋଇଛି ତାର ଜାଲି ଓ ବାଉଁଶବାଡ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜାଲିକଟ୍ଟୁର ଆରମ୍ଭ ହୋଇଛି । ମଦୁରାଇର ଅବନୀପୁରମରେ ଚାଲିଛି ଏହି ଖେଳ ।

ସୂଚନା ଅନୁସାରେ ତାମିଲନାଡରୁ ଗ୍ରାମୀଣ ଅଂଚଳରପ୍ରାୟ ୭୦୦ ଷଣ୍ଢ ଓ ୭୩୦ ଲୋକ ଏଥିରେ ଅଂଶ ଗ୍ରହଣ କରିବାକୁ ନାମ ପଂଜିକରଣ କରାଇଛନ୍ତି ।

#TamilNadu #MakarSankranti #BullFight #crime

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon