• ବେତାର ବ୍ୟୁରୋ

ରାଶିଫଳ ଫେବୃୟାରି 24- ମାର୍ଚ୍ଚ 1: ଏହି ସାତ ରାଶି ପାଇଁ ଭଲ ସମୟ


(ବେତାର ବ୍ୟୁରୋ) ଏହି ସମୟରେ ଚନ୍ଦ୍ରଦେବ ମୀନ ରାଶିରୁ ଯାତ୍ରା ଆରମ୍ଭ କରି ମିଥୁନ ରାଶି ଯାଏଁ ଯାତ୍ରା କରିବେ ।

ଏହି ସପ୍ତାହରେ ଚନ୍ଦ୍ରମା ଉପରେ କିଛି ଅଶୁଭ ଦ୍ରୁଷ୍ଟି ରହୁଥିଲେ ମଧ୍ୟ ବୃହସ୍ପତି ତଥା ମଙ୍ଗଳ ଗ୍ରହର ଶୁଭ ଦ୍ରୁଷ୍ଟି ମଧ୍ୟ ଅନୁଭୂତ ହେବ , ଯାହା ଫଳରେ ସାତଟି ରାଶି ପାଇଁ ଶୁଭ ସମୟ ଆସିବ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜନ୍ମ ଲଗ୍ନ ଓ ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ସପ୍ତାହ ଆରମ୍ଭ - ଉପାର୍ଜନର ସୁଯୋଗ ଆସିବ। ସପ୍ତାହ ମଝି- ଅଧୁରା କାମ ପୂରା ହୋଇପାରେ। ସପ୍ତାହ ଶେଷ- ପୁରୁଣା ଚିନ୍ତା ସମାପ୍ତ ଏବଂ ସମାଜରେ ଗରିମା ବଢ଼ିବ।

ବୃଷ : ସପ୍ତାହ ଆରମ୍ଭ - ବେକାରଙ୍କୁ ରୋଜଗାର ମିଳିବ। ସପ୍ତାହ ମଝି- ବୈବାହିକ ଜୀବନରେ ମଧୁରତା ଆସିବ। ସପ୍ତାହ ଶେଷ- ବ୍ୟବସାୟରେ ପରିବାରର ସହଯୋଗ ମିଳିବ।

ମିଥୁନ : ସପ୍ତାହ ଆରମ୍ଭ - ଇଚ୍ଛା ପୂରା କରିବାରେ ସଫଳ ହେବେ। ସପ୍ତାହ ମଝି- ଲୋକେ ଆପଣଙ୍କୁ ସାହାଯ୍ୟ ସହଯୋଗ କରିବେ। ସପ୍ତାହ ଶେଷ- ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ।

କର୍କଟ : ସପ୍ତାହ ଆରମ୍ଭ - ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ପାଇବେ। ସପ୍ତାହ ମଝି- ବ୍ୟବସାୟକୁ ନେଇ ମନରେ ନୂଆ ଯୋଜନା ଆସିବ। ସପ୍ତାହ ଶେଷ- ଆର୍ଥିକ ସ୍ଥିତି ବୃଦ୍ଧି ହେବ।

ସିଂହ : ସପ୍ତାହ ଆରମ୍ଭ - ଆପଣଙ୍କର ସବୁ କାମ ସହଜରେ ପୂରା ହୋଇଯିବ। ସପ୍ତାହ ମଝି- ବଡ଼ ଅଧିକାରୀଙ୍କ ଠାରୁ ସହଯୋଗ ପାଇବେ। ସପ୍ତାହ ଶେଷ- ବେପାରରେ ଲାଭ ହେବ।

କନ୍ୟା : ସପ୍ତାହ ଆରମ୍ଭ - ପେସା ଏବଂ ଜୀବିକାରେ ଉନ୍ନତି ହେବ। ସପ୍ତାହ ମଝି- ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ। ସପ୍ତାହ ଶେଷ- ଇଚ୍ଛା ପୂରା କରିବାକୁ ଚେଷ୍ଟା କରିବେ।

ତୁଳା : ସପ୍ତାହ ଆରମ୍ଭ - ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ଆସିବ। ସପ୍ତାହ ମଝି- ଛାତ୍ରଙ୍କ କ୍ୟାରିୟର୍‌ରେ ବଡ଼ ସଫଳତା ମିଳିବ। ସପ୍ତାହ ଶେଷ- ବ୍ୟବସାୟରେ ନୂଆ ସୁଯୋଗ ମିଳିବ।

ବିଛା : ସପ୍ତାହ ଆରମ୍ଭ - ବନ୍ଧୁଙ୍କ ମାଧ୍ୟମରେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସପ୍ତାହ ମଝି- ବ୍ୟବସାୟରେ ବୃଦ୍ଧି ହେବ। ସପ୍ତାହ ଶେଷ- ଲାଗି ରହିଥିବା ସମସ୍ୟାର ସମାଧାନ ହେବ।

ଧନୁ : ସପ୍ତାହ ଆରମ୍ଭ - କାର୍ଯ୍ୟ କ୍ଷେତ୍ରରେ କିଛି ନୂଆ କରିବାକୁ ଚେଷ୍ଟା କରିବେ। ସପ୍ତାହ ମଝି- ନୂଆ ଲୋକଙ୍କ ସହିତ ପରିଚୟ ହେବ। ସପ୍ତାହ ଶେଷ- ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ।

ମକର : ସପ୍ତାହ ଆରମ୍ଭ - କାମରେ ସଫଳତା ମିଳିବ। ସପ୍ତାହ ମଝି- ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ସପ୍ତାହ ଶେଷ- କାରବାର ବଢ଼ାଇବା ଲାଗି ସୁଯୋଗ ମିଳିବ।

କୁମ୍ଭ : ସପ୍ତାହ ଆରମ୍ଭ - ଭାବିଥିବା କାମ ସହଜରେ ପୂରା ହୋଇଯିବ। ସପ୍ତାହ ମଝି- ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ସପ୍ତାହ ଶେଷ- ଆପଣଙ୍କ ଜୀବନରେ ମଧୁର ସଂପର୍କ ଆରମ୍ଭ ହେବ।

ମୀନ : ସପ୍ତାହ ଆରମ୍ଭ - ବ୍ୟବସାୟ ସମ୍ବନ୍ଧରେ ଦୂର ସ୍ଥାନକୁ ଯାତ୍ରା କରିବେ। ସପ୍ତାହ ମଝି- ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ସପ୍ତାହ ଶେଷ- ଆମଦାନୀର ନୂଆ ସ୍ରୋତ ମିଳିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon