- ବେତାର ବ୍ୟୁରୋ
ଇଂଲଣ୍ଡରେ ସୋନମ କପୁର ଏମିତି ହେଲେ ହଟହଟା, Uber ମାଗିଲା କ୍ଷମା

(ବେତାର ବ୍ୟୁରୋ) ନିକଟରେ ବଲିଉଡ ଷ୍ଟାର ତଥା ଅଭିନେତା ଅନିଲ କପୁରଙ୍କ ଝିଅ ସୋନମ କପୁର ଆହୁଜା ବ୍ରିଟିଶ ରାଜଧାନୀ ଲଣ୍ଡନରେ ହଟହଟାର ଶିକାର ହେଇଛନ୍ତି ଓ ଏହାପରେ କହିଛନ୍ତି ଯେ ଏଣିକି ସେଠାକାର ସରକାରୀ ବସ ବା ମେଟ୍ରୋ ଟ୍ରେନ ବ୍ୟବହାର କରିବା ଭଲ ।
ସୋନାମ ବୁକ କରିଥିବା Uber ଡ୍ରାଇଭର ତାଙ୍କ ସହିତ ଅଭଦ୍ରାମି କରିବା ଜାଣିବା ପରେ କମ୍ପାନୀ କ୍ଷମା ମାଗିବା ସହିତ ଏ ବିଷୟରେ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିଥିଲା । ହେଲେ ସୋନମ ଏଥିରେ ଉତକ୍ଷିପ୍ତ ହେଇ ଆହୁରି ରାଗିଯାଇଥିଲେ ।
ଏମିତି ଥିଲା ଘଟଣା
ଘଟଣାଟି ଲଣ୍ଡନରେ ଗୁରୁବାର ରାତ୍ରି ପ୍ରାୟ 10 ଟା (ଭାରତୀୟ ସମୟ ଶୁକ୍ରବାର ଭୋର 4ଟା ) ସମୟରେ ଘଟିଥିଲା ।
ସୋନମ ବିବାହ କରିବା ପରେ ବର୍ଷକୁ ପ୍ରାୟ 6 ମାସ ଲଣ୍ଡନରେ ରହିଥାନ୍ତି ,କାରଣ ତାଙ୍କ ସ୍ଵାମୀ ଆନନ୍ଦ ଆହୁଜା ସେଠାରେ ବ୍ୟବସାୟ କରନ୍ତି। ଗୁରୁବାର କୌଣସି ଏକ ଜାଗାରୁ ଘରକୁ ଫେରିବା ସମୟରେ ସେ Uber ଆପ୍ ରେ ଏକ ଟାକ୍ସି ବୁକ କରିଥିଲେ। ଫେରିବା ସମୟରେ ଉକ୍ତ Uber ଡ୍ରାଇଭର ତାଙ୍କ ସହିତ ଗଣ୍ଡଗୋଳ ଓ ପାଟିତୁଣ୍ଡ କରିଥିଲା ବୋଲି ସୋନମ ତାଙ୍କର ପ୍ରାୟ ଦେଢକୋଟି ଫଲୋଅର ଥିବା ଟ୍ଵିଟର ଆକାଉଣ୍ଟରେ ଉଲ୍ଲେଖ କରିଛନ୍ତି ।
ଏହା ସହିତ ସେ ଲେଖିଛନ୍ତି ଯେ ଲଣ୍ଡନରେ ଏଣିକି ସରକାରୀ ବସ ବା ମେଟ୍ରୋ ରେ ଯାତାୟାତ କରିବା ଅଧିକ ନିରାପଦ ।
Uber କ୍ଷମା
ଏହି ଘଟଣା ସମ୍ପର୍କରେଜାଣିବା ପରେ ଊବେର ପ୍ରଥମେ କ୍ଷମା ମାଗିଥିଲା ଓ ଏ ବିଷୟରେ ଅଧିକ କିଛି ତଥ୍ୟ ସୋନମ ନ ଲେଖିଥିବାରୁ ସୋନମଙ୍କ ଇମେଲ ଆଇଡି ଓ ଫୋନ ମାଧ୍ୟମରେ ଘଟଣା ସମ୍ପର୍କରେ ଅଧିକ ଜାଣିବାକୁ ସମ୍ପର୍କ କରିବାକୁ ଆଗ୍ରହ ପ୍ରକାଶ କରିଥିଲା ।
ହେଲେ ସୋନମ ଏଥିରେ ରାଗିଯାଇ କହିଥିଲେ ଯେ ତୁମର ସିଷ୍ଟମ କାମ କରୁ ନାହିଁ । ମୁଁ Uber ଆପ୍ ର ଅଭିଯୋଗ ସେକ୍ସନ କୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ ଅନେକ ଗୁଡିଏ ଅଟୋମାଟିକ ରିପ୍ଲାଏ ଆସିଥିଲା ।
ସୋନମ ଉତକ୍ଷିପ୍ତ ହୋଇ Uber କୁ ଲେଖିଥିଲେ କି ଯାହା ହେବାର କଥା ହୋଇସାରିଛି , ତୁମେ ଆଉ ବେଶୀ କିଛି କରିପାରିବ ନାହିଁ’ ।