• ବେତାର ବ୍ୟୁରୋ

ଡାକ୍ତରଖାନାରେ ଧାଡିରେ ନ ଠିଆ ହେବା ପାଇଁ କହିଲେ ହୋଇଛି ‘କାରୋନା’ର ଶିକାର, ତା’ ପରେ ହେଲା ଏମିତି ଅବସ୍ଥା


(ବେତାର ବ୍ୟୁରୋ) ଡାକ୍ତରଖାନା ହେଉ କି ସରକାରୀ ଅଫିସ, ସବୁଠି ଧାଡି ବାନ୍ଧି ଛିଡା ହେବା ବଡ କଷ୍ଟକର ସ୍ଥିତି । ତେବେ ଯଦି ଜରୁରୀ କାଗଜପତ୍ର ବା ଅନ୍ୟାନ୍ୟ କିଛି କାମ ଥାଏ , ଧାଡିରେ ଛିଡା ହେବା ଛଡା କିଛି ଉପାୟ ନ ଥାଏ । ଅବଶ୍ୟ କେହି କେହି ମଝିରେ କାହାକୁ କହିଦେଇ କିଛି ସମୟ ବିଶ୍ରାମ ନେଇ ପାରନ୍ତି । ହେଲେ ଧାଡିରୁ ନିସ୍ତାର ପାଇବା ପାଇଁ ଭୟଙ୍କର ରୋଗ ହେଇଛି ବୋଲି କହିବା ବଡ ବିଚିତ୍ର କଥା ।

ଏଭଳି ଏକ ଘଟଣା ଘଟିଛି ବ୍ରାଜିଲର ରିଓ ଡି ଜେନେରୋ ସହରରେ । ମେଡିକାଲରେ ଧାଡିରୁ ବର୍ତ୍ତିବା ପାଇଁ ଜଣେ ମହିଳା ହଠାତ କହିଲେ ସେ କାରୋନା ଭାଇରସର ଶିକାର ହେଲା ଭଳି ଅନୁଭବ କରୁଛନ୍ତି । ଏଣୁ ତାଙ୍କର ତୁରନ୍ତ ଚିକିତ୍ସା ଆବଶ୍ୟକ । ଏହାପରେ ଆରମ୍ଭ ହୋଇଥିଲା ଚହଳ ।

ଚିକିତ୍ସା ବିଭାଗକୁ ଚକମା

ମହିଳା ଜଣକ ମେଡିକାଲରେ ଲମ୍ବା ଧାଡି ଦେଖି ଜଣେ କର୍ମଚାରିଙ୍କୁ ଡାକି କହିଥିଲେ ଯେ ସେ ନିକଟରେ ହଂକଂ ରୁ ଫେରିଛନ୍ତି ଓ ତାଙ୍କୁ କାରୋନା ଭାଇରସ ଆକ୍ରମଣ କରିଥିବା ସେ ଅନୁଭବ କରିଛନ୍ତି ।

କେବଳ ବ୍ରାଜିଲ କାହିଁକି ସମଗ୍ର ଦକ୍ଷିଣ ଆମେରିକା ମହାଦେଶରେ କରୋନା ଭାଇରସର ଆତଙ୍କ ଏ ଯାଏଁ ଦେଖିବାକୁ ମିଳି ନ ଥିବାରୁ ମେଡିକାଲ କର୍ତ୍ତୃପକ୍ଷ ତୁରନ୍ତ ଏବିଷୟରେ ସତର୍କ ହୋଇଥିଲେ । ଉକ୍ତ 39 ବୟସ ମହିଳା , ଯାହାଙ୍କ ନାମା କ୍ଲାଉଡିଆ ବୋଲି ଜଣା ପଡିଛି , ତାଙ୍କୁ ଏକ ଏକାନ୍ତ ସ୍ଥାନକୁ ନିଆଯାଇ ତାଙ୍କର ପରୀକ୍ଷା ନିରୀକ୍ଷା କରାଯାଇଥିଲା ।

ପରେ ଡାକ୍ତରମାନେ ତାଙ୍କ ଠାରେ ସେଭଳି କୌଣସି ସ୍ୱାସ୍ଥ୍ୟ ସମସ୍ୟା ନ ଥିବାର ପରୀକ୍ଷାରୁ ଜାଣିପାରିଥିଲେ । ଏହି ସମୟରେ ତାଙ୍କର ଚୀନ/ ହଂକଂ ଗସ୍ତ ବିଷୟରେ ତାଙ୍କ କଥାରେ ତାଳମେଳ ରହୁ ନ ଥିବାର ହସ୍ପିଟାଲ କର୍ମଚାରୀ ଅନୁଭବ କରିଥିଲେ ।

ଏହାପରେ ସେମାନେ ଏ ବିଷୟରେ ପୋଲିସ କୁ ଖବର ଦେଇଥିଲେ ।

ପୋଲିସ କ୍ଲାଉଡିଆଙ୍କ ପରିବାରବର୍ଗଙ୍କୁ ପଚାରି ବାରୁ ଜଣା ପଡିଥିଲା ଯେ ଉକ୍ତ ମହିଳା ବିଦେଶ ଯାତ୍ରା କରିବା ଦୂରର କଥା, ତାଙ୍କର ପାସପୋର୍ଟ ଟିଏ ମଧ୍ୟ ନାହିଁ ।

ଏହାପରେ ସେଠାକାର ପୋଲିସ ତାଙ୍କୁ ମିଥ୍ୟା ଆତଙ୍କ ସୃଷ୍ଟିକରିବା ଓ ଠକେଇ ଅଭିଯୋଗର୍ଫେ ଗିରଫ କରିଛି ।

#oddNews #InterestingNews #Corona

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon