• ବେତାର ବ୍ୟୁରୋ

ଏବେଠୁ ଗୁଗୁଲ ସର୍ଚରେ ଏମିତି କରନ୍ତୁ ମୋବାଇଲ ରିଚାର୍ଜ


(ବେତାର ବ୍ଯୁରୋ) ମୋବାଇଲ ଫୋନରେ ରିଚାର୍ଜ କରିବା ପାଇଁ ଆମେ ସାଧାରଣତଃ ଭିନ୍ନ ଭିନ୍ନ ଆପ ଡାଉନଲୋଡ କରିଥାଉ ଓ ଏହାକୁ ନିଜ UPI ଆକାଉଣ୍ଟ ସାହିତ ଯୋଡିଥାଉ । ହେଲେ ଏହି ପ୍ରକ୍ରିୟାରେ କେଉଁ କମ୍ପାନୀ କେତେ ଭାଉଚର ଦେଉଛି ତାହା ଜାଣିବା ବେଳେ ବେଳେ ଅସମ୍ଭବ ହୋଇପଡେ । ଏବେ ଏକାସାଙ୍ଗରେ ସମସ୍ତ ପ୍ଲାନ ଓ ଦିସକାଉଣ୍ଟ କୁପନ ଦର୍ଶାଇବା ପାଇଁ ଗୁଗୁଲ ଆରମ୍ଭ କରିଛି ଏହାର ମୋବାଇଲ ରିଚାର୍ଜ ସେବା ।

ଏହା ବ୍ୟବହାର କରିବା ଅତ୍ୟନ୍ତ ସହଜ ।

ଏହି ସୁବିଧା ପାଇବାକୁ ହେଲେ ଆପଣଙ୍କୁ ପ୍ରଥମେ ଗୁଗୁଲ ସର୍ଚରେ ‘prepaid mobile recharge’ ଟାଇପ କରିବାକୁ ପଡିବ ।

ଏହାବାଦ ଗୁଗୁଲ ଆପେ ଆପଣଙ୍କ ନମ୍ବର ସିଲେକ୍ଟ କରିଦେବ ଓ ଏକ ଛୋଟିଆ ଅନଲାଇନ ଫର୍ମ ଆପେ ପୂରଣ ହୋଇଯିବ । ଆପଣଙ୍କ ମୋବାଇଲ ନମ୍ବର ଓ ନେଟୱର୍କ ସଂସ୍ଥା କନଫର୍ମ ହୋଇଯିବା ପରେ ଏହା ବିଭିନ୍ନ ରିଚାର୍ଜ କମ୍ପାନୀ ଦ୍ଵାରା ମିଳୁଥିବା ପ୍ଳାନ ବୈଧତା ଓ ଦିଶକାଉଣ୍ଟ ସମ୍ପର୍କରେ ଆପଣଙ୍କୁ ଏକତ୍ର ଗୋଟିଏ ଜାଗାରେ ସୂଚନା ଦେବ ।

ଆପଣଙ୍କ ରିଚାର୍ଜ କେତେ ଟଙ୍କାର କରିବେ ତାହା ଲେଖିବା ପରେ ଏହା ପେଟିଏମ, ମୋବୀକ୍ଵିକ , ଫ୍ରିଚାର୍ଜ, ଗୁଗୁଲ ପେ ଇତ୍ୟାଦି ଦ୍ଵାରା ଦିଆଯାଉଥିବା ସେହି ପ୍ଳାନ ଉପରେ ଡିଶକାଉଣ୍ଟ ଦେଖାଇବ । ଏହାପରେ ଆପଣ ନିଜ ପସନ୍ଦର ରିଚାର୍ଜ ଚୟନ କରିବା ପରେ କାରବାର ଶେଷ ହୋଇଯିବ ଓ back to Google ମାରିବା ପରେ ଆପଣଙ୍କ ପୁବନରବାର ଗୁଗୁଲ ସର୍ଚକୁ ଯାଇ ପାରିବେ ।

ଏହିସବୁ ସର୍ତ୍ତ

ଅବଶ୍ୟ ଏହି ସୁବିଧା ପାଇବାକୁ ହେଲେ କିଛି ସର୍ତ୍ତାବଳୀ ରହିଛି । ପ୍ରଥମତଃ ଏହି ସୁବିଧା କେବଳ ପ୍ରି ପେଡ ଗ୍ରାହକଙ୍କୁ ପ୍ରାପ୍ତ ହେବ । ଅର୍ଥାତ ପୋଷ୍ଟ ପେଡ ବା ମାସିକିଆ ବିଲ ଦେଉଥିବା ଗ୍ରାହକ ମାନେ ଏହି ସୁବିଧାର ଲାଭ ଉଠାଇ ପାରିବେନାହିଁ ।

ଦ୍ବିତୀୟତଃ ଏହି ସୁବିଧା କେବଳ ଆଣ୍ଡ୍ରାଏଡ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ଅର୍ଥାତ ଯେଉଁ ମାନେ ଆଣ୍ଡ୍ରଏଡ ମୋବାଇଲ ବ୍ୟବହାର କରୁଥିବେ ସେହିମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ ।

#mobilecharge #google

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon