• ବେତାର ବ୍ୟୁରୋ

ମୁଣ୍ଡ ବିନ୍ଧା ଠାରୁ ଶ୍ଵାସ ରୋଗ : ପାନରେ ରହିଛି ଏହାକୁ ଦୂର କରିବା ଗୁଣ, ଜାଣନ୍ତୁ ବ୍ୟବହାର


(ବେତାର ବ୍ୟୁରୋ) ପାନ ଖାଇବା ଏକ ଆଉଟଡେଟେଡ ଫ୍ୟାଶନ ଭାବେ ଆଜିକାଲି ଗଣା ଯାଉଛି । ଖାସ କରି ଗୁଟୁଖା ଓ ସିଗାରେଟ ଏହି ସ୍ଵାଦିଷ୍ଟ ମୁଖବାସର ସ୍ଥାନ ନେଇ ସାରିଥିବା ବେଳେ ଅନେକ ସ୍ଥାନରେ ଗୁଟଖା ନିଷେଧ ହେବା ପରେ ପରେ ଏହାର ଲୋକପ୍ରିୟତା ତିରେ ଧୀରେ ବଢିବାରେ ଲାଗିଛି ।

ଯଦିଓ ପାନ ଓ ଗୁଆ ମାତ୍ରାଧିକ ଭାବରେ ଖାଇବା ସ୍ୱାସ୍ଥ୍ୟପ୍ରତି ହାନିକାରକ, ତେବେ ଏହାର ଅନେକ ଉପାଦେୟ ଗୁଣ ମଧ୍ୟ ରହିଛି । ଏହାର ଏହି ଗୁଣ ପାଇଁ ଏହାକୁ ଠାକୁରଙ୍କ ପାଖେ ଭୋଗ ମଧ୍ୟ କରାଯାଏ । ତେବେ ଆପଣ ଜାଣିଛନ୍ତି କି ପାନପତ୍ରରେ ଅନେକ ଭିଟାମିନ୍‌ ରହିଛି, ଯେପରିକି ଭିଟାମିନ୍‌-ସି ଓ କ୍ୟାଲ୍‌ସିୟମ। ଏହା ଅନେକ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତି ଦେଇଥାଏ। ପାନରେ ଥିବା ଏହିସବୁ ଉପକାରୀ ତତ୍ତ୍ଵ କିଭଳି ଆମ ଶରୀରର ଉପକାର କରିଥାଏ , ଏହା ଛଡା ଏହାକୁ କିପରି ବ୍ୟବହାର କରିବେ, ଆସନ୍ତୁ ସେ ବିଷୟରେ ଜାଣିବା ।

୧- ପାନପତ୍ର ଶ୍ୱାସ ରୋଗ ଭଲ କରିବାରେ ସାହାଯ୍ୟ କରିଥାଏ। ପାନପତ୍ରରେ କିଛି ଜୁଆଣି ମିଶାଇ ଖାଆନ୍ତୁ। ଏହା ପରେ ନଖ ଉଷୁମ ପାଣି ପିଅନ୍ତୁ। ଏହା ଆପଣଙ୍କୁ ଶ୍ୱାସ ରୋଗ ଜନିତ ସମସ୍ୟାରୁ ଆରାମ ଦେବ।

୨- ପାନପତ୍ର ଏସିଡିଟିକୁ ଦୂର କରିଥାଏ ଓ ପାଚନ ପ୍ରକ୍ରିୟାକୁ ମଜବୁତ୍‌ କରିଥାଏ। ପାନପତ୍ର ଖାଇବା ଯୋଗୁ ଗ୍ୟାସ୍‌ ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଯାଏ ନାହିଁ ।

୩- ଏହା ମୁଣ୍ଡ ବିନ୍ଧାରୁ ମଧ୍ୟ ମୁକ୍ତି ଦେଇଥାଏ। ପାନପତ୍ରକୁ ପେଷ୍ଟ୍‌ କରି କପାଳରେ ଲାଗନ୍ତୁ। ଏହା ଆପଣଙ୍କୁ ମୁଣ୍ଡ ବିନ୍ଧାରୁ ଆରାମ ଦେବ।

୪- ଥଣ୍ଡା ହେଲେ ଆମେ ଏହାକୁ ବ୍ୟବହାର କରି ଆରାମ ପାଇପାରିବେ। ଥଣ୍ଡା ହେଲେ ପାନପତ୍ରକୁ ବାଟି ଏହାର ରସକୁ ପିଅନ୍ତୁ। ମନେ ରଖିବେ ଥରକେ ଗୋଟେ ଚାମଚ ରସ ପିଇବେ। ଏହିପରି ଦିନରେ ତିନି ଥର ପିଇଲେ ଥଣ୍ଡା ଭଲ ହୋଇଥାଏ।

#HealthTips #Healthyfood #Food

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon