- ବେତାର ବ୍ଯୁରୋ
ରାତିରେ ଚାଟିଙ୍ଗ ସୁବିଧା ପାଇଁ ଆସିଲା ହ୍ଵାଟସଅପର 'ଡାର୍କ ମୋଡ' : ଏମିତି କରନ୍ତୁ ଅନ୍

(ବେତାର ବ୍ୟୁରୋ) ଲୋକପ୍ରିୟ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ 'ହ୍ଵାଟସଅପ' ତରଫରୁ ଏହାର ବ୍ୟବହାରକାରୀଙ୍କ ପାଇଁ ଚଳିତ ବର୍ଷ ଆରମ୍ଭରୁ ଏକ ନୂଆ ଫିଚର ଲଞ୍ଚ କରାଯାଉଛି। କମ୍ପାନୀ ତରଫରୁ ଏହାର ବହୁ ପ୍ରତୀକ୍ଷିତ 'ଡାର୍କ ମୋଡ' ଭାରତୀୟ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ନିମନ୍ତେ ଲଞ୍ଚ୍ କରାଯାଇଛି ।
ହ୍ଵାଟସଅପରେ ଏହି ଡାର୍କମୋଡ ଆସିବା ପରେ ବ୍ୟବହାରକାରୀ ମାନେ ଏହାକୁ ରାତିରେ ଓ କମ ଆଲୁଅରେ ସହଜରେ ବ୍ୟବହାର କରିପାରିବେ। ବର୍ତ୍ତମାନ କମ ଆଲୁଅରେ ରାତିରେ ହ୍ଵାଟସଅପରେ ଚାଟିଙ୍ଗ କରିବା ଦ୍ଵାରା ଆଖି ଉପରେ ଏହାର ପ୍ରଭାବ ପଡୁଛି। ଏହାବ୍ୟତୀତ ଏହି ଫିଚର ସାହାଯ୍ୟରେ ସଂପୂର୍ଣ୍ଣ OLED ଡ଼ିସପ୍ଲେ ଥିବା ସ୍ମାର୍ଟଫୋନର ବ୍ୟାଟେରୀ ମଧ୍ୟ କମ ଖର୍ଚ୍ଚ ହେବ।
ଏହା ବିଷୟରେ ପ୍ରକାଶ କରି ହ୍ଵାଟସଅପ ତରଫରୁ ଏକ ବ୍ଲଗରେ କୁହାଯାଇଛି ଯେ ଡାର୍କ ମୋଡକୁ ବ୍ୟବହାର କରିବା ଦ୍ଵାରା ଅଚାନକ ଅନ୍ଧାରରେ ହଠାତ ଘର ଆଲୋକିତ ହେବା ଯୋଗୁଁ ବ୍ୟବହାରକାରୀ ବେଳେବେଳେ ଅତର୍କିତ ଅନୁଭବ କରୁଥିଲେ , ହେଲେ ଏବେ ସେପରି ହେବ ନାହିଁ । ଏହାଛଡା ଆଖି ଉପରୁ ଚାପ କମାଇବାରେ ଏହି ଡାର୍କ ମୋଡ ସହାୟକ ହେବ ।
ଦୀର୍ଘ ଦୁଇ ବର୍ଷ ଧରି ଏ ବିଷୟରେ ଗବେଷଣା କରିବା ପରେ କମ୍ପାନୀ ଏହି ଡ଼ାର୍କ ମୋଡକୁ ସାଧାରଣ ବ୍ୟବହାର କାରୀଙ୍କ ପାଇଁ ଛାଡିଛି ।
ଏମିତି କରନ୍ତୁ ଫିଚର ଅନ୍

ଏହି ମୋଡ କେବଳ ଆଣ୍ଡ୍ର୍ରଏଡ 10 ସଂସ୍କରଣ ବ୍ୟବହାରକାରୀଙ୍କ ଫୋନରେ ଆପେ ଆସିଯିବ । ଅର୍ଥାତ ଯଦି ଆପଣଙ୍କ ଫୋନରେ ଡାର୍କ ମୋଡ ଥିମ ବ୍ଯବହ୍ରୁତ ହୋଇଛି ତେବେ ହ୍ଵାଟସଅପ ମଧ୍ୟ ଆପେ ଡାର୍କ ମୋଡ ହୋଇଯିବ ।
ଅନ୍ୟାନ୍ୟ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କ ପାଇଁ ଏହାକୁ ଅପଡେଟ କରିବାକୁ ହେବ ।
ଏଥିପାଇଁ ପ୍ରଥମେ ଗୁଗୁଲ ପ୍ଲେ ଷ୍ଟୋର ଯାଇ ହ୍ଵାଟସଅପକୁ ଅପଡେଟ କରିବାକୁ ହେବ । ଏହାପରେ ହ୍ଵାଟସଅପ ସେଟିଂରେ ଚାଟ (Chats) ସେକ୍ସନ ଯାଇ ସେଠାରେ Theme ବଦଳେଇବାକୁ ହେବ । ଏହି Theme ସ୍ଥାନରେ ଟିପିଲେ Light , Dark ବିକଳ୍ପ ଆସିବ । ଆପଣ ନିଜ ଇଚ୍ଛା ଅନୁସାରେ ଏହାକୁ ଚୟନ କରିପାରିବେ ।
ଆଇଫୋନ ବ୍ୟବହାରକାରୀଙ୍କ ଫୋନରେ ଏହା ସଂପୂର୍ଣ୍ଣ କଳା ଦିଶୁଥିବା ବେଳେ ଆଣ୍ଡ୍ରଏଡ ଫୋନରେ ଏହା ହାଲକା ପାଉଁଶିଆ କଳା ରଙ୍ଗରେ ନଜର ଆସିବ ।