• ବେତାର ବ୍ୟୁରୋ

ହନୁମାନ ଜୟନ୍ତୀଦିନ ବ୍ରାଜିଲ, ପାକିସ୍ତାନରୁ ଏପରି ଆସିଲା ସନ୍ଦେଶ, ଇଣ୍ଟରନେଟରେ ଚର୍ଚ୍ଚା


(ବେତାର ବ୍ୟୁରୋ) ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରୀ ହନୁମାନ ଜୟନ୍ତୀ ଚୈତ୍ର ପୂର୍ଣ୍ଣିମାରେ ପାଳନ କରାଯାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ହନୁମାନ ଜୟନ୍ତୀ ପ୍ରତିବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସରେ ପଡିଥାଏ | ଏଥର ହନୁମାନ ଜୟନ୍ତୀ ଏପ୍ରିଲ 8 ତାରିଖରେରେ ପଡିଛି ।

ତେବେ ସାରା ଭାରତବର୍ଷରେ ଭକ୍ତମାନେ ସେମାନଙ୍କ ବିଶ୍ୱାସ ଅନୁଯାୟୀ ବର୍ଷର ବିଭିନ୍ନ ଦିନରେ ହନୁମାନ ଜୟନ୍ତୀ ପାଳନ କରନ୍ତି। ହେଲେ ଚୈତ୍ରପୂର୍ଣ୍ଣିମା ଦିନ ହନୁମାନ ଜୟନ୍ତୀ ଉତ୍ତର ଭାରତରେ ଅଧିକ ଲୋକପ୍ରିୟ |

ବୁଧବାର ଦିନ ଏହି ପବିତ୍ର ପର୍ବ ଅବସରରେ ବ୍ରାଜିଲ ଓ ପାକିସ୍ତାନରୁ ଏପରି ସନ୍ଦେଶ ଆସିଛି, ଯାହା ସମସ୍ତଙ୍କୁ ଚମତ୍କୃତ କରିଛି । ଏହିଦୁଇ ଘଟଣା ହେବା ପରେ ଗୁଗୁଲ ସର୍ଚ୍ଚରେ ଆଜି ସର୍ବାଧିକ ଲୋକ ହନୁମାନ ଜୟନ୍ତୀ ବିଷୟରେ ଖୋଜିଥିଲେ ।

ବ୍ରାଜିଲରୁ ଚିଠି

ଲାଟିନ ଆମେରିକାର ସବୁଠାରୁ ବଡ ଦେଶ ବ୍ରାଜିଲ, କୋଭିଡ -19 ସହିତ ଲଢିବା ନିମନ୍ତେ ପ୍ରମୁଖ ଔଷଧ ରପ୍ତାନି ପାଇଁ ଭାରତକୁ ଅନୁରୋଧ କରିଥିବାବେଳେ ରାମାୟଣ ବିଷୟକୁ ଉଠାଇଛନ୍ତି ।

ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ପତ୍ରରେ ଲେଖିଛନ୍ତି ଯେ, ଯେପରି ପ୍ରଭୁ ହନୁମାନ ପ୍ରଭୁ ରାମଙ୍କ ଭାଇ ଲକ୍ଷ୍ମଣଙ୍କ ଜୀବନ ରକ୍ଷା କରିବା ପାଇଁ ହିମାଳୟରୁ ପବିତ୍ର ଔଷଧ ଆଣିଥିଲେ, ଏବଂ ଯୀଶୁ ଅସୁସ୍ଥ ଲୋକଙ୍କୁ ସୁସ୍ଥ କରି ପୁନର୍ବାର ଦୃଷ୍ଟି ଶକ୍ତି ଫେରାଇ ଆଣିଥିଲେ ସେହିପରି ଭାରତ ଏବଂ ବ୍ରାଜିଲ ଏହି ବିଶ୍ୱ ସଙ୍କଟକୁ ଦୂର କରି ସମସ୍ତ ଲୋକଙ୍କ ଅନୁବାଦ ପାଇଁ ଆଶୀର୍ବାଦ ବାଣ୍ଟିବେ।

ଚଳିତ ଜାନୁଆରୀରେ ଭାରତର 70 ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ବୋଲସନାରୋ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । କୌତୁହଳର ବିଷୟ ହେଉଛି ବ୍ରାଜିଲ ରାଷ୍ଟ୍ରପତିଙ୍କ ଏହି ପତ୍ର ହନୁମାନ ଜୟନ୍ତୀ ଦିନ ଆସିଛି ।

ପାକିସ୍ତାନରୁ ଅଭିନନ୍ଦନ

ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଡାନିଶ କାନେରିଆ ଟ୍ୱିଟର ମାଧ୍ୟମରେ ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଆଜି ପର୍ଯ୍ୟନ୍ତ କେବଳ ଦୁଇ ହିନ୍ଦୁ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦାନିଶ କାନେରିଆ। କାନେରିଆ ଟ୍ୱିଟରରେ ପ୍ରଭୁ ରାମ ଏବଂ ହନୁମାନଙ୍କ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ଲେଖା ଅଛି, ପ୍ରଭୁ ହନୁମାନ ଆପଣଙ୍କୁ ଶକ୍ତି ଏବଂ ଜ୍ଞାନ ଦିଅନ୍ତୁ, ଶୁଭ ହନୁମାନ ଜୟନ୍ତୀ, ଶୁଭ ହନୁମାନ ଜୟନ୍ତୀ।

#HanunmanJayanti #IndianFestivals

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon