• ବେତାର ବ୍ୟୁରୋ

ଫେବୃଆରୀରେ ଏହି 5 ଗ୍ରହ କରିବେ ରାଶି ପରିବର୍ତ୍ତନ : ଏମିତି କରନ୍ତୁ ପ୍ରତିକାର


(ବେତାର ବ୍ୟୁରୋ) ଜ୍ୟୋତିଷ ବିଦ୍ୟା ଓ ଖଗୋଳ ବିଦ୍ୟା ଦୃଷ୍ଟିକୋଣରୁ ଫେବୃୟାରୀ 2020 ଏକ ଗୁରୁତ୍ବପୂର୍ଣ୍ଣ ମାସ । ଏହି ମାସରେ ଶନି , ବୃହସ୍ପତି ତଥା ରାହୁ କେତୁ ପରି ଛାୟା ଗ୍ରହ ଛାଡିଦେଲେ ଅନ୍ୟ ସମସ୍ତ ଗ୍ରହ ରାଶି ପରିବର୍ତ୍ତନ କରିବେ ।

ଏଣୁ ଏହିସବୁ ପରିବର୍ତ୍ତନ ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରଭାବ ପକାଇବ । ଆସନ୍ତୁ ଜାଣିବା ସେଗୁଡିକ କଣ ।

ନୀଚ୍ଚ ରାଶି, ଉଚ୍ଚ ରାଶି

ସୂର୍ଯ୍ୟ ମାସ ଆରମ୍ଭରୁ ଏହା ମକର ରାଶିରେ ସ୍ଥିତ ଅଛି । ଫେବୃୟାରି 13 ତାରିଖରେ ଏହା କୁମ୍ଭ ରାଶିରେ ପ୍ରବେଶ କରିବା । ସେହି ଦିନ କୁମ୍ଭ ସଂକ୍ରାନ୍ତି ପାଳିତ ହେବ ।

ବୁଧ ମାସ ଆରମ୍ଭରୁ ଏହା କୁମ୍ଭ ରାଶିରେ ଅଛି । ଫେବୃୟାରି 17 ତାରିଖରେ ଏହା ବକ୍ରି ହେବା ବା ନିଜର ବେଗ ପରିବର୍ତ୍ତନ କରିବ । ଏହି ଗ୍ରହ ପରିବହନ, ଗମନା ଗମନ, ଇଲେକ୍ଟ୍ରିକ ସପ୍ଲାଇ ତଥା ଇଲେକ୍ଟ୍ରୋନିକ ଗାଜେଟ କୁ ସୁଚାଇଥାଏ ।

ମଙ୍ଗଳ ସାହସ ଓ ପରାକ୍ରମର ଗ୍ରହ ମଙ୍ଗଳ ମାସ ଆରମ୍ଭରୁ ବିଛା ରାଶିରେ ସ୍ଥିତ ଅଛନ୍ତି । ଏହା ଫେବ୍ରୁଆରି 7 ତାରିଖରେ ଧନୁ ରାଶିର ପ୍ରବେଶ କରିବ । ଧନୁ ଏକ ଅଗ୍ନି ରାଶି ଓ ମଙ୍ଗଳ ମଧ୍ୟ ଏକ ଉତ୍ତପ୍ତ ଗ୍ରହ । ଏଣୁ ଏହି ପରିବର୍ତ୍ତନ ବିବାଦ, ଅଗ୍ନିକାଣ୍ଡ, ଆଦି ଘଟଣା ସୁଚାଇପାରେ ।

ଚନ୍ଦ୍ର ଚଳିତ ମାସ ଆରମ୍ଭରୁ ଏହା ମେଷ ରାଶିରେ ଥିବା ବେଳେ ଫେବୃୟାରି 2 ତାରିଖରେ ଏହା ବୃଷ ରାଶିରେ ପ୍ରବେଶ କରିବ ଓ ଏହାପରେ ପ୍ରତି ଅଢେଇ ଦିନରେ ଏହା ରାଶି ପରିବର୍ତ୍ତନ କରିବ । ଫେବ୍ରୁୟାରୀ `10 ତାରିଖ ଯାଏଁ ଶନି, ମଙ୍ଗଳ ଓ କେତୁ ସଂସ୍ପର୍ଶରେ ଆସିବ । ଏହାର ପ୍ରଭାବରେ ମାନସିକ ଅବସାଦ, ଥଣ୍ଡା ଜନିତ ସ୍ୱାସ୍ଥ୍ୟ ସମସ୍ୟା ଇତ୍ୟାଦି କିଛି ବ୍ୟକ୍ତିଙ୍କ ଜୀବନରେ ଦେଖା ଦେଇପାରେ ।

ଶୁକ୍ର ଏହା ଫେବୃୟାରୀ 2 ତାରିଖରେ ନିଜର ଉଚ୍ଚ ରାଶି ମୀନରେ ପ୍ରବେଶ କରିବ । ଏହା ଫଳରେ କିଛି ବ୍ୟକ୍ତିଙ୍କ ବ୍ୟୟ ବଢିପାରେ ବା ନିଜ ପାଇଁ ସୌଖିନ ସାମଗ୍ରୀ କିନା କିଣାକିଣି କରିବେ । ଫେବୃୟାରୀ 28 ତାରିଖରେ ଏହା ମେଷ ରାଶିରେ ପ୍ରବେଶ କରିବ ।

ପ୍ରତିକାର

ଏହି ସମସ୍ତ ଗ୍ରହ ପରିବର୍ତ୍ତନ ସାମୟିକ ଭାବେ ସମସ୍ତଙ୍କ ଜୀବନରେ କିଛି ନା କିଛି ପ୍ରଭାବ ଆଣିବ । ଅବୋଧ୍ୟ ବ୍ୟକ୍ତିଙ୍କ ନିଜ ରାଶି ଓ ଲଗ୍ନ ତଥା ମହାଦଶା ସମୟ ଅନୁସାରେ ଏହାର ପ୍ରଭାଵ କମ ବା ବେଶୀ ହେବ ।

ପ୍ରତିକାର : ଚନ୍ଦ୍ର ପାଇଁ ପ୍ରତିକାର କରିବାକୁ ହେଲେ ସବୁଦିନ ସକାଳୁ ଉଠିବା ସହିତ ରାତି ବେଳା କ୍ଷୀର ଜାତୀୟ ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ (ଫେବୃୟାରୀ 10 ଯାଏଁ)

ବୁଧ ଗ୍ରହ ବକ୍ରି ହେବା ପରଠାରୁ ଅସୁବିଧା ହେଉଥିଲେ ବୁଧବାର ଆମିଷ ବର୍ଜନ କରିବା ଜରୁରୀ । ଖାଇବାରେ ଅଧିକରୁ ଅଧିକ ଶାଗ ଓ ସବୁଜ ପନିପରିବା ସାମିଲ କରନ୍ତୁ ।

ଶୁକ୍ର ପ୍ରତିକାର ପାଇଁ ଶିବଳିଙ୍ଗରେ କ୍ଷୀର ଚଢାଇବା ଜରୁରୀ ।

#Astrology

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon