- ବେତାର ବ୍ୟୁରୋ
ରୋଷେଇ ବେତାର : ବ୍ୟାଚେଲରଙ୍କ ପାଇଁ ସ୍ମାର୍ଟ କିଚେନ ଟିପ୍ସ

(ବେତାର ବ୍ୟୁରୋ) ଏବେ ଚାଲିଛି ଲକଡାଉନ ସମୟ । ଗୃହସ୍ଥ ଜୀବନ ହେଉ ବା ବ୍ୟାଚେଲର ଘର, ସବୁଠି ଖାଇବା ପ୍ରସ୍ତୁତ କରିବାକୁ ପଡୁଛି । କାରଣ ବାହାରେ ବର୍ତ୍ତମାନ ଖାଦ୍ୟ ସାମଗ୍ରୀ ମିଳିଲେ ମଧ୍ୟ ରନ୍ଧା ଖାଦ୍ଯ ମିଳିବା ଟିକେ ଅସୁବିଧା ।
ଏଭଳି ପରିସ୍ଥିତିରେ ଯେଉଁମାନଙ୍କୁ ଦୈନନ୍ଦିନ ରୋଷେଇ କରିବା ଅଭ୍ୟାସ ନାହିଁ, ସେମାନେ ନିଶ୍ଚିତ ରୂପେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବେ । ଏଭଳି ସ୍ଥିତିରେ ଏପରି କିଛି ସ୍ମାର୍ଟ କିଚେନ ଟିପ୍ସ ଅଛି , ଯାହାକି ରୋଷେଇରେ କମ ଅଭ୍ୟସ୍ତ ଥିବା ବ୍ୟକ୍ତି ମାନଙ୍କ ବହୁତ କାମରେ ଆସିବ ।
ଅଣ୍ଡା ଅଣ୍ଡାକୁ ସିଝାଇବାର ପରେ ସଙ୍ଗେ ସଙ୍ଗେ ଛଡାଇ ଦିଅନ୍ତୁ। କାରଣ ଅଣ୍ଡା ସିଝିବା ପରେ ବେଶୀ ସମୟ ଖୋଲାରେ ରହିଲେ ତାହା ସୁଖି ଯାଇଥାଏ ଓ ଛଡାିବା ପାଇଁ ଅସୁବିଧା ହୋଇଥାଏ।
ଅଟା ଅଟା ଚକଟି ସାରିବା ପରେ ହାତରେ କିଛି ରଫାଇନ୍ ତେଲ କିମ୍ବା ଦେଶୀ ଘିଅ ନେଇ ଚକଟା ଅଟାରେ ଲଗାଇ ଦିଅନ୍ତୁ। ଏହାଫଳରେ ଅଟା ଶୁଖିବ ନାହିଁ ଏବଂ ନରମ ରହିବ।
ଅଦା ଅଦାକୁ କଟରରେ କୋରି ଦେଇ ଦୁଇ ତିନି ଦିନ ଖରାରେ ଶୁଖାଇ ଡବାରେ ବନ୍ଦ କରି ରଖି ଦିଅନ୍ତୁ। ଏହାକୁ ଆପଣ ପରେ ଚା’ କିମ୍ବା ବିଭିନ୍ନ ତରକାରୀରେ ବ୍ୟବହାର କରିପାରିବେ।
ଟମାଟୋ ବଟା ତରକାରୀ ତିଆରି କରିବା ସମୟରେ ଯଦି ଟମାଟୋ ବଟା ବଳକା ରହିଥାଏ ତେବେ ତାକୁ ଆଇସ୍ ଟ୍ରେରେ ରଖି ଦିଅନ୍ତୁ। ପୁଣି ଥରେ ଅନ୍ୟ ତରକାରୀ କରିବାବେଳେ କାମରେ ଆସିବ।
ହେଙ୍ଗୁ ହେଙ୍ଗୁକୁ ଆପଣ କେବେ ହେଲେ ଛୁଙ୍କ କରିବା ସମୟରେ ପକାନ୍ତୁ ନାହିଁ। ଏହା ପୋଡ଼ିଯିବ। ତେଣୁ ତରକାରୀ ହୋଇ ସାରିବ ପରେ ହିଁ ହେଙ୍ଗୁ ପକାନ୍ତୁ। ସ୍ବାଦ ବଢ଼ିବା ସହିତ ହଜମ ଶକ୍ତି ବୃଦ୍ଧି ପାଇବ।
ପନିର ପନିରକୁ ଠିକ୍ ସାଇଜରେ କାଟିବା ପାଇଁ ହେଲେ ତାକୁ କିଛି ସମୟ ଫ୍ରିଜରେ ରଖି ଦିଅନ୍ତୁ। ଏପରି କରିବା ଫଳରେ ଠିକ୍ ସେପରେ କଟିବ।