• ବେତାର ବ୍ୟୁରୋ

ଫେବୃୟାରୀ 17-23 ରାଶିଫଳ : ଏ ସପ୍ତାହରେ ଏମିତି ରହିବ ଫଳ


(ବେତାର ବ୍ୟୁରୋ) ଚଳିତ ସପ୍ତାହରେ ଚନ୍ଦ୍ର ଦେବ ବିଛା ରାଶିରୁ ଯାତ୍ରା ଆରମ୍ଭ କରି କୁମ୍ଭ ରାଶି ଯାଏଁ ଯାତ୍ରା କରିବେ । ଏହି ସମୟରେ ଶନି ତଥା ରାହୁ ସହିତ ସଂଯୋଗ ହେବା ଫଳରେ ଅନେକ ବ୍ୟକ୍ତି ମାନସିକ ଚାପଗ୍ରସ୍ତ ହେବେ ଓ ଭୁଲ ନିଷ୍ପତ୍ତି ମଧ୍ୟ ନେଇ ପାରନ୍ତି ।

ତେବେ ଏହି ସପ୍ତାହରେ ବୃହସ୍ପତିଙ୍କ ସହିତ ମଧ୍ୟ ସଂଯୋଗ ହେବାର ଥିବାରୁ କିଛି ବ୍ୟକ୍ତି ସମାଜରେ ସମ୍ମାନ ପାଇ ପାରନ୍ତି । ସେହିପରି ବୁଧ ଗ୍ରହ ବକ୍ରୀ ହେଉଥିବାରୁ କିଛି ବ୍ୟକ୍ତିଙ୍କୁ ଯାନବାହନ, ଇଲେକ୍ଟ୍ରୋନିକ ଜିନିଷ ଜନିତ ସମସ୍ଯା ଭୋଗିବାକୁ ପଡିପାରେ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ - ଭାବପ୍ରବଣ ରହିବେ। ସପ୍ତାହ ମଝି - ଚାକିରିଜୀବୀଙ୍କୁ ସଫଳତା ମିଳିବ। ସପ୍ତାହ ଶେଷ - କୌଣସି ନୂଆ କାମ ଶୁଭାରମ୍ଭ କରିବେ।

ବୃଷ : ସପ୍ତାହ ଆରମ୍ଭ - ବୈବାହିକ ଜୀବନରେ ପରିସ୍ଥିତି ଅନୁକୂଳ ରହିବ। ସପ୍ତାହ ମଝି - ନିଜର ଜିନିଷପତ୍ର ପ୍ରତି ଧ୍ୟାନ ଦିଅନ୍ତୁ। ସପ୍ତାହ ଶେଷ - ବେପାରରେ ଲାଭ ପାଇବେ।

ମିଥୁନ : ସପ୍ତାହ ଆରମ୍ଭ - ଅଧିକାରୀଙ୍କ ସହଯୋଗ ପାଇବେ। ସପ୍ତାହ ମଝି - ଜୀବନସାଥୀଙ୍କ ପ୍ରେମ ଓ ସହଯୋଗ ପାଇବେ। ସପ୍ତାହ ଶେଷ - ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ସମୟ।

କର୍କଟ : ସପ୍ତାହ ଆରମ୍ଭ - କାମରେ ସଫଳତା ପାଇବେ। ସପ୍ତାହ ମଝି - ସାକ୍ଷାତକାରରେ ସଫଳତା ହାସଲ ହେବ। ସପ୍ତାହ ଶେଷ - ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ରହିବ।

ସିଂହ : ସପ୍ତାହ ଆରମ୍ଭ - ବେପାର ବୃତ୍ତିରେ ଉନ୍ନତି ହେବ। ସପ୍ତାହ ମଝି - ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ସପ୍ତାହ ଶେଷ - ସମାଜରେ ଭଲ ଛବି ଗଢ଼ଣ ହେବ।

କନ୍ୟା : ସପ୍ତାହ ଆରମ୍ଭ - କ୍ୟାରିୟର୍‌ରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ସପ୍ତାହ ମଝି - ସକରାତ୍ମକ ଭାବନାରେ ରହନ୍ତୁ। ସପ୍ତାହ ଶେଷ - ପାରିବାରିକ ସମ୍ବନ୍ଧରେ କଟୁତା ଦୂର ହେବ।

ତୁଳା : ସପ୍ତାହ ଆରମ୍ଭ - ଆର୍ଥିକ ସ୍ଥିତି ମଜଭୁତ ରହିବ। ସପ୍ତାହ ମଝି - ବ୍ୟବସାୟରେ ସଫଳତା ମିଳିବ। ସପ୍ତାହ ଶେଷ - ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

ବିଛା : ସପ୍ତାହ ଆରମ୍ଭ - ପରିବାରରେ ସମ୍ମାନ ମିଳିବ। ସପ୍ତାହ ମଝି - ଚାକିରି ପାଇଁ ସମୟ ଅନୁକୂଳ ରହିବ। ସପ୍ତାହ ଶେଷ - ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ।

ଧନୁ : ସପ୍ତାହ ଆରମ୍ଭ - ପ୍ରେମ ସମ୍ବନ୍ଧରେ ମଧୁରତା ବଢ଼ିବ। ସପ୍ତାହ ମଝି - ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ସପ୍ତାହ ଶେଷ - ଆର୍ଥିକ ସ୍ଥିତି ମଜଭୁତ ହେବ।

ମକର : ସପ୍ତାହ ଆରମ୍ଭ - ଆୟର ନୂଆ ସାଧନ ମିଳିବ। ସପ୍ତାହ ମଝି - ଅଧିକାର ଆପଣଙ୍କ ଉପରେ ଦୟାଭାବ ରଖିବେ। ସପ୍ତାହ ଶେଷ - ବ୍ୟବସାୟରେ ନୂଆ ଦିଶା ମିଳିବ।

କୁମ୍ଭ : ସପ୍ତାହ ଆରମ୍ଭ - ଇଚ୍ଛା ପୂରଣ ହେବ। ସପ୍ତାହ ମଝି - ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ସପ୍ତାହ ଶେଷ - ପ୍ରିୟତମଙ୍କୁ ମନର କଥା କହିବେ।

ମୀନ : ସପ୍ତାହ ଆରମ୍ଭ - ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ସପ୍ତାହ ମଝି - ଜୀବନର କୌଣସି କ୍ଷେତ୍ରରେ ସୁଧାର ହେବ। ସପ୍ତାହ ଶେଷ - ନିଜ ପ୍ରାୟସରେ ପ୍ରଶଂସା ପାଇବେ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon