• ବେତାର ବ୍ଯୁରୋ

ବାୟୁ ମାଧ୍ୟମରେ କରୋନା ବ୍ୟାପିପାରେ କି ? ହଁ, କିନ୍ତୁ କେବଳ ଏହି ସ୍ଥାନରେ


(ବେତାର ବ୍ଯୁରୋ) ଯଦିଓ କରୋନା ଭୂତାଣୁ ବ୍ୟାପିବା ପାଇଁ ସ୍ପର୍ଶ ଏକ ମୁଖ୍ୟ ମାଧ୍ୟମ, ତେବେ ଲୋକମାନେ ବାୟୁ ମାଧ୍ୟମରେ କରୋନାଭାଇରସ୍ ରୋଗର ଶିକାର ହୋଇପାରନ୍ତି ବୋଲି ବିଭିନ୍ନ ପ୍ରାଥମିକ ଅନୁସନ୍ଧାନ ପରେ ଏକ ଗବେଷଣାର ଫଳାଫଳରୁ ଜଣାପଡିଛି ।

ତେବେ ଏହି ବିପଦ କେବଳ ମେଡିକାଲ ବା ଡାକ୍ତରଖାନା ଭଳି ସ୍ଥାନ ପାଇଁ ପ୍ରଯୁଜ୍ୟ। ହସ୍ପିଟାଲ ଭିନ୍ନ ଅନ୍ୟ ସ୍ଥାନରେ କରୋନା ଭାଇରସ ବାୟୁ ମାଧ୍ୟମରେ ବହୁତ ଦୂର ଯାତ୍ରା କରି ପାରି ନ ଥାଏ ।

ଯୁକ୍ତରାଷ୍ଟ୍ର ଆମେରିକା

ଯୁକ୍ତରାଷ୍ଟ୍ର ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଦ୍ଵାରା ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଏହି କରୋନା ଭାଇରସ ତିନି ଘଣ୍ଟା ପର୍ଯ୍ୟନ୍ତ ସୂକ୍ଷ୍ମ କଣିକା ଭାବରେ ବାୟୁରେ ବଞ୍ଚିରହୁଥିବାରୁ ସମସ୍ତ ଡାକ୍ତରଖାନ କର୍ମଚାରି, ରୋଗୀ ତଥା ସେମାନଙ୍କ ସମ୍ପର୍କୀୟ ଏଥିରୁ ରକ୍ଷା ପାଇବା ପାଇଁ ସତର୍କତା ଉପାୟ ଅବଲମ୍ବନ କରିବା ଉଚିତ ।

ପ୍ରିନ୍ସଟନ୍ ୟୁନିଭରସିଟି ଓ ଲସ୍ ଆଞ୍ଜେଲ୍ସ ସ୍ଥିତ କାଲିଫର୍ନିଆ ୟୁନିଭରସିଟି ତରଫରୁ ହୋଇଥିବା ଏହି ଅଧ୍ୟୟନରେଲେଖକ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସ୍ୱାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଜାଣିବାକୁ ପାଇଛନ୍ତି କରୋନା ଭାଇରସର ଭୂତାଣୁ ତମ୍ବା ଉପରେ 4 ଘଣ୍ଟା ପର୍ଯ୍ୟନ୍ତ, କାର୍ଡବୋର୍ଡରେ 24 ଘଣ୍ଟା ପର୍ଯ୍ୟନ୍ତ ଏବଂ ପ୍ଲାଷ୍ଟିକ୍ ଏବଂ ଷ୍ଟେନଲେସ୍ ଷ୍ଟିଲ୍ ରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଏହି ଜୀବାଣୁ ବଞ୍ଚି ରହିପାରିବ।

ପ୍ରାଥମିକ ଫଳାଫଳ

ତେବେ ଏହିସବୁ ତଥ୍ୟ ଗୁଡିକ ଉପରେ ଆହୁରି ଅନେକବାର ପରୀକ୍ଷା ହେବାକୁ ବାକି ଥିବାରୁ ଗବେଷଣାରୁ ବାହାରିଥିବା ଫଳାଫଳଗୁଡିକ ପ୍ରାଥମିକ ବୋଲି ବୈଜ୍ଞାନିକମାନେ କହିଛନ୍ତି।

ବର୍ତ୍ତମାନ ସୁଦ୍ଧା କରୋନା ଉପରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏ ବିଷୟରେ ଏକମତ ଯେ ଲୋକମାନେ ଶ୍ଵାସକ୍ରିୟା ସଂକ୍ରମଣ ମାଧ୍ୟମରେ କରୋନାର ଶିକାର ହୋଇପାରିବେ , ଯାହା ପ୍ରାୟତ ବୟସ୍କ ବ୍ୟକ୍ତିବିଶେଷଙ୍କ ଉପରେ ପ୍ରଭାବ ପକାଇଥାଏ।

ତେବେ ରୋଗୀ ଗୋଟିଏ ସ୍ଥାନରୁ ଯିବା ପରେ ମଧ୍ୟ ଉକ୍ତ ସ୍ଥାନର ବାୟୁରେ ଥିବା କରୋନା ଜୀବାଣୁ ଦ୍ଵାରା ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହୋଇପାରିବ କି ନା ସେ ବିଷୟରେ ଅଧିକ ଗବେଷଣା ଜାରି ରହିଛି ।

ଯେଉଁ ଲୋକମାନେ COVID-19 ରୋଗୀ ସେମାନଙ୍କ କାଶ କିମ୍ବା ଛିଙ୍କରେ ତାଙ୍କ ଆଖପାଖରେ ଥିବା ବ୍ୟକ୍ତି ସଂକ୍ରମିତ ହୁଅନ୍ତି ବୋଲି ସମସ୍ତଙ୍କ ମତ।

WHO କହିଛି ଯେ ରୋଗୀର କାଶ ବା ଛିଙ୍କରୁ ବାହାରୁଥିବା ଜଳବୁନ୍ଦା ବସ୍ତୁ ଏବଂ ଆଖପାଖ ପୃଷ୍ଠରେ ଅବତରଣ କରେ | ଲୋକମାନେ ତାପରେ ଏହି ବସ୍ତୁ କିମ୍ବା ପୃଷ୍ଠଗୁଡ଼ିକୁ ସ୍ପର୍ଶ କରି COVID-19 ଭୂତାଣୁ ସଂସ୍ପର୍ଶରେ ଆସନ୍ତି ଓ ତା’ପରେ ଆଖି, ନାକ କିମ୍ବା ପାଟି ସ୍ପର୍ଶ କରିବା ମାତ୍ରେ ଏହାର ଶିକାର ହୁଅନ୍ତି |

ଏହି କାରଣରୁ ଜଣେ ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଏକ ମିଟର କିମ୍ବା ତିନି ଫୁଟ ଦୂରତା ରଖିବା ନିୟମ ଉପରେ WHO ଗୁରୁତ୍ୱ ଦେଉଛି ।

#Corona #HealthTips #HealthyLifestyle #HealthNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon