• ବେତାର ବ୍ୟୁରୋ

ଷ୍ଟେଟ ବ୍ୟାଙ୍କ କ୍ଳର୍କ ପରୀକ୍ଷା 2020 ଆଡମିଟ କାର୍ଡ : ଏମିତି ହେବ ଡାଉନଲୋଡ


(ବେତାର ବ୍ୟୁରୋ) ଷ୍ଟେଟ ବ୍ୟାଙ୍କର ସମଗ୍ର ଦେଶରେ ପ୍ରାୟ ଆଠ ହଜାର କ୍ଳର୍କ ନିଯୁକ୍ତି ନିମନ୍ତେ ଫେବୃୟାରି 11 ତାରିଖରେ ଆଡମିଟ କାର୍ଡ ଜାରି ହେବାର ଘୋଷଣା କରିଥିଲା । ଯଦିଓ ଏହାର ପରୀକ୍ଷା ତାରିଖ ଏ ଯାଏଁ ଘୋଷଣା ହୋଇ ନାହିଁ , ତେବେ ମଙ୍ଗଳବାର (ଫେବୃୟାରି 11 ତାରିଖରେ) ଆଡମିଟ କାର୍ଡ ଜାରି ହେବ ବୋଲି ଏହାର ପରୀକ୍ଷା ବିଜ୍ଞପ୍ତିରେ ପୂର୍ବରୁ ପ୍ରକାଶ ପାଇଥିଲା ।

ତେବେ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଏହା ବେବାସାଇଟରେ ଉପଲବ୍ବ୍ଧ ନ ଥିଲା । ଖୁବ ଶୀଘ୍ର ଏହା ଜାରି ହେବ ବୋଲି ଅନୁମାନ କରାଯାଉଛି ।

ଆସନ୍ତୁ ଜାଣିବା କିପରି କରିବେ ଏହାକୁ ଡାଉନଲୋଡ ।

କିପରି କରିବେ ଡାଉନଲୋଡ

ଷ୍ଟେଟ ବ୍ୟାଙ୍କ କ୍ଳର୍କ ପରୀକ୍ଷା 2020 ଆଡମିଟ କାର୍ଡଡାଉନଲୋଡ ଲିଙ୍କ ପାଇଁ ଏଠାରେ କ୍ଲିକ କରନ୍ତୁ ।

ଏଥିପାଇଁ ଉପରେ ଦିଆଯାଇଥିବା ଲିଙ୍କରେ କ୍ଲିକ କରନ୍ତୁ । ଏହାପରେ LATEST ANNOUNCEMENT ନୋଟିଫିକେସନକୁ ଯାଆନ୍ତୁ ।

ଏହା ପରେ ଆପଣଙ୍କ ରେଜିଷ୍ଟ୍ରେସନ ନମ୍ବର ବା ରୋଲ ନମ୍ବର ଓ ପାସୱାର୍ଡ ବା ଜନ୍ମ ତାରିଖ ସହିତ ଦିଆଯାଇଥିବା କାପଚା/ସିକ୍ୟୁରିଟି କୋଡ ଦେଇ ନିଜର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ ।

ଏହାପରେ ଏହାର ଏକ ପ୍ରିଣ୍ଟ ନକଲ କାଢି ନିଅନ୍ତୁ ।

ଆଡମିଟ କାର୍ଡ ଡାଉନଲୋଡ କରିବା ପାଇଁ ଶେଷ ତାରିଖ ହେଉଛି ଫେବୃୟାରି 15,2020 ।

ପରୀକ୍ଷା

ଏହି ପଦ ପାଇଁ ଦୁଇଟି ପରୀକ୍ଷା ଅନୁଷ୍ଠିତ ହେବ-ଗୋଟିଏ ପ୍ରିଲିମ ଓ ଅନ୍ୟଟି ମେନ୍ । ଏହି ନିଯୁକ୍ତି ପାଇଁ ପ୍ରିଲିମିନାରି ପରୀକ୍ଷା ଫେବୃୟାରି କିମ୍ବା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବ ଓ ମେନ୍ ପରୀକ୍ଷାଏପ୍ରିଲ 19 ତାରିଖରେ ଅନୁଷ୍ଠିତ ହେବ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 8000ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ଭୁବନେଶ୍ଵର ସର୍କଲ (ଓଡିଶା) ପାଇଁ 425ଟି ପଦବୀ ରହିଛି। ଏହି 425ଟି ପଦବୀ ମଧ୍ୟରୁ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ 171ଟି, ଅନୁସୂଚିତ ଜାତିର ପ୍ରାର୍ଥୀଙ୍କ ପାଇଁ 68ଟି, ଅନୁସୂଚିତ ଜନଜାତି (ଆଦିବାସୀ)ର ପ୍ରାର୍ଥୀଙ୍କ ପାଇଁ 93ଟି, ଓବିସି ପ୍ରାର୍ଥୀଙ୍କ ପାଇଁ 51ଟି ଓ ଉଚ୍ଚ ଜାତିର ଆର୍ଥିକ ଗରିବଙ୍କ ପାଇଁ 42ଟି ପଦ ସଂରକ୍ଷିତ ରହିଛି।

ଦରମା

ଏହି ପଦ ପାଇଁ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ମାସିକ ଟ13,075 ମୂଳ ଦରମା ସହିତ ଅନ୍ୟାନ୍ୟ ଭତ୍ତା ମିଶାଇ ଟ.19,589 ଦରମା ପ୍ରଦାନ କରାଯିବ। ତେବେ ମେଟ୍ରୋ ସହର ମାନଙ୍କରେ ଦରମା ଅଧିକ ହୋଇପାରେ ।

#jobs #govtjobs #SBI #SBIclerk

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon