• ବେତାର ବ୍ୟୁରୋ

କିନ୍ନର ଆଦାୟ କଲେ ରାଜଧାନୀରେ ଟାକ୍ସ, ପାଇବେ ଏତିକି ଭାଗ


(ବେତାର ବ୍ୟୁରୋ) କିନ୍ନରମାନଙ୍କୁ ନେଇ ଗଠିତ ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ଏହି ଟିକସ ଆଦାୟ କରିଛି। ପ୍ରଥମେ ସହିଦନଗର ଅଞ୍ଚଳରୁ ଟିକସ ଆଦାୟ ଆରମ୍ଭ ହୋଇଛି।

କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି, ‘‘ବହୁଦିନ ହେବ ବିଏମ୍‌ସିର ଟିକସ ଆଦାୟ ହୋଇ ପାରିନାହିଁ। ଏହି ବକେୟା ଆଦାୟା କରିବା ପାଇଁ କିନ୍ନରମାନଙ୍କୁ ଦାୟିତ୍ଵ ଦିଆଯାଇଛି। ସେମାନଙ୍କୁ ଆଜି ୧୧କୋଟିର ବକେୟା ତାଲିକା ପ୍ରଦାନ କରାଯାଇଛି। ସେମାନେ ଯେତିକି ଟଙ୍କା ଆଦାୟ କରିବେ ତା’ର ୧ ପ୍ରତିଶତ ସେମାନଙ୍କୁ ପ୍ରଦାନ କରାଯିବ। ଆମର ଆଶା ଅଛି ସେମାନେ ଏହି କାର୍ଯ୍ୟ ଠିକ ଭାବେ କରିପାରିବେ। ଏହା ଦ୍ଵାରା ସେମାନଙ୍କର ଆର୍ଥିକ ସମସ୍ୟ ମଧ୍ୟ ଦୂର ହୋଇପାରିବ।’’

କିନ୍ନରଙ୍କ କମିଶନ

ଟ୍ୟାକ୍ସ ଆଦାୟ କରିବା ନେଇ ବୁଧବାର ବିଏମ୍‌ସି ଓ କିନ୍ନର ସ୍ଵୀକୃତି ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟରେ ଗତ ଡିସେମ୍ବର ମାସରେ ଚୁକ୍ତିନାମା ସ୍ଵାକ୍ଷରିତ ହୋଇଥିଲା।

ଏହି ଚୁକ୍ତିନାମା ଅନୁଯାୟୀ ୪୦ ଲକ୍ଷ ଟଙ୍କା ମଧ୍ୟରେ ଟିକସ ଆଦାୟ କଲେ କିନ୍ନରମାନଙ୍କୁ 1% , ୪୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଆଦାୟ କଲେ 1.5%, ୬୦ ଲକ୍ଷରୁ ଅଧିକ ଟିକସ ଆଦାୟ କଲେ 2% ରାଶି କିନ୍ନରମାନଙ୍କୁ ପ୍ରଦାନ କରିବ ବିଏମ୍‌ସି।

ଉଦାହରଣ ସ୍ୱରୂପ ଯଦି କିନ୍ନରଙ୍କ ଏହି ଗୋଷ୍ଠୀ ଦୁଇ କୋଟି ଟଙ୍କାର ଟାକ୍ସ ଆଦାୟରେ ସମର୍ଥ ହେଉଛି, ତେବେ ଏହାକୁ 2% ଆକାରରେ 4 ଲକ୍ଷ ଟଙ୍କା ମିଳିବ ।

ଟ୍ୟାକ୍ସ ଆଦାୟ କରିବା ପାଇଁ କିନ୍ନର ଗୋଷ୍ଠୀଙ୍କୁ ବିଏମ୍‌ସି ୟୁନିଫର୍ମ, ବ୍ୟାଚ୍‌ ଓ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ସେମାନେ ୟୁନିଫର୍ମ ଓ ବ୍ୟାଚ ପିନ୍ଧି ଟିକସ ଆଦାୟ କରିଛନ୍ତି।

ଯଦିଓ ଟିକସଦାତା ମାନେ ଏହି ଘଟଣାରେ ଅସନ୍ତୋଷ ପ୍ରକାଶ କରିଥିଲେ , ତେବେ ଅନେକ ସାମାଜିକ ଅଧିକାର ବ୍ୟକ୍ତି ଏହି ବ୍ୟବସ୍ଥାକୁ ସ୍ଵାଗତ କରିଛନ୍ତି ।

#News #InterestingNews #Bhubaneswar #odishanews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon