• ବେତାର ବ୍ୟୁରୋ

UPSC ସିଭିଲ ସର୍ଭିସ ପରୀକ୍ଷା ବିଜ୍ଞପ୍ତି ପ୍ରକାଶିତ : ଚଳିତ ବର୍ଷ ଏତିକି ପଦରେ ହେବ ନିଯୁକ୍ତି


(ବେତାର ବ୍ୟୁରୋ) ସାରା ଦେଶରେ ଏକ ମର୍ଯ୍ୟାଦାଜନକ ପରୀକ୍ଷା ଭାବେ ପରିଚିତ IAS, IPS ପଦବୀ ନିମନ୍ତେ ଅନୁଷ୍ଠିତ UPSC ସିଭିଲ ସର୍ଭିସେସ ପରୀକ୍ଷା 2020 ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି ।

ଆଗ୍ରହୀ ପ୍ରାର୍ଥୀ ମାନେ upsc.gov.in ୱେବସାଇଟ ଯାଇ ଏ ବିଷୟରେ ବିସ୍ତାରରେ ଦେଖିପାରିବେ । ଏହି ପରୀକ୍ଷା ନିମନ୍ତେ ଆବେଦନ ବୁଧବାରଠାରୁ ଆରମ୍ଭ ହୋଇସାରିଛି ।

ପଦ ସଂଖ୍ୟା

ଏହି ପରୀକ୍ଷାରେ IAS, IPS, IFS ସମେତ ଅନ୍ୟାନ୍ୟ ସର୍ବଭାରତୀୟ ସେବା (ଭାରତୀୟ ଜଙ୍ଗଲ ସେବାକୁ ଛାଡି) ପାଇଁ ପ୍ରାର୍ଥୀ ଚୟନ ହେବ । ଚଳିତ ବର୍ଷ ମୋଟ 796ଟି ପଦ ପ୍ରକାଶ ପାଇଛି ।

ଅନଲାଇନ ଆବେଦନ

ଅନଲାଇନ ଆବେଦନ କରିବା ପାଇଁ upsc.gov.in ୱେବସାଇଟ ଯାଇ ସେଠାରେ What's New ବିଭାଗକୁ ଯିବେ । ସେଠାରେ UPSC CivilService Exam ନୋଟିଫିକେସନ ଯାଇ କ୍ଲିକ କଳା ପରେ ଆଉ ଏକ ୱିଣ୍ଡୋ ଖୋଲିବ । ସେଠାରେ ପରୀକ୍ଷା ବିଜ୍ଞପ୍ତି ଦେଖିବା ପାଇଁ ଡାଉନଲୋଡ ଓ ଫର୍ମ ପୂରଣ ପାଇଁ Click Here ଲେଖା ହୋଇଥିବ ।

ଫର୍ମ ପୂରଣ ପାଇଁ ଉଦ୍ଦିଷ୍ଟ ଲିଙ୍କରେ କ୍ଲିକ କରିବା ପରେ ଅନ୍ୟ ଏକ ୱିଣ୍ଡୋ ଖୋଲିବ । ଏଠାରେ ରେଜିଷ୍ଟ୍ରେଶନ ପାର୍ଟ ୧ ଓ ପାର୍ଟ ୨ ପରି ଦୁଇଗୋଟି ପ୍ରକାରର ଲିଙ୍କ ରହିଛି। ପ୍ରାର୍ଥୀମାନଙ୍କୁ ଉଭୟ ଲିଙ୍କରେ ଫର୍ମ ପୂରଣ କରିବାଲୁ ପଡିବ । ପାର୍ଟ ୧ ରେ ନିଜର ବ୍ୟକ୍ତିଗତ ତଥ୍ୟ ଦେବାକୁ ଥିବାବେଳେ ପାର୍ଟ ୨ ରେ ଅନଲାଇନ ଦେୟ ନିମନ୍ତେ ତଥ୍ୟ ଦେବାକୁ ହେବ ।

ଜରୁରୀ ତାରିଖ, ଶୁଳ୍କ

ଅନଲାଇନରେ ଆବେଦନ କରିବା ପାଇଁ ମାର୍ଚ୍ଚ ୩ ଶେଷ ତାରିଖ ରହିଛି ।

ଚଳିତ ବର୍ଷ ପରୀକ୍ଷା ତାରିଖ କେବେ ହେବ ତାହା ଘୋଷଣା କରାଯାଇ ନ ଥିବାବେଳେ , ପ୍ରାର୍ଥୀମାନେ ପୃଲିମ ପରୀକ୍ଷାର ତିନି ସପ୍ତାହ ଆଗରୁ ଅନଲାଇନରେ ଆଡମିଟ କାର୍ଡ ପାଇପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ପରୀକ୍ଷା ପଦ୍ଧତି

ପ୍ରିଲିମ ପରୀକ୍ଷାରେ ଦୁଇଟି ପେପରରେ ପରୀକ୍ଷା ହେଇଥାଏ ଓ ଉଭୟ ଅବଜେକ୍ଟିଭ ଟାଇପ୍ ର। ପ୍ରଥମ ପେପରରେ ସାଧାରଣ ଜ୍ଞାନ, GK, କରେଣ୍ଟ ଅଫେୟାର୍ସ ଇତ୍ୟାଦି ରହୁଥିବା ବେଳେ ଦ୍ଵିତୀୟ ପେପରକୁ CSAT କୁହାଯାଇଥାଏ, ଯାହାର ପ୍ରଶ୍ନପତ୍ର ବ୍ୟଙ୍କିଙ୍ଗ, MBA ପରୀକ୍ଷା ଭଳି ହେଇଥାଏ ।

ଉଭୟ ପରୀକ୍ଷାର ମୋଟ ମାର୍କ 200 ନମ୍ବର ବିଶିଷ୍ଟ (ସମୁଦାୟ 400 ନମ୍ବର) ହେଇଥିବା ବେଳେ ଦ୍ଵିତୀୟ ପେପର ବା CSAT ର ମାର୍କକୁ ମେନ ପରୀକ୍ଷାରେ ମିଶା ଯାଇ ନ ଥାଏ । ତେବେ ଏଥିରେ ଅତି କମରେ 33% ନ ରଖିଲେ ଜଣେ ପ୍ରାର୍ଥୀ ପ୍ରିଲିମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇ ପାରିବନି ।

#jobs #competitveexam #exampreparation #UPSC

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon