• ବେତାର ବ୍ୟୁରୋ

RBI Assistant ପ୍ରିଲିମ ପରୀକ୍ଷା ପାଇଁ ଆଡମିଟ କାର୍ଡ ଜାରି ; ଏମିତି ହେବ ଡାଉନଲୋଡ


(ବେତାର ବ୍ୟୁରୋ) ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ହେବାକୁ ଥିବା ଆସିଷ୍ଟାଣ୍ଟ ପଦରେ ନିଯୁକ୍ତି ହେବାପାଇଁ ଅନୁଷ୍ଠିତ ହେବାକୁ ଥିବା ପ୍ରିଲିମିନାରି ପରୀକ୍ଷାର ଆଡମିଟ କାର୍ଡ ଜାରି ହୋଇସାରିଛି । ଯେଉଁମାନେ ଏହି ପରୀକ୍ଷା ନିମନ୍ତେ ଜାନୁୟାରୀ 16 ତାରିଖ ପୂର୍ବରୁ ଆବେଦନ କରିଥିବେ ସେହିମାନେ ନିମ୍ନରେ ଦିଆଯାଇଥିବା ଲିଙ୍କରେ ଯା ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

କିପରି କରିବେ ଡାଉନଲୋଡ

RBI ଆସିଷ୍ଟାଣ୍ଟ ଆଡମିଟ କାର୍ଡ ଡାଉନଲୋଡ ଲିଙ୍କ ପାଇଁ ଏଠାରେ କ୍ଲିକ କରନ୍ତୁ ।

ଏଥିପାଇଁ ଉପରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ବା ରୋଲ ନମ୍ବର ଓ ପାସୱାର୍ଡ ବା ଜନ୍ମ ତାରିଖ ସହିତ ଦିଆଯାଇଥିବା କାପଚା/ସିକ୍ୟୁରିଟି କୋଡ ଦେଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଏହାପରେ ଏହାର ଏକ ପ୍ରିଣ୍ଟ ନକଲ କାଢି ନିଅନ୍ତୁ ।

ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଶେଷ ତାରିଖ ହେଉଛି ଫେବୃୟାରି 15,2020 ।

ପରୀକ୍ଷା ବିଷୟ

ଏହି ପଦ ପାଇଁ ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ-ଗୋଟିଏ ପ୍ରିଲିମ ଓ ଅନ୍ୟଟି ମେନ୍ । ପ୍ରିଲିମ ପରୀକ୍ଷା ଫେବୃଆରୀ 14 ଓ 15 ତାରିଖରେ ସାରା ଦେଶରେ ଭିନ୍ନ ସେଣ୍ଟରରେ

ଅଲଗା ସିଟିଙ୍ଗ ରେ ଅନୁଷ୍ଠିତ ହେବ ।ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀମାନେ ମାର୍ଚ୍ଚ ମାସରେ ମେନ ପରୀକ୍ଷା ଦେଇ ପାରିବେ ।

ଏହି ପ୍ରିଲିମ ପରୀକ୍ଷାରେ କେବଳ ଅବଜେକଟିଭ ଟାଇପ ପ୍ରଶ୍ନ ରହିବ । ପ୍ରଶ୍ନପତ୍ର ବିଷୟବସ୍ତୁରେ ମାନସିକ ଦକ୍ଷତା (Reasoning Ability), ବ୍ୟବହାରିକ ଗଣିତ (Numerical Ability) ଓ ଇଂରାଜୀରେ ବସ୍ତୁନିଷ୍ଠ ବା objective ପ୍ରଶ୍ନ ରହିବ। ସମୁଦାୟ ପ୍ରଶ୍ନପତ୍ରର ମୋଟ ମାର୍କ 100 ରହିବ ଓ ପରୀକ୍ଷା ସମୟ 1 ଘଣ୍ଟା ରହିବ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ RBIର 17ଟି ଅଫିସ ପାଇଁ ସର୍ବ 926 ଟି ପଦ ପ୍ରକାଶ ପାଇଛି।ସେଥିମଧ୍ୟରୁ ଭୁବନେଶ୍ୱର ପାଇଁ 45ଟି ପଦ ରହିପାରେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ଏହି ସମସ୍ତ ପଦବୀ ଗୁଡିକରେ ସରକାରୀ ସର୍ତ୍ତାବଳୀ ମୁତାବକ ଅନୁସୂଚିତ ଜାତି, ଆଦିବାସୀ, ଓବିସି ତଥା ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ ନିୟମାନୁସାରେ ପଦବୀ ସଂରକ୍ଷିତ ରହିବ ।

ଦରମା

ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ.Rs. 14650 ଦରମା ପ୍ରଦାନ କରାଯିବ ।

#jobs #RBI #govtjobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon