• ବେତାର ବ୍ୟୁରୋ

ଓଡିଶା ଖଣି ନିଗମରେ ହେବ  128 ନିଯୁକ୍ତି: ଏହି ସବୁ ପ୍ରାର୍ଥୀ କରିପାରିବେ ଆବେଦନ


(ବେତାର ବ୍ଯୁରୋ) ଓଡିଶା ସରକାରଙ୍କ ଲାଭଜନକ ସଂସ୍ଥା ଓଡିଶା ଖଣି ନିଗମ ତୃତୀୟ ଶ୍ରେଣୀ କର୍ମଚାରୀ ନିଯୁକ୍ତି କରିବା ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛି । ଏହି ପଦ ଗୁଡିକ ଚୁକ୍ତି ଭିତ୍ତିକ ନୁହେଁ । ଏହା ନିଗମର ନିୟମିତ କର୍ମଚାରୀ ନିଯୁକ୍ତି ନିମନ୍ତେ ପ୍ରକାଶିତ ହୋଇଛି ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

ନିଯୁକ୍ତି ପରେ ପ୍ରାର୍ଥୀମାନେ ଏକ ବର୍ଷ ଟ୍ରେନି ଭାବରେ ନିଯୁକ୍ତି ପାଇବା ସହିତ ଷ୍ଟାଇପେଣ୍ଡ ପାଇବେ । ଟ୍ରେନି ଭାବେ ନିଯୁକ୍ତି ପାଇବାର ଏକ ବର୍ଷ ପରେ ସେମାନଙ୍କୁ ଆଉ ଏକ ବର୍ଷ ପ୍ରୋବେସନରେ ନିଆହେବ ଓ ଏହା ପରେ ନିୟମିତ କର୍ମଚାରୀ କରାହେବ । ତେବେ ଟ୍ରେନି ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ସେମାନେ ନିୟମିତ ଦରମା ଓ ଭତ୍ତା ଆଦି ପାଇବେ ।

ପଦବୀ ସଂଖ୍ୟା

ଏହି ବିଜ୍ଞପ୍ତିରେ ମୋଟ 128ଟି ପଦ ପ୍ରକାଶ ପାଇଛି। ସେଥିମଧ୍ୟରୁ ଜୁନିୟର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ପାଇଁ 100ଟି, ଜୁନିୟର ଇଞ୍ଜିନିୟର (ମେକାନିକାଲ) ପାଇଁ 5ଟି , ଜୁନିୟର ଇଞ୍ଜିନିୟର (ଇଲେକ୍ଟ୍ରିକାଲ) ପାଇଁ 14ଟି , ଜୁନିୟର ନର୍ସ ପାଇଁ 7ଟି ଓ ଜୁନିୟର ଫର୍ମାଶିଷ୍ଟ ପାଇଁ 2ଟି ପଦରେ ନିଯୁକ୍ତି ହେବ ।

ଆବେଦନ ତାରିଖ

ଏହି ପଦରେ ଅବେଦନ କରିବାକୁ ଚାହୁଁଥିବା ଆଗ୍ରହୀ ପ୍ରାର୍ଥୀମାନେ ଗୁରୁବାର 27 ଫେବୃୟାରି ରୁ 18 ମାର୍ଚ୍ଚ ଭିତରେ ଅନଲାଇନରେ ଆବେଦନ କରିପାରିବେ।

ଦରମା

ଏହି ନିଯୁକ୍ତି ବିଜ୍ଞପ୍ତିରେ ଜୁନିୟର ଇଞ୍ଜିନିୟର ପଦ ପାଇଁ ମୂଳ ଦରମା ଟ.35,400ରୁ ଆରମ୍ଭ ହେଉଥିବା ବେଳେ ଅନ୍ୟ ସମସ୍ତ ପଦ ପାଇଁ ଟ.29,200ରୁ ମୂଳ ଦରମା ଆରମ୍ଭ ହେବ ବୋଲି ବିଜ୍ଞପ୍ତିରେ ଦର୍ଶା ଯାଇଛି ।

ବୟସସୀମା

ଏହାର ବିଜ୍ଞପ୍ତିରେ ଏ ନେଇ ଅଧିକ ସୂଚନା ଦିଆଯାଇ ନାହିଁ । ତେବେ ସମସ୍ତ ପଦବୀ ଜୁନିୟର ଶ୍ରେଣୀ ହୋଇଥିବାରୁ ସର୍ବନିମ୍ନ 20ବର୍ଷ ଓ ସର୍ବାଧିକ 28ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ବୋଲି ଅନୁମାନ କରାଯାଉଛି । ଅନୁସୂଚିତ ଜାତି ଓ ଜନଜାତିର ପ୍ରାର୍ଥୀଙ୍କ ପାଇଁ ନିମାନୁସାରେ ବୟସସୀମା କୋହଳ କରାଯାଇ ପାରେ ।

ଶିକ୍ଷାଗତ ଯୋଗ୍ୟତା

ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଜୁନିୟର ଏକଜିକ୍ୟୁଟିଭ ଆସିଷ୍ଟାଣ୍ଟ ପଦ ପାଇଁ ସର୍ବାଧିକ ସଂଖ୍ୟାରେ ନିଯୁକ୍ତି ହେବ । ଏଥିପାଇଁ ସର୍ବନିମ୍ନ ସ୍ନାତକ ବା ଗ୍ରାଜୁଏଟ ଶିକ୍ଷାଗତ ଯୋଗ୍ୟତା ଆବଶ୍ୟକ ବୋଲି ମାନେ ହୁଏ । ଅନ୍ୟାନ୍ୟ ପଦ ପାଇଁ ଡିପ୍ଲୋମା ଓ ନର୍ସିଙ୍ଗ କୋର୍ସ କରିଥିବା ଆବଶ୍ୟକ ।

କିପରି ଆବେଦନ କରିବେ

ଏହି ନିଯୁକ୍ତି ପ୍ରକ୍ରିୟା ବିଷୟରେ ଅଧିକ ଜାଣିବା ପାଇଁ https://omcltd.in/Recruitment ଲିଂକରେ ଯାଇ ଆପଣ Advertisement for Recruitment of Non-Executive ଲେଖା ଥିବା ଲିଙ୍କରେ କ୍ଲିକ କରିପାରିବେ । ଗୁରୁବାର ଅପରାହ୍ନ ସୁଦ୍ଧା ଏହା ଉକ୍ତ ଲିଙ୍କରେ ଅପଲୋଡ ହୋଇ ନ ଥିଲା ।

ମଝିରେ ମଝିରେ ଏହି ଲିଙ୍କକୁ କ୍ଲିକ କରି ଆବଶ୍ଯକୀୟ ତଥ୍ୟ ହାସଲ କରିନେବାକୁ ଅନୁରୋଧ ।

#Jobs #GovtJobs #OdishaJobs

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon