• ବେତାର ବ୍ୟୁରୋ

ଓଡିଶା ସରକାର କରିବେ 606 ଅଧ୍ୟାପକ ନିଯୁକ୍ତି, Chemistry ବିଷୟରେ ସର୍ବାଧିକ


(ବେତାର ବ୍ୟୁରୋ) ଓଡିଶା ସରକାର ଆଗାମୀ ଦିନମାନଙ୍କରେ ସରକାରୀ ଡିଗ୍ରୀ କଲେଜରେ 606 ଅଧ୍ୟାପକ ପଦରେ ନିଯୁକ୍ତି କରିବାକୁ ଯାଉଛନ୍ତି ।ଏହିସବୁ ନିଯୁକ୍ତି ଓଇଏସ (Odisha Education Ceremony) ଶ୍ରେଣୀରେ Grade A ପଦ ନିମନ୍ତେ ହେବ ।

ଏହି କ୍ରମରେ ଓଡିଶା ଲୋକସେବା ଆୟୋଗ ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ, ଗଣିତ , ଜୀବ ବିଜ୍ଞାନ, ଇଂରାଜୀ, ଆନ୍ଥ୍ରୋପୋଲଜି ଆଦି 20ଟି ବିଷୟରେମାନଙ୍କରେ ସାରା ରାଜ୍ୟରେ ଅଧ୍ୟାପକ ନିଯୁକ୍ତି ନିମନ୍ତେ ଅନଲାଇନ ଆବେଦନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି ।

ଆବେଦନ ତାରିଖ

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆସନ୍ତା ଫେବୃଆରି ମାସ 8 ରୁ ମାର୍ଚ୍ଚ 2 ତାରିଖ ମଧ୍ୟରେ ଆବେଦନ କରିପାରିବେ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 606 ପଦ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ସେଥିମଧ୍ୟରୁ କେମିଷ୍ଟ୍ରି ବା ରସାୟନ ବିଜ୍ଞାନ ପାଇଁ ସର୍ବାଧିକ 85 ଟି ପୋଷ୍ଟ ବାହାରିଛି । ଏହା ପଛକୁ ପଦାର୍ଥ ବିଜ୍ଞାନ (75 ଟି ), Zoology (68) , Mathematics (63), ଓ Botany ଆଦି ବିଜ୍ଞାନ ସମ୍ବନ୍ଧୀୟ ବିଷୟବସ୍ତୁ ରହିଛି ।

ତେବେ ସମୁଦାୟ 20ଟି ବିଷୟରେ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । କଳା ବିଷୟ ଯଥା ରାଜନୀତି ବିଜ୍ଞାନ, ନୃତତ୍ତ୍ଵ ବିଜ୍ଞାନ, ଦର୍ଶନ , ଇତିହାସ, ଇଂରାଜୀ ଓ ଓଡିଆ ଆଦି ବିଷୟରେ ମଧ୍ୟ 5ରୁ 20 ଟି ପଦ ବାହାରିଛି ।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀ ଓଡିଶା ସରକାରଙ୍କ ଗ୍ରେଡ ଏ ପଦ ପାଇଁ ସ୍ଥିର କରାଯାଇଥିବା ଦରମାର ଲେଭଲ 10 ଅନୁସାରେ ଦରମା ପାଇବେ ।

ବୟସସୀମା

ଏହି ପଦରେ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ଜାନୁୟାରୀ 1 ,2020 ସର୍ବାଧିକ ବୟସ 48 ଓ ସର୍ବନିମ୍ନ 21 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ବିଭିନ୍ନ ସଂରକ୍ଷିତ ବର୍ଗଙ୍କ ନିମନ୍ତେ ବୟସସୀମା କୋହଳ ହେବ ।

ଶିକ୍ଷାଗତ ଯୋଗ୍ୟତା

ଅଧ୍ୟାପକ ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ କୌଣସି ସ୍ଵୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଉକ୍ତ ବିଷୟରେ ଅତି କମ୍ ରେ 55 % ମାର୍କ ରଖି ପିଜି ଡିଗ୍ରୀ ପାସ କରିଥିବା ଆବଶ୍ୟକ।

ଏହାସହିତ NET ପରୀକ୍ଷା ପାସ କରିଥିବା ଆବଶ୍ୟକ।

ତେବେ ଯେଉଁମାନେ Ph. D କରିଥିବେ ସେମାନଙ୍କ ପାଇଁ NET ପାସ କରିବା ବାଧ୍ୟତାମୂଳକ ନୁହେଁ ।

ଚୟନ ପଦ୍ଧତି

ଏହି ପଦ ପାଇଁ ପ୍ରଥମେ ଅନଲାଇନରେ ଆବେଦନ ପତ୍ର ଆହ୍ଵାନ କରାଯାଉଛି , । ଅନଲାଇନରେ ମାର୍କ ଓ ଡକୁମେଣ୍ଟ ନିରୀକ୍ଷଣ ପରେ ପ୍ରାର୍ଥୀଙ୍କୁ ସାକ୍ଷାତକାର ସହିତ ମୂଳ ସାର୍ଟିଫିକେଟ ନିରୀକ୍ଷଣ ପାଇଁ ଚିଠି ପଠା ହେବ ।

ଅନଲାଇନ ଆବେଦନା କରିବା ଆଗରୁ ପ୍ରାର୍ଥୀମାନେ ସମସ୍ତ ମାର୍କସିଟର ସ୍କାନ କପି, ପାସପୋର୍ଟ ଫୋଟୋର ସ୍କାନ କପି ଓ ନିଜ ବାମ ହାତ ବୃଦ୍ଧ ଆଙ୍ଗୁଳିର ସ୍କାନ କପି କମ୍ପ୍ୟୁଟରରେ ଜମା କରି ରଖିବା ଆବଶ୍ୟକ ।

ଆବେଦନ ଫି’

ଏହି ପଦରେ ଆବେଦନ କରିବା ପାଇଁ ଟ.600 ଆବେଦନ ଫି’ ଦେବାକୁ ପଡିବ। ଅନୁସୂଚିତ ଜାତି, ଜନଜାତି, ଶାରୀରିକ ଅକ୍ଷମ ପ୍ରାର୍ଥୀ ଓ ମହିଳା ପ୍ରାର୍ଥୀଙ୍କୁ ଆବେଦନ ଫି’ ଦେବାକୁ ପଡିବ ନାହିଁ। କେବଳ ଷ୍ଟେଟ ବ୍ୟାଙ୍କ ଚାଲାଣ ଜରିଆରେ ହିଁ ଏହି ଫି' ପଇଠ କରିହେବ ।

କିପରି ଆବେଦନ କରିବେ

ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଓଡିଶା ଲୋକସେବା ଆୟୋଗର ଅଫିସିଆଲ ୱେବସାଇଟ www.opsconline.gov.in ରେ ଲଗଇନ କରି Apply Onlineରେ କ୍ଲିକ କରିବାକୁ ହେବ ଓ ନିର୍ଦ୍ଦେଶ ମୁତାବକ ଫର୍ମ ଭରିବାକୁ ହେବ ।

#jobs #teacherjobs #GovtJobs #OPSC #OdishaJobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon