- ବେତାର ବ୍ୟୁରୋ
ମୌନୀ ଅମାବାସ୍ୟାରେ ଚତୁର୍ଗ୍ରହୀ ଯୋଗ : ଜାଣନ୍ତୁ ଶନି ଗ୍ରହ ଶାନ୍ତ କରିବାର 5 ଉପାୟ

(ବେତାର ବ୍ୟୁରୋ) ମାଘମାସରେ ପଡୁଥିବା ଅମବାସ୍ୟାକୁ ମଉନି ଅମାବାସ୍ୟା ମଧ୍ୟ କୁହାଯାଇଥାଏ। ଏହି ମାସରେ ପଡୁଥିବା ପବିତ୍ର ବୁଡ଼ ବା ସ୍ନାନ ପର୍ବ ଗୁଡିକ ମଧ୍ୟରେ ଏହି ଅମାବାସ୍ୟା ଅନ୍ୟତମ। ତେବେ 2020ର ଏହି ଅମାବାସ୍ୟା ଜ୍ୟୋତିଷିୟ ଦୃଷ୍ଟିରୁ ମଧ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ। ଆସନ୍ତୁ ଜାଣିବା ଏହାର ଗ୍ରହଯୋଗ ଓ କିପରି ଏହି ସମୟର ଉପଯୋଗ କରି କଷ୍ଟ ଲାଘବ କରିହେବ।
ତିଥି ମହତ୍ତ୍ବ
ଚଳିତ ଅମାବାସ୍ୟା ଜାନୁୟାରୀ 24 ତାରିଖରେ ପଡ଼ୁଅଛି।ଏହି ତିଥି ଗୁରୁବାର ରାତ୍ରି 1 ରୁ ଆରମ୍ଭ ହୋଇ ଶୁକ୍ରବାର ରାତି 2 ପର୍ଯ୍ୟନ୍ତ ବଳବତ୍ତର ରହିବ।
ଏହି ଅମବାସ୍ୟାରେ ଶନି ଗ୍ରହ ଉତ୍ତରଷଢ଼଼ା ନକ୍ଷତ୍ରର ଦ୍ଵିତୀୟ ପାଦ ଓ ମକର ରାଶିରେ ପ୍ରବେଶ କରିଛନ୍ତି, ଯାହାକି ଶନି ଗ୍ରହ ନିମନ୍ତେ ଭଲ ସ୍ଥାନ। ଏହା ସହିତ ମକର ସଂକ୍ରାନ୍ତି ପରଠାରୁ ସୂର୍ଯ୍ୟ ମକର ରାଶିରେ ଅଛନ୍ତି। ସେହିପରି ଦେବଗ୍ରହ ବୃହସ୍ପତି ନିଜ ରାଶି ଧନୁରେ ଓ ମଙ୍ଗଳ ମଧ୍ୟ ଧନୁ ରାଶିରେ ଅବସ୍ଥାନ କରୁଛନ୍ତି। ସେହିପରି ଶୁକ୍ର ଗ୍ରହ କୁମ୍ଭ ରାଶିରେ ଭଲ ସ୍ଥିତିରେ ଅଛନ୍ତି। ତେଣୁ ଏହିସବୁ ଗ୍ରହ ସ୍ଥିତି ଏକ ଚତୁଗ୍ରହୀ ଯୋଗ ସୃଷ୍ଟି କରାଉଛନ୍ତି, ଯାହାକି ଅତ୍ୟନ୍ତ ଶୁଭ ସମୟ। ଯେଉଁ ମାନେ ଶନିଙ୍କ ଖରାପ ଦୃଷ୍ଟି କାରଣରୁ କଷ୍ଟ ଭୋଗୁଛନ୍ତି ବା ବିଷାଦ ରେ ରହୁଛନ୍ତି, ସେମାନେ ଏହି ସମୟର ଉପଯୋଗ କରି କଷ୍ଟ ଲାଘବ କରିପାରିବେ।
ଉପାୟ
ମଉନି ଅମବାସ୍ୟାକୁ ସାଧୁ ଅମାବାସ୍ୟା ବୋଲି ମଧ୍ୟ କେହି କେହି କହିଥାନ୍ତି। ତେଣୁ ଏହି ଅମବାସ୍ୟାରେ ଜଣେ ସାଧୁ ବା ତପସ୍ୱୀ ପରି ଆଚରଣ କରିବା ବିଧେୟ।
ଏହି ଦିନ ସାଧୁଙ୍କ ପରି ସ୍ଵଳ୍ପଆହାର କରିବା କଥା।କୌଣସି ବିଳାଶବ୍ୟାସନ ସାମଗ୍ରୀ ଛାଡି ସାଧାସିଧା , ନିରାମିଷ ଭୋଜନ ଖାଇନେବା ଭଲ। ଏହିଦିନ ପଲଙ୍କରେ ଶୋଇବା କଥା ନୁହେଁ। ଯଦି ତଳେ ଅସୁବିଧା ହୁଏ, ତେବେ ଗଦି ପକାଇ ଶୋଇପାରିବେ। ଗରୁଡ଼ ପୁରାଣ ଅନୁସାରେ ଏହିଦିନ ଶାରୀରିକ ସମ୍ପର୍କ ସ୍ଥାପନ କଲେ ସନ୍ତାନ ଲାଭ ହୁଏନାହିଁ, ଓ ଯଦି ବି ହୁଏ ତେବେ ଠିକ ସେ ସନ୍ତାନ ସୁଖ ମିଳିବ ନାହିଁ। ତେଣୁ ଏହି ଦିନ ଶାରୀରିକ ସମ୍ପର୍କ ତ ଦୂରର କଥା, ଏ ବିଷୟରେ ଚିନ୍ତାରୁ ଦୁରେଇ ରହିବା ଆବଶ୍ୟକ। ଏହି ଅମାବାସ୍ୟାରେ ସାଧୁଙ୍କ ପରି ଆଚରଣ ରଖିବାକୁ ପୁରାଣରେ ବର୍ଣ୍ଣନା କରାଯାଇଚି।ଏଣୁ ଏହିଦିନ ନିଡାରମ୍ବର ପୋଷାକ ପରିଧାନ କରିବା କଥା ଓ ମେକଅପ ସମଗ୍ରୀରୁ ଦୁରେଇ ରହିବା ବାଞ୍ଛନୀୟ।