• ବେତାର ବ୍ୟୁରୋ

ଟ୍ରମ୍ଫଙ୍କ ଗସ୍ତ ପୂର୍ବରୁ ରାସ୍ତାରେ ପାନ ଛେପ ନ ପଡିବାକୁ ଏମିତି ବ୍ୟବସ୍ଥା କଲେ ସରକାର


(ବେତାର ବ୍ୟୁରୋ) ଆମେରିକାର ରାଷ୍ଟ୍ରପତି ଆଗାମୀ ଫେବୃୟାରି 24 ତାରିଖରେ ଗୁଜରାଟ ରାଜଧାନୀ ଅହମଦାବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ କେନ୍ଦ୍ର ସରକାର, ରାଜ୍ୟସରକାର ଓ ଅହମଦାବାଦ ନଗର ନିଗମ ବ୍ୟାପକ ପ୍ରସ୍ତୁତି ଚଳାଇଛି ।

ଏହି ସମୟରେ ରାସ୍ତାଘାଟ ମଧ୍ୟ ପରିଷ୍କାର ପରିଚ୍ଛନ୍ନ ରଖିବାକୁ ବିଶେଷ ଧ୍ୟାନ ଦିଆଯାଉଛି । ଅହମଦାବାଦର ରାଜରାସ୍ତାରେ ପାନ ଛେପ ଯେପରି ନ ଦିଶିବ ସେଥିପାଇଁ ରାସ୍ତାଘାଟ ସଫା ରଖାଯାଉଛି । ତେବେ ଏଥିରେ ଏକ ସମସ୍ଯା ହେଉଛି ଟ୍ରମ୍ଫଙ୍କ ଆସିବା ଯାଏଁ ରାସ୍ତାକୁ ପାନଛେପ ଚିହ୍ନରୁ ମୁକ୍ତ ରଖିବା ।

ଏହି କାରଣ ପାଇଁ ପାନ ଦୋକାନ ଗୁଡିକୁ ଟ୍ରମ୍ଫଙ୍କ ଗସ୍ତ ଶେଷ ହେବା ଯାଏଁ ବନ୍ଦ ରଖିବାକୁ ନଗର ନିଗମ ପ୍ରଶାସନ ନିଷ୍ପତ୍ତି ନେଇଛି । ପାନ ଦୋକାନ ଖୋଲା ନ ରହିଲେ ପାନ ଛେପ ଚିହ୍ନ ସମସ୍ଯାରୁ ସାମୟିକ ଭାବେ ମୁକ୍ତି ମିଳିବ ବୋଲି ନିଗମର ଜଣେ ଅଧିକାରୀ କହିଛନ୍ତି ବୋଲି ଟାଇମସ ଅଫ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଥିଲା ।

ରିପୋର୍ଟକୁ ଖଣ୍ଡନ

ଏହି ରିପୋର୍ଟକୁ କିନ୍ତୁ ଅହମଦାବାଦ ନିଗମ ପ୍ରଶାସନ ଖଣ୍ଡନ କରିଛି ଯେ ଉଦ୍ଦେଶ୍ୟମୂଳକ ଭାବେ ଏହି ରିପୋର୍ଟ ଲେଖାଯାଇଛି । କାରଣ ଅହମଦାବାଦ ସହରର ପ୍ରାୟ ହଜାରେରୁ ଉର୍ଦ୍ଧ୍ଵ ପାନ ଦୋକାନକୁ ବନ୍ଦ କରିବା ଏକରକମ ଅସମ୍ଭବ ବ୍ୟାପାର ।

ପୂର୍ବରୁ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ ନଗର ନିଗମ ଏୟାରପୋର୍ଟ ପାଖ ତିନୋଟି ପାନ ଦୋକାନକୁ ସିଲ କରିଛି । ତେବେ ନିଗମ ତରଫରୁ କୁହାଯାଇଛି ଯେ ସୁରକ୍ଷା କାରଣରୁ ଏହି ସବୁ ଦୋକାନ ବନ୍ଦ କରାଯାଇଛି ଓ ପାନ ଛେପ ପ୍ରସଙ୍ଗ ସହ ଏହାର କୌଣସି ସମ୍ପର୍କ ନାହିଁ ।

ତେବେ ଅନ୍ୟ ଏକ ରିପୋର୍ଟ ଅନୁସାରେ ଅହମଦାବାଦର ସବୁ ପାନ ଦୋକାନଗୁଡିକୁ ବନ୍ଦ କରାଯାଇନାହିଁ , ବରଂ ଟ୍ରମ୍ଫ ଯେଉଁ ରାସ୍ତା ଦେଇ ଯିବେ ସେହି ରାସ୍ତାରେ ଥିବା ପାନ ଦୋକାନଗୁଡିକୁ ବନ୍ଦ କରାଯାଇଛି । ଅବଶ୍ୟ ଏଗୁଡିକ ସୁରକ୍ଷା କାରଣରୁ କରାଯାଇଛି ବୋଲି କୁହାଯାଇଛି ।

#InterestingNews #Trump #OddNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon