• ବେତାର ବ୍ଯୁରୋ

ପତ୍ନୀଙ୍କୁ କାମରେ ଯାଉଛି କହି ପ୍ରେମିକାଙ୍କ ସହିତ ବୁଲି ଗଲେ ଇଟାଲୀ , ଏବେ ଏମିତି ଅବସ୍ଥା


(ବେତାର ବ୍ଯୁରୋ) ବ୍ରିଟେନର ଜଣେ ଅବିଶ୍ୱାସୀ ସ୍ୱାମୀ ତାଙ୍କ ବିବାହିତ ସମ୍ପର୍କକୁ ନେଇ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଇଂଲଣ୍ଡର ଖବରକାଗଜ ଦି ସନ୍ ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ସେ ନିଜ ପ୍ରେମିକଙ୍କ ସହ ଇଟାଲୀକୁ ଗୁପ୍ତ ଯାତ୍ରା କରିଥିଲେ ଓ ସେହି ସମୟରେ କରୋନାଭାଇରସ୍ ଦ୍ଵାରା ସଂକ୍ରମିତ ହୋଇଥିଲେ ।

ପ୍ରାୟ ତିରିଶ ବର୍ଷ ବୟସର ଏହି ଅଜ୍ଞାତ ରୋଗୀ--ଧନୀ ଏବଂ ଉଚ୍ଚମାନର ଚାକିରିରେ--ତାଙ୍କ ପତ୍ନୀଙ୍କୁ କହିଥିଲେ ଯେ ସେ ବ୍ରିଟେନ ମଧ୍ୟରେ ଏକ ବ୍ୟବସାୟିକ ଯାତ୍ରା କରୁଛନ୍ତି। ହେଲେ ନିଜ ପ୍ରମିକାଙ୍କ ଧରି ସେ ଇଟାଲୀ ବୁଲି ଯାଇଥିଲେ ।

ଫେରିବା ପରେ ରିପୋର୍ଟ ପଜିଟିଭ

ଉକ୍ତ ବ୍ୟକ୍ତି ଘରକୁ ଫେରିବା ପରେ ତାଙ୍କ ଶରୀରରେ ସାଂଘାତିକ ବିଚ୍ୟୁତିର ଲକ୍ଷଣ ଦେଖାଦେବା ଆରମ୍ଭ ହୋଇଥିଲା ଏବଂ ରିପୋର୍ଟ ଅନୁଯାୟୀ ସେ ପ୍ରକୃତରେ ସଂକ୍ରମିତ ହୋଇଥିବା ପ୍ରମାଣିତ ହୋଇଥିଲା।

ଏହାପରେ ବ୍ରିଟେନର ସ୍ୱାସ୍ଥ୍ୟ ଅଧିକାରୀମାନେ ତାଙ୍କୁ ତାଙ୍କର ଯାତ୍ରା ବିଷୟରେ ସବିଶେଷ ବିବରଣୀ ଦେବାକୁ କହିଥିଲେ ଓ ତାଙ୍କ ସହିତ କିଏ କିଏ ଯାତ୍ରା କରିଥିଲା ସେ ବିଷୟରେ ମଧ୍ୟ ଜାଣିବାକୁ ଚାହିଁଥିଲେ । ଯୁବକ ଜଣକ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସବୁକିଛି ସତ କହିଥିଲେ ଓ ତାଙ୍କ ନାମ ଗୋପନ ରଖିବାକୁ ଅନୁରୋଧ କରିଥିଲେ ।

ସେ ଡାକ୍ତରଙ୍କ ନିକଟରେ ସ୍ୱୀକାର କରିଛନ୍ତି ଯେ ତାଙ୍କର ସମ୍ପର୍କ ଅନ୍ୟ ଜଣେ ମହିଳାଙ୍କ ସହ ଅଛି, କିନ୍ତୁ ରିପୋର୍ଟ ଅନୁଯାୟୀ ତାଙ୍କୁ ଚିହ୍ନଟ କରିବାକୁ ଯୁବକଜଣକ ମନା କରି ଦେଇଛନ୍ତି।

ସଂକ୍ରମିତ ଯୁବକଙ୍କ ଅନୁସାରେ ଯେ ଇଟାଲୀରେ ସେ ଯାହା କରିଥିଲେ ଏବଂ ତାଙ୍କ ପତ୍ନୀଙ୍କର କୌଣସି ଧାରଣା ନାହିଁ। ତାଙ୍କ ପତ୍ନୀ ବିଶ୍ଵାସ କରିଛନ୍ତି ଯେ ତାଙ୍କ ସ୍ଵାମୀ ବ୍ୟବସାୟସଂକ୍ରାନ୍ତରେ ଯାତ୍ରା ସମୟରେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ।

ପୁରୁଷଙ୍କ ପତ୍ନୀ, କେବଳ ଜାଣିଛନ୍ତି ଯେ ତାଙ୍କର COVID-19 ଅଛି, ଓ ଏହାପରେ ସେ ନିଜକୁ ଉତ୍ତର ଇଂଲଣ୍ଡରେ ଦମ୍ପତିଙ୍କ ଥିବା ଏକ ବିଳାସପୂର୍ଣ୍ଣ ଘରେ ନିଜକୁ ଅଲଗା କରିଛନ୍ତି |

ବିବାହ ବଞ୍ଚିବ ତ!

ଏହି ବ୍ୟକ୍ତି ଜଣକ ସଂକ୍ରମଣରୁ ବଞ୍ଚିପାରିବେ ବୋଲି ଆଶା କରାଯାଉଛି, ତେବେ ବିବାହ ବଞ୍ଚି ପାରିବ କି ନା ସେବିଷୟରେ ସମସ୍ତେ ସନ୍ଦିହାନ ଅଛନ୍ତି ।

ଯୁବକ ଜଣକ ଭାବିଥିଲେ ସେ ବ୍ୟବସାୟ ସଂକ୍ରାନ୍ତରେ ମିଛ କହି ପ୍ରେମିକାଙ୍କ ସହିତ ମଉଜ କରିପାରିବେ କିନ୍ତୁ କାରୋନା ଭାଇରସର ଭୟାବହତାକୁ ସେ ଅନୁମାନ କରିପାରି ନ ଥିଲେ ।

ଏବେ ଯୁବକ ଜଣକ ଭଗବାନଙ୍କୁ ଧନ୍ୟବାଦ ଦେଉଛନ୍ତି ଯେ ସମଗ୍ର ବିଶ୍ଵରେ ବିମାନ ସେବା ବାଧାପ୍ରାପ୍ତ ହେବା ଆଗରୁ ସେ ବ୍ରିଟେନ ଫେରି ଆସିଛନ୍ତି , ନଚେତ ତାଙ୍କୁ ଅନେକ ଅସହଜ ପ୍ରଶ୍ନର ସମ୍ମୁଖୀନ ହେବାକୁ ପଡିଥାନ୍ତା ।

ଯଦି କାରୋନା ଭାଇରସ ମାମଲା ସେତେ ଗମ୍ଭୀର ହୋଇନଥାନ୍ତା ତେବେ ତାଙ୍କ ମାମଲା ମଜାଦାର ହୋଇଥାନ୍ତା ବୋଲି ଏ ବିଷୟରେ ଜାଣିଥିବା ଜଣେ ବ୍ୟକ୍ତି ଦି ସନ୍ ଖବରକାଗଜକୁ କହିଛନ୍ତି ।

ଇଟାଲୀ, ଏସିଆ ମହାଦେଶର ବାହାରେ ସବୁଠାରୁ ବଡ କରୋନାଭାଇରସ ରୋଗ ସହ ମୁକାବିଲା କରୁଛି।

#OddNews #InterestingNews #Corona

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon