• ବେତାର ବ୍ୟୁରୋ

‘ବିଗ ବସ  13‘ ପରେ ଆସିବ ଶେହନାଜ ଙ୍କ ଏହି ରିଆଲିଟି ଶୋ , ସିଦ୍ଧାର୍ଥ ହେବେ ହୋଷ୍ଟ


(ବେତାର ବ୍ୟୁରୋ) କଲର୍ସ ଟିଭିରେ ପ୍ରସାରିତ ଲୋକପ୍ରିୟ ରିଆଲିଟି ଶୋ’ ‘ବିଗବସ‘ର ଚଳିତ ସଂସ୍କରଣ ସବୁଠୁ ହିଟ୍ ସାବ୍ୟସ୍ତ ହୋଇସାରିଥିବା ବେଳେ ଏହାର ପ୍ରତିଯୋଗୀ ତଥା ପଞ୍ଜାବୀ ଆଲବମ ଗାୟିକା ଶେହନାଜ ଗିଲ ସମସ୍ତଙ୍କ ମନ ଜିଣିନେବାରେ ସମର୍ଥ ହୋଇଛନ୍ତି । ଏହି ଶୋ’ ରେ ସିଦ୍ଧାର୍ଥ ଶୁକ୍ଲା ଓ ଆସିମ ରିୟାଜଙ୍କ ସମେତ ଶେହନାଜ ଏକ ମୁଖ୍ୟ ପ୍ରତିଯୋଗୀ ରୂପେ ଗଣାଯାଉଥିଲେ ମଧ୍ୟ ଲୋକପ୍ରିୟତା ଆଧାରରେ ସେ ସବୁଠୁ ଆଗରେ ଥିବା ଜଣା ପଡିଛି ।

ତାଙ୍କର ଏହି ଲୋକପ୍ରିୟତାକୁ ଆଧାର କରି ଟିଭି ଚାନେଲ କର୍ତ୍ତୃପକ୍ଷ ‘ଶେହାନଜ ଗିଲ୍ କି ସ୍ଵୟଂବର’ ନାମରେ ଏକ ଶୋ’ ଆରମ୍ଭ କରିବାକୁ ଯାଉଛନ୍ତି ।

ପାରସ, ଆସିମ

‘ଟାଇମସ ଅଫ ଇଣ୍ଡିଆ’ ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ ଏହି ଶୋ’ କୁ ଶେହନାଜଙ୍କ ପ୍ରିୟ ସିଦ୍ଧାର୍ଥ ଶୁକ୍ଲା ହୋଷ୍ଟ କରିବେ । ଆହୁରି ମଜାକଥା ହେଉଛି ଏହି ଶୋ’ ରେ ପ୍ରତିଯୋଗୀଙ୍କୁ ଟିପ୍ସ ଦେବେ ବିଗବସ ଅନ୍ଯତମ ପ୍ରତିଯୋଗୀ ପାରସ ଛାବ୍ରା ଓ ଆସିମ ରିୟାଜ ।

ଏହି ଶୋ’ ରେ 15 ଜଣ ପ୍ରତିଯୋଗୀ ଭାଗ ନେଇ ଶେହନାଜଙ୍କୁ ବିବାହ କରିବା ପାଇଁ ପରସ୍ପର ମଧ୍ୟରେ ପ୍ରତିଦ୍ୱନ୍ଦିତା କରିବେ ।

ପ୍ରତ୍ଯେକ ଏପିସୋଡରେ ସମସ୍ତ ପ୍ରତିଯୋଗୀଙ୍କୁ ଗୋଟିଏ ଲେଖାଏଁ ଟାସ୍କ ଦିଆଯିବ । ଏହାପରେ ସବୁଠୁ ଦୁର୍ବଳ ପ୍ରଦର୍ଶନ କରିଥିବା ପ୍ରାର୍ଥୀ ଉକ୍ତ ଏପିଶୋଡ଼ରୁ ଶୋ’ ରୁ ବିଦାୟ ନେବେ । ଏହିପରି ଅନ୍ତିମ ପ୍ରତିଯୋଗୀ ରହିବା ପର୍ଯ୍ୟନ୍ତ ଶୋ’ ଚାଲିବ ଓ ଶେଷରେ ବିଜୟୀ ପ୍ରାର୍ଥୀ ଶେହନାଜଙ୍କୁ ବିବାହ କରିବେ ।

ଏହି ପ୍ରତିଯୋଗୀମାନଙ୍କୁ ଶେହନାଜଙ୍କ ମନ ଜିଣିବାର ଟିପ୍ସ ଦେବେ ଆସିମ ଓ ପାରସ।

ବିଗବସ ପ୍ରତିଯୋଗୀ

ପୂର୍ବରୁ ମଧ୍ୟ ବିଗବସର ପ୍ରତିଯୋଗୀଙ୍କ ସ୍ଵୟଂବର ଟିଭିରେ ପ୍ରସାରିତ ହୋଇସାରିଛି । ତନ୍ମଧ୍ୟରୁ ରାକ୍ଷୀ ସାୱନ୍ତ ଉକ୍ତ ଶୋ’ ପରେ ବିଜୟୀଙ୍କୁ ବିବାହ କରି ନଥିବା ବେଳେ ରାହୁଲ ମହାଜନ ବିବାହ କରିଥିଲେ । ତେବେ ଏହାପରେ ରାହୁଲଙ୍କ ବିବାହ ବିଚ୍ଛେଦ ହୋଇଥିଲା ।

#BiggBoss #ShehnazGill #TVShow #RealityTV

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon