• ବେତାର ବ୍ୟୁରୋ

ଓଡିଶାରେ ଅନଲାଇନ ପୋଲିସ ଷ୍ଟେସନ ବ୍ୟବସ୍ଥା : ମିଳିବ କେବଳ ଏହି ତିନି ସୁବିଧା


(ବେତାର ବ୍ୟୁରୋ) ଓଡିଶା ସରକାର ଘରେ ବସି ପୋଲିସ ଥାନା ସେବା ପାଇବା ପାଇଁ ଅନଲାଇନରେ ସେବା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ‘ମୋ ସରକାର’ ଓ ରାଜ୍ୟ ସରକାରଙ୍କ 5T ନୀତି ଅନୁଯାୟୀ ଏଣିକି ଲୋକମାନେ ବାରମ୍ବାର ଥାନା ନ ଯାଇ ଘରେ ବସି କିଛି ସେବା ପାଇ ପାରିବେ ।

ହେଲେ ଏହି ସେବା ଅଧୀନରେ କେବଳ ତିନି ପ୍ରକାରର ସୁବିଧା ମିଳିପାରିବ । ଆସନ୍ତୁ ଜାଣିବା ସେଗୁଡିକ କଣ ।

ଗାଡି ଚୋରୀ ଅଭିଯୋଗ

ଗାଡ଼ି ଚୋରି ହେଲେ ଗାଡ଼ି ମାଲିକଙ୍କୁ ଆଉ ଥାନାକୁ ଯିବାକୁ ପଡ଼ିବନି। ନିଜ ମୋବାଇଲ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ପୁଲିସ୍‌କୁ ଅଭିଯୋଗ ପଠାଇ ପାରିବେ। ପୁଲିସ୍‌ ଅନ୍‌ଲାଇନ୍‌ରେ ଏତଲାକୁ ପଞ୍ଜୀକରଣ କରି ତଦନ୍ତ କରିବ। ୨୧ ଦିନ ପରେ ଗାଡ଼ିର ସନ୍ଧାନ ନ ମିଳିଲେ ଚୂଡ଼ାନ୍ତ ଫର୍ମ ମିଳିଯିବ । ମୋଟର୍‌ ସାଇକେଲ୍‌ ଚୋରି କ୍ଷେତ୍ରରେ ବୀମା ଦାବି ପାଇଁ ଏହି ସୁବିଧା ସହାୟକ ହେବ।

ଜଣେ ବ୍ୟକ୍ତି ସିଟିଜେନ୍‌ସ୍‌ ପୋର୍ଟାଲ୍‌ ବା SAHAYATA ଆପ ଜରିଆରେ ମଧ୍ୟ ପୋଲିସ ଥାନା ନ ଯାଇ ଗାଡି ଚୋରୀ ଏତଲା ଦେଇପାରିବେ।

ଦୁର୍ଘଟଣା କାଗଜପତ୍ର

ଏବେ ‘ରୋଡ୍‌ ଆକ୍ସିଡେଣ୍ଟ୍‌ ଡକୁମେଣ୍ଟ୍‌ ମଡ୍ୟୁଲ୍‌’ ମାଧ୍ୟମରେ ଏହି କାର୍ଯ୍ୟ ସହଜ ହେବ। ‘ରୋଡ୍‌ ଆକ୍ସିଡେଣ୍ଟ୍‌ ଡକୁମେଣ୍ଟ୍‌ ମଡ୍ୟୁଲ୍‌’ ବ୍ୟବସ୍ଥାରେ ମୋଟର୍‌ ଯାନ ଦୁର୍ଘଟଣା କ୍ଷେତ୍ରରେ ତୃତୀୟ ପକ୍ଷର ଦାବି ସମ୍ବନ୍ଧୀୟ ମାମଲାର ସମାଧାନ ପାଇଁ ଆବଶ୍ୟକ କାଗଜପତ୍ର ପ୍ରାପ୍ତ କରିବାରେ ବୀମା କମ୍ପାନିମାନଙ୍କୁ ସହାୟତା ପ୍ରଦାନ କରାଯିବ।

ସେହିପରି ରାସ୍ତା ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟମାନେ ବୀମା ସଂକ୍ରାନ୍ତୀୟରେ ହଇରାଣ ହୁଅନ୍ତି। ଏହି ବ୍ୟବସ୍ଥାରେ ବୀମା କମ୍ପାନି ଓ କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ଏତଲାର ନକଲ, ଡ୍ରାଇଭିଂ ଲାଇସେନ୍ସ, ପଞ୍ଜୀକରଣ ପ୍ରମାଣ ପତ୍ର ବହି, ଦୁର୍ଘଟଣା ଘଟିଥିବା ସ୍ଥାନର ନକ୍ସା, ମୋଟର ଯାନ ନିରୀକ୍ଷକଙ୍କ ରିପୋର୍ଟ, ପୋଷ୍ଟମର୍ଟମ୍ ରିପୋର୍ଟ ଆଦି ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ ଓ ବୀମା ସଂକ୍ରାନ୍ତୀୟ ଦାବି ଶୀଘ୍ର ସମାଧାନ ହୋଇପାରିବେ।

ସାଧାରଣ ବ୍ୟକ୍ତିଙ୍କୁ ଏହି ସୁବିଧା ପାଇଁ କୌଣସି ଦେୟ ଦେବାକୁ ପଡୁ ନ ଥିବା ବେଳେ ବୀମା କମ୍ପାନୀମାନଙ୍କୁ ଏଥିପାଇଁ 100 ଟଙ୍କା ଦେବାକୁ ପଡିବ ।

ପୋଲିସ ଡାକ୍ତର ସଂଯୋଗ

ରାସ୍ତା ଦୁର୍ଘଟଣାର ଶିକାର ହେଲେ ଡାକ୍ତରୀ ପରୀକ୍ଷା ରିପୋର୍ଟ ପାଇଁ ବି ଆଉ ଥାନା ଓ ଡାକ୍ତରଖାନାରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ‘ମେଡିକୋ ଲିଗାଲ୍‌ ଓପିନିଅନ୍ ସିଷ୍ଟମ୍‌’ ମାଧ୍ୟମରେ ଏହି ବ୍ୟବସ୍ଥା ସୁରୁଖୁରୁରେ ଚାଲିବ।

କୌଣସି ବ୍ୟକ୍ତିଙ୍କ ଡାକ୍ତରୀ ପରୀକ୍ଷା ପୋଲିସ ଏଣିକି ଅନଲାଇନରେ ନିବେଦନ କରିବପରିବେ । ଡାକ୍ତର ଅନଲାଇନରେ ପୋଲିସଙ୍କ ଆବେଦନ ଦେଖି ବ୍ୟକ୍ତିଙ୍କ ପରୀକ୍ଷା କରିବା ପରେ ମେଡିକାଲ ରିପୋର୍ଟକୁ ଅନଲାଇନରେ ଅପଲୋଡ କରିବେ।

ଫଳରେ ଏହି କାମ ପାଇଁ ଲାଗୁଥିବା ସମୟ ହ୍ରାସ ପାଇବ ଓ ପୀଡିତ ବା ପୀଡ଼ିତାଙ୍କୁ ବାରମ୍ବାର ପୋଲିସ ଷ୍ଟେସନ ଯିବାକୁ ପଡିବନି । ବର୍ତ୍ତମାନ ସୁଦ୍ଧା ରାଜ୍ୟର 3,300 ଡାକ୍ତର ଏହି ସେବା ପାଇଁ ପଞ୍ଜୀକୃତ ହୋଇସାରିଛନ୍ତି ।

ଏଥିପାଇଁ ପୋଲିସ ରାସ୍ତା ଦୁର୍ଘଟଣା ସମ୍ବନ୍ଧୀୟ କାଗଜପତ୍ରକୁ ସିସିଟିଏନ୍‌ଏସ୍‌ ମାଧ୍ୟମରେ ଅପ୍‌ଲୋଡ୍‌ କରିବେ। ବୀମା‌ କମ୍ପାନିଙ୍କୁ ୟୁଜର୍‌ ଆଇଡି ଓ ପାସ୍‌ୱାର୍ଡ ପ୍ରଦାନ କରାଯିବ, ଯାହା ଦ୍ବାରା ସେମାନେ ୧୦୦ ଟଙ୍କା ଦେଇ ଆବଶ୍ୟକ କାଗଜପତ୍ର ଡାଉନ୍‌ଲୋଡ୍‌ କରିବେ।

ସଂପୃକ୍ତ ବ୍ୟକ୍ତି ନିଜ ମୋବାଇଲ୍‌ ନମ୍ବର ଓ ଓଟିପି ବ୍ୟବହାର କରି ବିନା ଦେୟରେ କାଗଜପତ୍ର ଡାଉନ୍‌ଲୋଡ୍‌ କରିପାରିବେ। ‘ମେଡିକୋ ଲିଗାଲ୍‌ ଓପିନିଅନ୍ ସିଷ୍ଟମ୍‌’ ଉଭୟ ପୁଲିସ୍‌ ଓ ଡାକ୍ତରଙ୍କ ପାଇଁ ଉପାଦେୟ ହେବ।

ବର୍ତ୍ତମାନ ସୁଦ୍ଧା ଏହି ୱେବ୍ସାଇଟରେ 2019 ଜାନୁୟାରୀ ପହିଲାରୁ ରାଜ୍ୟରେ ହୋଇଥିବା ସମସ୍ତ ରାସ୍ତା ଦୁର୍ଘଟଣାର କାଗଜପତ୍ର ଅପଲୋଡ ହୋଇସାରିଛି ।

ଏହି ସେବା ପାଇଁ ୱେବ୍ସାଇଟ ହେଉଛି www.impos.odisha.gov.in । (ଗୁରୁବାର ଜାନୁୟାରି 30 ତାରିଖ ସୁଦ୍ଧା ଏହି ୱେବ୍ସାଇଟ କାର୍ଯ୍ୟକାରୀ ହୋଇନାହିଁ ।

#OdishaNews #NaveenPatnaik #OdishaGovt

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon