- ବେତାର ବ୍ଯୁରୋ
କାରୋନାର ମହାମାରୀ ରୂପ ବିଷୟରେ ଜାଣିନାହାନ୍ତି ଏହିସବୁ ଦେଶର ବିଗ୍ ବସ୍ ପ୍ରତିଯୋଗୀ

(ବେତାର ବ୍ୟୁରୋ) କରୋନାଭାଇରସ୍ ଏବେ ମହାମାରୀ ରୂପରେ ସାରା ବିଶ୍ୱରେ 1,80,000 ରୁ ଅଧିକ ଲୋକଙ୍କୁ ସଂକ୍ରମିତ କରିଛି | ଏ ଖବର ବିଶ୍ଵାସାରା ପ୍ରତି କୋଣ ଅନୁକୋଣରେ ବ୍ୟାପାସାରିଥିବା ବେଳେ ଏ ବିଷୟରେ ଆଜି ବି ଅଜଣା ଅଛନ୍ତି କିଛି ବ୍ୟକ୍ତି । ଏମାନେ କୌଣସି ଅପହଞ୍ଚ ଇଲାକାର ଲୋକ ନୁହେଁ, ବରଂ ଟିଭି ସେଲିବ୍ରିଟି ।
ଲୋକ ପ୍ରିୟ ଟିଭି ଶୋ’ ବିଗ ବସର ହିନ୍ଦୀ ଶୋ’ ଭାରତରେ ନିକଟରେ ସମାପ୍ତ ହୋଇସାରିଥିବା ବେଳେ ବର୍ତ୍ତମାନ ବ୍ରାଜିଲ, କାନାଡା ଓ ଜର୍ମାନୀରେ ଏହି ଶୋ ଚାଲୁଅଛି । ବିଦେଶରେ ଏହାର ନାମ 'ବିଗ୍ ବ୍ରଦର' ହିସାବରେ ଜଣାଶୁଣା ।
ଅନ୍ଧାରରେ ପ୍ରତିଯୋଗୀ
ଜର୍ମାନୀ ବିଗ ବସ ପ୍ରତିଯୋଗୀ ଏ ପର୍ଯ୍ୟନ୍ତ ଏ ବିଷୟରେ ଜାଣି ସୁଦ୍ଧା ନାହାନ୍ତି । ଶୋ’ର ନିୟମ ବାହ୍ୟ ଜଗତ ସହିତ ପ୍ରତିଯୋଗୀଙ୍କ ଯୋଗାଯୋଗକୁ ବାରଣ କରିଥାଏ । ହେଲେ ଏହି ଶୋ’ ପ୍ରସାରଣ କରୁଥିବା ଟିଭି ସଂସ୍ଥା ପ୍ରତିଯୋଗୀମାନଙ୍କୁ ଜୀବାଣୁ ଏବଂ ସେମାନେ ରହୁଥିବା ସମ୍ଭାବ୍ୟ ବିପଦପୂର୍ଣ୍ଣ ପରିବେଶ ବିଷୟରେ ଅବଗତ କରାଇବାରେ ଅବହେଳା କରିଛନ୍ତି।
ଏ ନେଇ ସୋସିଆଲ ମିଡିଆରେ ଉତ୍ତେଜନା ପରେ ଜର୍ମାନୀ ନେଟୱାର୍କ Sat 1 ଏହା ଘୋଷଣା କରିଛି ଯେ ପ୍ରତିଯୋଗୀମାନଙ୍କୁ ଭାଇରସ୍ ବିଷୟରେ ଅବଗତ କରାଇବ ଏବଂ ଯଦି ସେମାନଙ୍କର କିଛି ସନ୍ଦେହ ଥାଏ ସେମାନଙ୍କୁ କିଛି ପ୍ରଶ୍ନ ପଚାରିବାକୁ ଅନୁମତି ଦେବ |
ଏହି ପ୍ରତିଯୋଗୀମାନେ ଫେବୃଆରୀ 10 ରୁ ଏକ ଘରେ ବନ୍ଦ ରହିଛନ୍ତି ରହିଛନ୍ତି ଏବଂ ମଙ୍ଗଳବାର ଦିନ ସେମାନଙ୍କୁ ଏକ ସ୍ୱତନ୍ତ୍ର ଲାଇଭ୍ ଶୋ’ରେ ଜର୍ମାନୀରେ ଜନଜୀବନକୁ ସ୍ଥିର କରିଦେଇଥିବା ମହାମାରୀ ବିଷୟରେ ଜଣାଯିବ।
ବିଗ୍ ବସ୍ କାନାଡାର ପ୍ରତିଯୋଗୀମାନେ କେବଳ ପରିସ୍ଥିତି ବିଷୟରେ ଅବଗତ ହୋଇଥିବାବେଳେ ବିବିସି କହିଛି ଯେ ବିଗ୍ ବସ୍ ବ୍ରାଜିଲ୍ ପ୍ରତିଯୋଗୀମାନେ ମଧ୍ୟ ଅନ୍ଧକାରରେ ଅଛନ୍ତି।
ଜର୍ମାନୀରେ ବ୍ୟାପୁଛି
ଜର୍ମାନର ଟିଭି ସଂସ୍ଥା କହିଛି ଯେ ପ୍ରତିଯୋଗୀମାନଙ୍କୁ ସୁରକ୍ଷା ଦେବା ପାଇଁ ଏହା “ସ୍ୱତନ୍ତ୍ର ସ୍ୱଚ୍ଛତା ପଦକ୍ଷେପ” ଗ୍ରହଣ କରିଛି, କିନ୍ତୁ ହଲିଉଡ୍ ରିପୋର୍ଟର ୱେବସାଇଟ କହିବାନୁସାରେ, ଏହି ପଦକ୍ଷେପଗୁଡିକ କ’ଣ ଥିଲା ସେ ବିଷୟରେ ସବିଶେଷ ତଥ୍ୟ ଦେଇନାହିଁ |
ଜର୍ମାନୀରେ କରୋନାଭାଇରସର 7000 ରୁ ଅଧିକ ମାମଲା ରହିଛି, ଏଥିରେ 17 ଜଣଙ୍କର ମୃତ୍ୟୁ ଘଟିଛି। ଉକ୍ତ ଦେଶର ରାଷ୍ଟ୍ରପତି ଆଞ୍ଜେଲା ମର୍କେଲ କ୍ଲବ, ବାର, ଅବକାଶ ସୁବିଧା, ପ୍ରାଣୀ ଉଦ୍ୟାନ ଏବଂ ଖେଳ ପଡିଆ ବନ୍ଦ କରିଛନ୍ତି। ତେବେ ଟିଭି ତରଫରୁ କୁହାଯାଇଛି ପ୍ରତିଯୋଗୀମାନଙ୍କ ମଧ୍ୟରୁ କାହା ଠାରେ କରୋନା ଭାଇରସର ଲକ୍ଷଣ ଦେଖା ଯାଇନାହିଁ ।
ସୂଚନାଯୋଗ୍ୟ ଯେ ହଲିଉଡ କଳାକାର ଟମ ହ୍ୟାଙ୍କ, ତାଙ୍କ ପତ୍ନୀ ରୀତା ୱିଲସନ, ପୂର୍ବତନ ବଣ୍ଡ ଗାର୍ଲ ଓଲଗା କୁରିଲେଙ୍କୋ ଏବଂ ଅଭିନେତା ଇଡ୍ରିସ ଏଲବାଙ୍କ ଭଳି ସେଲିବ୍ରିଟିଙ୍କୁ ଏହି ଭାଇରସ ସଂକ୍ରମିତ କରିଥିବାର ଖବର ବର୍ତ୍ତମାନ ସୁଦ୍ଧା ଆସିଛି ।