• ବେତାର ବ୍ୟୁରୋ

ଓଡିଶାରୁ ଏହିସବୁ ସ୍ଥାନକୁ ହେବ 6 ମାସ ପାଇଁ ହେବ ପରୀକ୍ଷାମୂଳକ ବିମାନ ଚାଳନ


(ବେତାର ବ୍ୟୁରୋ) ଓଡିଶାରୁ ଦେଶ ତଥା ବିଦେଶର 14ଟି ସ୍ଥାନ ପାଇଁ ବିମାନ ଚଳାଚଳ କରିବାକୁ ରାଜ୍ୟ ସରକାର ଇଚ୍ଛା ପ୍ରକାଶ କରିଥିବା ବେଳେ ଏ ନେଇ ପ୍ରାୟ 25ଟି ବିମାନ କମ୍ପାନୀଙ୍କୁ ସହ ଆଗ୍ରହ ପ୍ରକାଶ କରିଛନ୍ତି। କେନ୍ଦ୍ର ସରକାରଙ୍କ ଛୋଟ ସହର କୁ ବିମାନ ଯୋଗାଯୋଗ କାର୍ଯ୍ୟକ୍ରମ 'ଉଡାନ' ଯୋଜନା ସହିତ ଅନେକ ବିଦେଶୀ ବିମାନ ଚଳାଚଳ କମ୍ପାନୀ ସହିତ ଏ ନେଇ ଆଲୋଚନା ବୁଧବାର ଶେଷ ହୋଇଛି। ତେବେ ଭୁବନେଶ୍ବର ଓ ଝାରସୁଗୁଡା ବିମାନ ବନ୍ଦର ରୁ ଛଅ ମାସ ପାଇଁ ପରୀକ୍ଷାମୂଳକ ଭାବେ ବିମାନ ଚଳାଇବା ପାଇଁ କିଛି କମ୍ପାନୀ ଙ୍କ ସହିତ ଚୁକ୍ତି ଫାଇନାଲ୍ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ବୈଠକ ଶେଷରେ କହିଛନ୍ତି।

ଛଅ ମାସ ପାଇଁ ଉଡାଣ ଯେଉଁ ରୁଟ ଗୁଡିକରେ ଏହି ବିମାନ ଚଳାଚଳ ହେବ ସେଗୁଡିକ ହେଲା କଲିକତା, ବାରାଣସୀ, ମୁମ୍ବାଇ, କଳାଇ କୁଣ୍ଡା। ସେହିପରି ଅନ୍ତର୍ଜାତୀୟ ରୁଟ ହେଲା ସିଙ୍ଗାପୁର, ଆବୁ ଧାବି ଓ ବ୍ୟାଙ୍କକ। ଏ ନେଇ ପ୍ରଥମ ପର୍ଯ୍ୟାୟ ବୈଠକ ଶେଷ ପରେ ରାଜ୍ୟ ସରକାର କହିଛନ୍ତି ଯେ ଅନ୍ତର୍ଜାତୀୟ ବିମାନର ଇନ୍ଧନ ଭାଟ କୌଣସି ପ୍ରକାର ରିହାତି ମିଳିବ ନାହିଁ । କିନ୍ତୁ ନୂଆ ରୁଟରେ ଯେଉଁ ଘରେଇ କମ୍ପାନୀ ବିମାନ ଚଳାଚଳ କରିବେ ସେମାନଙ୍କୁ ଇନ୍ଧନ ବାବଦରେ ଏକ ପ୍ରତିଶତ ରିହାତି ଦିଆଯିବ ।

ବୈଠକରେ ସିଙ୍ଗାପୁର, ଦୁବାଇ, ଆବୁଧାବିକୁ ବିମାନ ଉଡାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଓଡିଶାରୁ ଉତ୍ତର-ପୂର୍ବାଂଚଳ ରାଜ୍ୟ ଓ ଅନ୍ୟ ଯେଉଁଠି ବିମାନ ଉଡାଣ ହୋଇନି, ସେ ସ୍ଥାନକୁ ବିମାନ ଉଡାଇ ନେଇ ଆଲୋଚନା ହୋଇଛି । ଭୁବନେଶ୍ୱରରୁ ପ୍ରୟାଗରାଜ ଓ ଅନ୍ୟାନ୍ୟସ୍ଥାନକୁ ଉଡାଣ ନେଇ ସୁଯୋଗ ସୃଷ୍ଟି କରିବାକୁ ଆଲୋଚନା କରାଯାଇଛି । ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହୋଇଥିଲେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଉଚ୍ଚ ପଦସ୍ଥ ଅଧିକାରୀ, ରାଜ୍ୟ ସରକାରଙ୍କ ଅଧିକାରୀ ବି ବୈଠକରେ ଉପସ୍ଥିତ ଅଛନ୍ତି ।

#News #OdishaNews #OdishaGovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon