• ବେତାର ବ୍ୟୁରୋ

ରୁପି ସମସ୍ୟା : ଜାଣନ୍ତୁ ଲକ୍ଷଣ ଓ ଏହାର ଉପଚାର


(ବେତାର ବ୍ୟୁରୋ) ରୁପି ଏକ ସର୍ବ ସାଧାରଣ ସମସ୍ୟା। ପୁଅ ହେଉ କି ଝିଅ, ବୃଦ୍ଧ ବା କମ ବୟସ୍କ ପ୍ରାୟ ସମସ୍ତଙ୍କ ନିକଟରେ ଏହି ସମସ୍ୟା ଊଣାଅଧିକେ ଦେଖା ଦେଇଥାଏ । ମୁଣ୍ଡରୁ ଧଳା ଧଳା ହେଇ ଗୁଣ୍ଡ ଝଡିବା ଅନେକ ସମୟରେ ଅପଦସ୍ଥ କରାଇଥାଏ ।

ତେବେ ଆସନ୍ତୁ ଜାଣିବା ରୁପି ସମସ୍ୟା ବାସ୍ତବରେ କଣ ଓ କିପରି ଏହାର ପ୍ରତିକାର ଓ ଉପଚାର କରିବେ ।

ସମସ୍ୟା

ଖପୁରି ଉପର ଚର୍ମରେ ଯେଉଁଠାରେ ସିବାସିସ୍‌ ଗ୍ଲାଣ୍ଡ ଥାଏ, ସେଠାରେ ରୁପି ଦେଖାଦେଇଥାଏ। ଋତୁଚକ୍ର ପରି ରୁପି ବି ଚର୍ମର ଏକ ସାମାନ୍ୟ ପ୍ରକ୍ରିୟା। କାରଣ ବର୍ଷା ଓ ଶୀତ ଦିନେ ଏହାକୁ ଦେଖିବାକୁ ମିଳିଥାଏ ।

ତେବେ ଏହା ଏକ ଋତୁକାଳୀନସମସ୍ୟା ହେଲେ ମଧ୍ୟ ଠିକ୍‌ ସମୟରେ ରୁପିର ଉପଚାର ନକଲେ ଏହା କାନ, କପାଳ, ନାକ, ଭ୍ରୁଲତା ଓ ଗାଲ ଆଡ଼କୁ ମଧ୍ୟ ବ୍ୟାପି ଯାଇଥାଏ।

କିଛି ବ୍ୟକ୍ତିଙ୍କ ଠାରେ ପ୍ରାୟ ସବୁରୁତୁରେ ରୁପି ଦେଖାଯାଇଥାଏ । ରୁପିର ଲକ୍ଷଣ ଓ ଏହା ଅଧିକ ଏ ବିଷୟରେ ଚର୍ମରୋଗ ବିଶେଷଜ୍ଞ ଡାକ୍ତର ବିନାୟକ ଚନ୍ଦ୍ର ଦ୍ୱାରୀ କ’ଣ କହୁଛନ୍ତି ଆସନ୍ତୁ ଜାଣିବା।

ରୁପି ସାଧାରଣତଃ ଦୁଇ ପ୍ରକାରର - ଶୁଷ୍କ ରୁପି ଏବଂ ତେଲିଆ ରୁପି। ଶୁଖିଲା ରୁପି ଛୋଟ ଛୋଟ ଆକାରରେ ବାହାରିଥାଏ। କିନ୍ତୁ ତେଲିଆ ରୁପିରେ ବକଳ ପରି ଖୋଳ ଛାଡ଼ିଥାଏ।

ଲକ୍ଷଣ

ଏହି ସମସ୍ୟାର ଲକ୍ଷଣ ଗୁଡିକ ହେଲା ମୁଣ୍ଡରେ ଘା’ ହେବା, ଲାଲ୍‌ ହୋଇ ଫଳିଯିବା, କେଶ ଝଡ଼ିବା, ମୁଣ୍ଡ ଗନ୍ଧ ହେବା ଓ ମୁଣ୍ଡ, କାନ, ବେକ ଓ କାନ୍ଧ ଉପରେ ଏହା ଦେଖାଯାଇଥାଏ।

ଏହାର କାରଣ ହେଉଛି ବ୍ୟାକ୍ଟେରିଆଲ୍‌ ଇନ୍‌ଫେକସନ୍‌ କିମ୍ୱା ଫଙ୍ଗାଲ୍‌ ଇନଫେକସନ୍‌ ଦ୍ୱାରା ରୁପି ବ୍ୟାପିଥାଏ। ତେବେ ରୁପି ହେଲେ ଶରୀରକୁ କୌଣସି କ୍ଷତି ପହଞ୍ଚେ ନାହିଁ।

ଚିକିତ୍ସା ପଦ୍ଧତି

ସପ୍ତାହରୁ ଦୁଇଥର ସାମ୍ପୋ କରନ୍ତୁ। ଯଦି ଅଧିକ ରୁପି ଅଛି, ତେବେ ଦିନେ ଛାଡ଼ି ଦିନେ ସାମ୍ପୋ କରନ୍ତୁ। ତେବେ ଏହିସବୁ ସାମ୍ପୋକୁ ଅଧିକ ସମୟ ମୁଣ୍ଡରେ ଲଗାଇ ରଖନ୍ତୁ ନାହିଁ। ଅଧିକ ସମୟ ରଖିଲେ, ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଥାଏ।

ତେବେ ବଜାରର ଶାମ୍ପୁ ବଦରେ ଆଣ୍ଟି ଫଙ୍ଗାଲ ଶାମ୍ପୁ (anti fungal shampoo) ବ୍ୟବହାର କରନ୍ତୁ ,। ଅନଲାଇନରେ ଏହା ଉପଲବ୍ଧ ।

ଯଦି ପାରୁଛନ୍ତି, ଲେମ୍ୱୁ କିମ୍ୱା ଅଣ୍ଡା ମାଧ୍ୟମରେ ଘରୋଇ ଉପଚାର କରିପାରିବେ। ତେବେ ଏସବୁ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ।

#LifeHack #HealthTips

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon