• ବେତାର ବ୍ୟୁରୋ

ଭାଲେଣ୍ଟାଇନ ଡେ’ ରେ ରିଲିଜ ହେଲା ନୂଆ ‘ଲଭ୍ ଆଜ କଲ’ : ଏମିତି ରହିଛି କାହାଣୀ


(ବେତାର ବ୍ୟୁରୋ) ଚଳିତ ଭାଲେଣ୍ଟାଇନ ଡେ’ ରେ ରିଲିଜ ହୋଇଛି ବଲିଉଡର ପୁରୁଣା ‘ଲଭ୍ ଆଜ କଲ’ ଫିଲ୍ମ ନୂଆ ରୂପରେ । ପ୍ରେମ ଦିବସରେ ରିଲିଜ ହୋଇଥିବା କାରଣରୁ ଏହା ଅନେକଙ୍କୁ ଉତ୍ସାହିତ ମଧ୍ୟ କରିଛି ।

ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହା ଗୁଗୁଲ ସର୍ଚ୍ଚ ଓ ଟ୍ବିଟରରେ ଟ୍ରେଣ୍ଡ କରୁଥିଲା । ଅନେକ ଦର୍ଶକ ଏହି ଫିଲ୍ମର କାହାଣୀ ଓ ଶୋ’ ଟାଇମ ଜାଣିବାକୁ ଇଣ୍ଟରନେଟ ମାଧ୍ୟମରେ ସର୍ଚ୍ଚ କରୁଥିବା ଜଣାପଡିଛି । ଆସନ୍ତୁ ଜାଣିବା କଣ ରହିଛି କାହାଣୀ ।

କାହାଣୀ

ଫିଲ୍ମର କାହାଣୀ ମୂଳତଃ ଯୁବପିଢିଙ୍କ ପ୍ରେମ କାହାଣୀ ହୋଇଥିଲେ ମଧ୍ୟ ଏକ ସାଂପ୍ରତିକ ପରିସ୍ଥିତି ଖାପ ଖୁଆଇ ପରିବେଷଣ କରିଛନ୍ତି ନିର୍ଦ୍ଦେଶକ ଇମତିଆଜ ଅଲି । ବିଭିନ୍ନ ପ୍ରେମ କାହାଣୀକୁ ଭିନ୍ନ ଭିନ୍ନ ଢଗରେ ପରିବେଷଣ କରବା ପାଇଁ ଇମତିଆଜ ଜଣାଶୁଣା । ତାଙ୍କର ଫିଲ୍ମ ଜବ ୱି ମେଟ (ଶାହିଦ-କରିନା ଅଭିନୀତ) ମଧ୍ୟ ଲୋକପ୍ରିୟ ହୋଇଥିଲା ।

ନୂଆ ‘ଲଭ୍ ଆଜ କଲ’ ଓ ପୁରୁଣା କାହାଣୀ ସେତେଟା ଭିନ୍ନ ନ ଥିଲେ ମଧ୍ୟ , ଏହାର ପରିବେଷଣ ଶୈଳୀ ଅଲଗା ରହିଛି । ଉଦାହରଣ ସ୍ୱରୂପ ପୁରୁଣା ଫିଲ୍ମରେ ଛୋଟ ସହରରେ ପ୍ରେମ କାହାଣୀକୁ ଦର୍ଶାଯାଇଥିବା ବେଳେ ସାରା-କାର୍ତ୍ତିକ ଅଭିନୀତ ଏହି ଫିଲ୍ମର ଆଧୁନିକ ସହରୀ ପ୍ରେମ କାହାଣୀ କୁ ଦର୍ଶାଯାଇଛି ।

ଫିଲ୍ମରେ କାର୍ତ୍ତିକ ଏକ ବଡ ସହରରେ କାସାନୋଭା ପରି ଜୀବନ ବିତାଉଥିବା ବେଳେ ସାରା ଅଲି ଖାନ ଏକ ଇଭେଣ୍ଟ ମ୍ୟାନେଜର ଚରିତ୍ରରେ ନଜର ଆସିବେ । କିପରି ଦୁହେଁ ଭେଟ ହୋଇ ସେମାନଙ୍କ ଭିତରେ ପ୍ରେମ ଗଢି ଉଠିଛି ଏହାହିଁ ଫିଲ୍ମରେ ଦର୍ଶା ଯାଇଛି ।

ପୁରୁଣା ପ୍ରେମ କାହାଣୀ ସରଳ ଥିବା ବେଳେ ନୂଆ ଫିଲ୍ମରେ ସହରୀ ଚଳଣି ଓ ଏହା ସହିତ ପ୍ରେମକୁ ନେଇ ଆସୁଥିବା ବିଭିନ୍ନ ଜଟିଳତା ଉପରେ ଦୃଷ୍ଟି ରଖି ଫିଲ୍ମଟିକୁ ପ୍ରସ୍ତୁତ ରଖାଯାଇଛି ।

ଫିଲ୍ମ ଆକର୍ଷଣ

ଏହାସହ ଫିଲ୍ମର ଆକର୍ଷଣୀୟ ଗୀତ ସାଙ୍ଗକୁ ଅପେକ୍ଷାକୃତ କମ ସମୟ ବିଶିଷ୍ଟ ହୋଇଥିବାରୁ ଏହା ଭଲ ଲାଗିବ ବୋଲି ଅନେକ ସମୀକ୍ଷକ ମତ ବ୍ୟକ୍ତ' କରିଛନ୍ତି । ଏହାଛଡା ଏହି ଫିଲ୍ମରେ ରଣଦୀପ ହୁଡାଙ୍କ ଏକ ଛୋଟ ଓ ପ୍ରଭାବଶାଳୀ ଚରିତ୍ର ମଧ୍ୟ ସମସ୍ତଙ୍କୁ ପସନ୍ଦ ଆସୁଛି ।

ଫିଲ୍ମର ପ୍ରଥମ ଭାଗ ଉତ୍ସାହ ଭରା ଥିବା ବେଳେ ଦ୍ଵିତୀୟ ଭାଗରେ ଏହା ଗତାନୁଗତିକ ଢଙ୍ଗରେ ଶେଷ ହୋଇଛି ।

#Bollywood #valentinesday #moviereview

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon