• ବେତାର ବ୍ୟୁରୋ

ଏହି 3 ଘରୋଇ ଉପାୟରେ ଦୂର କରନ୍ତୁ ଫୁଡ଼ ପଏଜନିଙ୍ଗ


(ବେତାର ବ୍ୟୁରୋ) ଫୁଡ଼ ପଏଜନିଙ୍ଗ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା। ଏହାକୁ ଅବହେଳା କଲେ ରୋଗୀ ମୃତ୍ୟୁ ମୁଖରେ ମଧ୍ୟ ପଡିପାରେ। ଏଣୁ ଏହା ଦୁରେଇବା ପାଇଁ ବେଳହୁଁ ସାବଧାନ ରହିବା ଉଚିତ। ତେବେ ବେଳେବେଳେ ଏହା ବିଶ୍ୱାସ କରିବା ମୁସ୍କିଲ ହୋଇଯାଏ କି ଆମ ପ୍ରିୟ ଖାଦ୍ୟ ରୋଗିଣା କରିଦିଏ । କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍ ଖାଦ୍ୟ ଖାଇଦେବା କାରଣକୁ ନେଇ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ୍ ପଏଜନିଙ୍ଗର ଶିକାର ହୋଇଥାଏ। ସେହିପର ଅବେଳାରେ ଖାଇବା ମଧ୍ୟ ଫୁଡ଼ ପଏଜନିଙ୍ଗର ଅନ୍ୟ ଏକ କାରଣ। ବେଳେବେଳେ ଏହି ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ଏପରି କିଛି ସରଳ ଉପାୟ ବିଷୟରେ କହିବୁ, ଯାହାର ପ୍ରୟୋଗ କରି ଆପଣ ଫୁଡ୍ ପଏଜନିଙ୍ଗ ସମସ୍ୟାରୁ ମୁକ୍ତି ପାଇପାରିବେ। ଆସନ୍ତୁ ଜାଣିବା ସେ ସବୁ ଉପାୟ।

ଆପଲ୍ ସାଇଡର ଭିନେଗାର : ସେଓ ଫଳର ଭିନେଗାର ଫୁଡ୍ ପଏଜନିଙ୍ଗ ପାଇଁ ରାମବାଣ ସଦୃଶ କାର୍ଯ୍ୟ କରିଥାଏ। ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଦୁଇ ଚାମଚ ସେଓର ସିର୍କାକୁ ଏକ କପ୍ ଗରମ ପାଣିରେ ମିଶ୍ରଣ କରି ଭୋଜନ ପୂର୍ବରୁ ଏହାର ସେବନ କରନ୍ତୁ। ଲେମ୍ବୁ: ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍ ଗୁଣ ନିହିତ ରହିଥାଏ, ଯାହାକି ଫୁଡ୍ ପଏଜନିଙ୍ଗରେ ବ୍ୟାକ୍ଟେରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ। ଆପଣ ଏକ କପ୍ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ। ଆଉ ଯଦି ଆପଣ ଚାହଁନ୍ତି ବି ପାଣିରେ ଲେମ୍ବୁ କିମ୍ବା ଚିନି ମିଶ୍ରଣ କରି ପିଇପାରନ୍ତି।

ଦହି: ଫୁଡ୍ ପଏଜନିଙ୍ଗ ପାଇଁ ଦହି ବହୁତ ଉପକାରୀ ବୋଲି କୁହାଯାଇଥାଏ। ତେଣୁ ଆପଣ ଦହି ମଧ୍ୟରେ କିଛି ମାତ୍ରାରେ ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କରନ୍ତୁ। ଆଉ ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ, ତେବେ ଆପଣ ଏଥିରେ କିଛି ମାତ୍ରାରେ କଳା ଲୁଣକୁ ମିଶ୍ରଣ କରି ମଧ୍ୟ ପିଇପାରନ୍ତି।

#HealthTips #Healthyfood #Food

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon