• ବେତାର ବ୍ୟୁରୋ

ଫେବୃୟାରୀ 3-9 ରାଶିଫଳ : ଏ ସପ୍ତାହରେ ଦୁଇଟି ଶୁଭ ଯୋଗ, ଏମିତି ରହିବ ଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବା ନିଜର ଉଚ୍ଚ ରାଶି ବୃଷରୁ ଯାତ୍ରା ଆରମ୍ଭ କରି କର୍କଟ ପର୍ଯ୍ୟନ୍ତ ଯାତ୍ରା କରିବେ । ଏହି ସମୟରେ ମଙ୍ଗଳ ଦୃଷ୍ଟିରେ ଆସୁଥିବାରୁ ମହାଲକ୍ଷ୍ମୀ ଯୋଗ ଓ ବୃହସ୍ପତି ଦୃଷ୍ଟିରେ ରହୁଥିବାରୁ ଚନ୍ଦ୍ର ଉପରେ ଗଜକେଶରୀ ଯୋଗ ଏହି ସପ୍ତାହରେ ରହିବ . ଏହିସବୁ ଯୋଗ ଫଳରେ ପ୍ରାୟ 6ଟି ରାଶିର ବ୍ୟକ୍ତି ଲଭାବନ ହେବେ ଓ ଧନ ଲାଭ ବା ଦାମୀ ଜିନିଷ କିଣିବାର ମଉକା ପାଇବେ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ - ମନ ପ୍ରସନ୍ନ ରହିବ। ବ୍ୟବସାୟରେ ପ୍ରଗତି ହେବ। ସପ୍ତାହ ମଝି-ଆୟବ୍ୟୟର ସନ୍ତୁଳନ ବଜାୟ ରହିବ। ସପ୍ତାହ ଶେଷ- ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।

ବୃଷ : ସପ୍ତାହ ଆରମ୍ଭ - ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ମନ ମସ୍ତିଷ୍କର ବୋଝ ହାଲୁକା ହେବ। ସପ୍ତାହ ମଝି-ଆୟ ବୃଦ୍ଧି ହେବ। ସପ୍ତାହ ଶେଷ- ପ୍ରେମ ବ୍ୟାପାର ପାଇଁ ସମୟ ଭଲ।

ମିଥୁନ : ସପ୍ତାହ ଆରମ୍ଭ - ବେପାରରେ ଉନ୍ନତି ହେବ। ସାଥୀଙ୍କ ପ୍ରତି ପ୍ରେମ ଓ ସ୍ନେହଭାବ ରହିବ। ସପ୍ତାହ ମଝି-କାମରେ ସଫଳତା ମିଳିବ। ସପ୍ତାହ ଶେଷ- ଧନସଂପଦ ବୃଦ୍ଧି ହେବ।

କର୍କଟ : ସପ୍ତାହ ଆରମ୍ଭ - ସଫଳତାର ପାହାଚ ଚଢ଼ିବେ। ବେପାର ବୃତ୍ତିରେ ଲାଭ ମିଳିବ। ସପ୍ତାହ ମଝି-ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ। ସପ୍ତାହ ଶେଷ- ସୁଖ୍ୟାତି ବଢ଼ିବ।

ସିଂହ : ସପ୍ତାହ ଆରମ୍ଭ - ପେସାରେ ଭଲ ପ୍ରଦର୍ଶନ କରିବେ। ଶତ୍ରୁ ପରାସ୍ତ ହେବେ। ସପ୍ତାହ ମଝି-ବେପାରରେ ଲାଭ ପାଇବେ। ସପ୍ତାହ ଶେଷ- କାମ ପ୍ରତି ସକ୍ରିୟ ରହିବେ।

କନ୍ୟା : ସପ୍ତାହ ଆରମ୍ଭ - ଘରୋଇ ସୁଖସୁବିଧା ବଢ଼ିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ସପ୍ତାହ ମଝି-ଚାକିରିରେ ଉନ୍ନତି ହେବ। ସପ୍ତାହ ଶେଷ- ଆର୍ଥିକ ଲାଭ ହେବ।

ତୁଳା : ସପ୍ତାହ ଆରମ୍ଭ - ପ୍ରେମ ସମ୍ବନ୍ଧ ମଜଭୁତ ହେବ। ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୋଇପାରେ। ସପ୍ତାହ ମଝି-ସଫଳତା ଓ ଲାଭ ପାଇବେ। ସପ୍ତାହ ଶେଷ- ସ୍ଥଗିତ ଥିବା କାମ ପୂରା ହେବ।

ବିଛା : ସପ୍ତାହ ଆରମ୍ଭ - ଲୋକଙ୍କୁ ସାହାଯ୍ୟ କରିବେ। ଅର୍ଥ ନୂଆ ସ୍ରୋତରେ ଲଗାଇବେ। ସପ୍ତାହ ମଝି-ଦିମାକ ଗରମ ରହିପାରେ। ସପ୍ତାହ ଶେଷ- ନାମ ଓ ଯଶ ବୃଦ୍ଧି ହେବ।

ଧନୁ : ସପ୍ତାହ ଆରମ୍ଭ - ବିବାହ ସମ୍ବନ୍ଧରେ ବାଧା ଦୂର ହେବ। ବନ୍ଧୁଙ୍କୁ ମନର କଥା କହିବେ। ସପ୍ତାହ ମଝି-ବ୍ୟବସାୟରେ ଲାଭ ମିଳିବ। ସପ୍ତାହ ଶେଷ- କାରବାର ବୃଦ୍ଧି ହେବ।

ମକର : ସପ୍ତାହ ଆରମ୍ଭ - ମାଆଙ୍କ ସହଯୋଗ ମିଳିବ। ଦାୟିତ୍ଵକୁ ସଂପୂର୍ଣ୍ଣ କରିବେ। ସପ୍ତାହ ମଝି-ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ। ସପ୍ତାହ ଶେଷ- ଜନସଂପର୍କ ବଢ଼ିବ।

କୁମ୍ଭ : ସପ୍ତାହ ଆରମ୍ଭ - ଦୀର୍ଘ ଦିନର ଚିନ୍ତା ଦୂର ହେବ। ରାଜନୀତିରେ ସଫଳତା ମିଳିବ। ସପ୍ତାହ ମଝି-ଆୟ ବୃଦ୍ଧିର ସମ୍ଭାବନା। ସପ୍ତାହ ଶେଷ- ବେପାରରେ ଉନ୍ନତି ହେବ।

ମୀନ : ସପ୍ତାହ ଆରମ୍ଭ - ଧନପ୍ରାପ୍ତି ହେବ। ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ସପ୍ତାହ ମଝି-ମନର ଆଶା ପୂରଣ ହେବ। ସପ୍ତାହ ଶେଷ- ଆପଣଙ୍କର ଆକର୍ଷଣ ବଢ଼ିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon