• ବେତାର ବ୍ୟୁରୋ

ୱାର୍ଲ୍ଡକପରୁ ପିଛାଛାଡୁନି ସୁପର ଓଭର ଅଶୁଭ ଯୋଗ : ବର୍ଷକେ ଭିତରେ ଏତିକି ଥର ହାରିଲାଣି ନ୍ୟୁଜିଲାଣ୍ଡ


(ବେତାର ବ୍ୟୁରୋ) ଶୁକ୍ରବାର ଶେଷ ହୋଇଥିବା ଚତୁର୍ଥ ଟି20ରେ ଭାରତ ଠାରୁ ସୁପର ଓଭରରେ ହାରିବା ପରେ ନ୍ୟୁଜିଲାଣ୍ଡ ପାଇଁ ସୁପରଓଭର ଯୋଗ କାଳ ଯୋଗ ହେଉଥିବା ଲାଗୁଛି । ଚଳିତ ସିରିଜରେ ଦୁଇଥର ପରାଜୟକୁ ମିଶାଇ ନ୍ୟୁଜିଲାଣ୍ଡ ଗତ 12 ମାସ ମଧ୍ୟରେ ଚାରି ଥର ଏହି ସୁପର ଓଭର (ମ୍ୟାଚ ରେ ଦୁଇଦଳ ସମାନ ସ୍କୋର କରିବା ପରେ ଜିତିବା ପାଇଁ ଆବଶ୍ୟକ ହେଉଥିବା ଓଭର) ରେ ହାରିଲାଣି ।

ଏଣୁ ନ୍ୟୁଜିଲାଣ୍ଡ ଟିମ ଉନ୍ନତ ପ୍ରଦର୍ଶନ କରି ମଧ୍ୟ ଠିକଣା ସମୟକୁ ହାରି ଯାଉଛି । ଗତ ବିଶ୍ଵକପ ଠାରୁ ଏହି ଅଶୁଭ ଯୋଗ ନ୍ୟୁଜିଲାଣ୍ଡର ପିଛା ଛାଡୁନି ।

ରୋହିତ ଓ କୋହଲି

ଶୁକ୍ରବାର ମ୍ୟାଚ୍ ଟାଇ ରହିବା ପରେ ସୁପର୍ ଓଭରର ସହାୟତା ନିଆଯାଇଥିଲା, ଯେଉଁଥିରେ ନ୍ୟୁଜିଲ୍ୟାଣ୍ଡ୍ ୬ ବଲରେ ୧୩ ରନ୍ ସଂଗ୍ରହ କରିଥିଲା। ଜବାବରେ ଇନଫର୍ମ ରୋହିତ୍ ପ୍ରଥମ ଦୁଇ ବଲରେ ଛକା ଓ ଚୌକା ସହ ୧୦ ରନ୍ କରିବା ପରେ ପରବର୍ତ୍ତୀ ବଲରେ ଆଉଟ୍ ହୋଇଥିଲେ । ତେବେ ପରବର୍ତ୍ତୀ ଦୁଇ ବଲରେ କୋହଲି ୨ ଓ ୪ ରନ୍ କରି ଭାରତକୁ ୫ ବଲରେ ବିଜୟୀ କରାଇଛନ୍ତି ।

ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୮ ୱିକେଟ୍ ହରାଇ ୧୬୫ ରନ୍ କରିଥିଲା ବେଳେ ଜବାବରେ ନ୍ୟୁଜିଲ୍ୟାଣ୍ଡ୍ ୭ ୱିକେଟ୍ ହରାଇ ସମାନ ସ୍କୋର କରି ମ୍ୟାଚ୍ ଟାଇ କରିଥିଲା।

ନ୍ୟୁଜିଲ୍ୟାଣ୍ଡ୍ ପାଇଁ ଶେଷ ଓଭର ପୁଣି ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଅନ୍ତିମ ଓଭରରେ ଦଳକୁ ୭ ରନ୍ ଆବଶ୍ୟକ ହେଉଥିବା ବେଳେ ଭାରତୀୟ ପେସର ଶାର୍ଦ୍ଦୁଲ ଠାକୁର ଚମତ୍କାର ବୋଲିଂ କରି ମାତ୍ର ୬ ରନ୍ ଦେଇ ନ୍ୟୁଜିଲ୍ୟାଣ୍ଡ୍ ମୁହଁରୁ ବିଜୟ ଛଡ଼ାଇ ଆଣିଥିଲେ। ଶେଷ ଓଭରରେ ଘରୋଇ ଦଳ ୪ ୱିକେଟ୍ ହରାଇଥିଲା।

ଭାରତୀୟ ବ୍ୟାଟିଂ ନିରାଶାଜନକ

ଭାରତୀୟ ଦଳ ତିନୋଟି ପରିବର୍ତ୍ତନ ସହ ମଇଦାନକୁ ଓହ୍ଲାଇଥିଲା। ରୋହିତ ଶର୍ମା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ସଞ୍ଜୁ ସାମସନ୍‌, ନଭଦୀପ ସାଇନି ଏବଂ ୱାଶିଂଟନ୍ ସୁନ୍ଦର ସୁଯୋଗ ପାଇଥିଲେ। ରାହୁଲଙ୍କ ସହ ଓପନ୍ କରିବାକୁ ଆସିଥିବା ସାମସନ୍ ସୁଯୋଗର ଫାଇଦା ଉଠାଇପାରିନଥିଲେ।

ସାମସନ୍ (୮) ଛକା ମାରିବାର ଗୋଟିଏ ବଲ୍ ପରେ ଆଉ ଏକ ବଡ଼ ଖେଳିବା ପ୍ରୟାସରେ ସ୍କଟ୍ କୁଗଲେଇନଙ୍କ ବଲରେ ଆଉଟ୍ ହୋଇଥିଲେ।

କ୍ୟାପଟେନ୍ ବିରାଟ୍ କୋହଲି (୧୪) ଘରୋଇ ପେସ୍ ବୋଲର ହାମିଶ୍ ବେନେଟ୍ଟଙ୍କୁ ଲଗାତାର ଦୁଇଟି ଚୌକା ମାରିବା ପରେ ନିଜ ୱିକେଟ୍ ହରାଇ ବସିଥିଲେ। ଟପ୍ ଫର୍ମରେ ଥିବା ଶ୍ରେୟସ ଆୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଶିବମ ଦୁବେ ପୁଣିଥରେ ବ୍ୟାଟରେ କୌଣସି କମାଲ୍ କରିପାରିନଥିଲେ ଏବଂ ବ୍ୟକ୍ତିଗତ ୧୨ ରନ୍ କରି ଇଶ ସୋଢୀଙ୍କ ଶିକାର ହୋଇଥିଲେ।

#INdVNZ #IndiaCricket #T20cricket

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon