• ବେତାର ବ୍ୟୁରୋ

ଗର୍ଲଫ୍ରେଣ୍ଡଙ୍କ ହାତରୁ ମାଡ ଖାଇବା ପରେ ମଧ୍ୟ ଶୋ’ ଛାଡୁନାହାନ୍ତି ଏହି ବିଗ ବସ ପ୍ରତିଯୋଗୀ : ଏଇଆ ରହିଛି କାରଣ


(ବେତାର ବ୍ୟୁରୋ) ରିଆଲିଟି ଶୋ ‘ବିଗବସ୍’ ଏପରି ଏକ ଶୋ’ ଯେଉଁଥିରେ ପ୍ରତିଯୋଗୀମାନେ ଅନେକ ସମୟରେ ପରସ୍ପରକୁ ଗାଳିଗୁଲଜ କରିବା ସହିତ ବେଳେ ବେଳେ ପରସ୍ପରକୁ ଧକ୍କା ମାରିଥାନ୍ତି । ଯଦିଓ ଶୋ’ ରେ ଏହିଭଳି ବ୍ୟବହାରକୁ ହିଂସା ବୋଲି ଦର୍ଶାଇ ପ୍ରତିଯୋଗୀଙ୍କୁ ବାହାର କରାଯାଇଥାଏ , ତେବେ ଯଦି କେହି ଅଭିଯୋଗ ନ କରନ୍ତି , ସେ କ୍ଷେତ୍ରରେ ପ୍ରତିଯୋଗୀଙ୍କୁ ପ୍ରତୀକାତ୍ମକ ଦଣ୍ଡ ମିଳେ ।

ଚଳିତ ‘ବିଗବସ୍’ ସିଜିନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଜଣେ ପ୍ରତିଯୋଗୀ ଅନ୍ୟ ଏକ ପ୍ରତିଯୋଗୀଙ୍କ ପାଖରୁ ମାଡ ଖାଇବା ପରେ ମଧ୍ୟ ଶୋ’ ରୁ ବାହାରି ପାରୁ ନାହାନ୍ତି ।

ବଏ ଫ୍ରେଣ୍ଡ –ଗାର୍ଲ ଫ୍ରେଣ୍ଡ

‘ବିଗବସ୍’ ଶୋ’ ରେ ସାଧାରଣତଃ ପୂର୍ବର ଶତ୍ରୁତାକୁ ନେଇ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖିବାକୁ ମିଳିଥାଏ । ହେଲେ ଚଳିତ ଥର ଦୁଇଜଣ ବଏଫ୍ରେଣ୍ଡ –ଗାର୍ଲ୍ ଫ୍ରେଣ୍ଡ ଯୋଡିଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ତାହା ମାଡ ମାରିବା ପର୍ଯ୍ୟନ୍ତ ସ୍ତରକୁ ଯାଇଥିଲା ।

ବୁଧବାର ଏପିସୋଡ ଅନୁସାରେ ପ୍ରତିଯୋଗୀ ବିଶାଳ ଆଦିତ୍ୟ ସିଂ ଓ ତାଙ୍କ ଗାର୍ଲଫ୍ରେଣ୍ଡ ମଧୁରିମା ତୁଲିଙ୍କ ମଧ୍ୟରେ ଥଟ୍ଟା ମଜ୍ଜା ଦେଖିବାକୁ ମିଳିଥିଲା , ଯେଉଁଥିରେ ଉଭୟେ ପରସ୍ପରକୁ ପାଣି ପକାପକି ହେଉଥିବାର ଦେଖିବାକୁ ମିଳିଥିଲା । ପରେ ଏହା ଚରମ ରୂପରେ ପହଞ୍ଚିଥିଲା । ବିଶାଳ ଆଦିତ୍ୟ , ମଧୁରିମାଙ୍କ ମୁହଁ ଉପରକୁ ପାଣି ଛାଟିବାରୁ , ମଧୁରିମା ରାଗିଜାଇ ବିଶାଳଙ୍କୁ ଏକ ନନଷ୍ଟିକ ପ୍ୟାନରେ ତାଙ୍କ ପିଚା ଅଂଶ’କୁ ବାରମ୍ବାର ପ୍ରହାର କରିଥିଲେ ।

ଏହା ଜବାବରେ ବିଶାଳ କିଛି କହି ନ ଥିଲେ ମଧ୍ୟ ପରେ ଛୋଟେଇ ଛୋଟେଇ ଚାଲୁଥିବାର ଦେଖାଯାଇଥିଲା ।

ଶୋ’ରୁ ବାହାରିବା ନେଇ ରହିଛି କଟକଣା

ଏହାପରେ ଗଣ୍ଡଗୋଳ ଉକୁସାଇଥିବା ଓ ମାଡ ମରିଥିବା ଅଭିଯୋଗରେ ଉଭୟ ବିଶାଳ ଓ ମଧୁରିମାଙ୍କୁ ଅଲଗା ଅଲଗା ଜେଲ ଭିତରେ ବନ୍ଦ ରଖିବାକୁ ବିଗ ବସ ଆଦେଶ ଦେଇଥିଲେ । ମଧୁରିମା ଏହି ଆଦେଶକୁ ପାଳନ କରୁଥିବା ବେଳେ ଆହତ ବିଶାଳ ଏହି ଦଣ୍ଡକୁ ସ୍ଵୀକାର ନ କରି ଘରୁ ବାହାରିଯିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହାପରେ ଅନ୍ୟ ପ୍ରତିଯୋଗୀ ପାରସ ଛାବରା ବିଶାଳଙ୍କୁ ଏହିଭଳି ନିଷ୍ପତ୍ତି ନ ନେବା ପାଇଁ କହିଥିଲେ । କାରଣ ‘ବିଗବସ୍’ ର ସର୍ତ୍ତ ଅନୁସାରେ ଯଦି ଜଣେ ପ୍ରତିଯୋଗୀ ସ୍ଵେଚ୍ଛାରେ ଶୋ’ ଅଧାରୁ ଯିବାକୁ ଚାହେଁ , ତେବେ ତାକୁ ପ୍ରାୟ 2 କୋଟି ଟଙ୍କା ଦେବାକୁ ପଡିବ । ଏହାପରେ ବିଶାଳ ନ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଜେଲ ଦଣ୍ଡ ଭୋଗିବାକୁ ରାଜି ହୋଇଥିଲେ ।

#BiggBoss #tvshow

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon