• ବେତାର ବ୍ୟୁରୋ

ଲକଡାଉନ ଶେଷ ହେବା ପରେ ଯାତ୍ରା କରିବାକୁ ଭାବୁଛନ୍ତି ? ଏହିକରଣରୁ ରେଳ, ବିମାନ ଯାତ୍ରା ନ ହୋଇପାରେ


(ବେତାର ବ୍ୟୁରୋ) ନିଜ ସହର ବାହାରେ ଫସି ରହିଥିବା ଲୋକମାନଙ୍କ ପାଇଁ ନିରାଶା ଖବର, କାରଣ ବିମାନ ଏବଂ ଟ୍ରେନ୍ ସେବା ମେ 3 ରେ ଚାଳଶି ଦିନିଆ କରୋନାଭାଇରସ୍ ଲକଡାଉନ୍ ଶେଷ ହେବା ପରେ ମଧ୍ୟ ଆରମ୍ଭ ହୋଇନପାରେ |

ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ବିଭିନ୍ନ ଏୟାରଲାଇନ୍ସକୁ ଆସନ୍ତା 4 ତାରିଖରୁ ଟିକେଟ୍ ବୁକିଂ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଘରୋଇ ତଥା ଆନ୍ତର୍ଜାତୀୟ ବିମାନ ଚଳାଚଳ କେବେ ଆରମ୍ଭ ହେବ ସେନେଇ କୌଣସି ନିଷ୍ପତ୍ତି ନେଇ ନାହିଁ ବୋଲି କହିଛନ୍ତି।

ସେହିପରି ମେ’ ୧୫ ତାରିଖ ଯାଏ ଟ୍ରେନ, ବସ ଓ ବିମାନ ଚଳାଚଳ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଯୋଜନା କରୁଥିବା ଜଣାପଡ଼ିଛି। ତେବେ କେଉଁ ସବୁ କଟକଣା ଲାଗିବ ଓ କେଉଁ ସବୁ କଟକଣା କୋହଳ କରାଯିବ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଆଜି ସନ୍ଧ୍ୟାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷରେ ଗ୍ରୁପ ଅଫ ମିନିଷ୍ଟର୍ସ ବୈଠକ ବସିବ।

ଯାତ୍ରା ବନ୍ଦ

ସୂତ୍ର ଅନୁସାରେ, କେନ୍ଦ୍ର ସରକାର ସମଗ୍ର ଭାରତ ବର୍ଷରେ ଲକଡାଉନ ଅବଧିକୁ ବୃଦ୍ଧି କରିବା ମୁଡରେ ନାହାନ୍ତି। ତେବେ ସାମାଜିକ ଦୂରତା ଓ ମାସ୍କ ଭଳି ନିୟମ ଜାରି ରହିବ। ଲକଡାଉନ କଟକଣା କେବଳ କରୋନା ଦ୍ୱାରା କମ ପ୍ରଭାବିତ ହୋଇଥିବା ଜିଲ୍ଲା ଓ ଅଞ୍ଚଳରେ କୋହଳ କରାଯିବ ।

ଏହାକୁ ଦୀର୍ଘ ସମୟ ପାଇଁ କାର୍ଯ୍ୟକ୍ଷମ କରି ରଖିବାକୁ ସରକାର ଚିନ୍ତା କରୁଛନ୍ତି। ସେହିପରି ଟ୍ରେନ, ବିମାନ ଓ ଇଣ୍ଟରଷ୍ଟେଟ ଟ୍ରାଫିକ ମେ’ ୧୫ ଯାଏ ବନ୍ଦ ରହିବ।

କେବଳ ଗ୍ରୀନ ଜୋନ ବା ଖୁବ କମ କରୋନା ମାମଲା ଥିବା ଅଞ୍ଚଳରେ ଲକଡାଉନ ନିୟମକୁ କିଛିଟା କୋହଳ କରାଯିବ। କୋଭିଡି-୧୯ ପାଇଁ ଚିହ୍ନଟ ହୋଇଥିବା କଣ୍ଟେନମେଣ୍ଟ ଜୋନରେ ପୂର୍ବଭଳି କଡ଼ା କଟକଣା ଜାରି ରହିବ। ଏହି କଣ୍ଟେନମେଣ୍ଟ ଜୋନ ଉପରେ ନିଷ୍ପତ୍ତି ପର୍ଯ୍ୟାୟକ୍ରମେ ସ୍ଥିତି ସମୀକ୍ଷା କରି ନିଆଯିବ। ଜିଲ୍ଲା କିମ୍ବା ରାଜ୍ୟ ମଧ୍ୟରେ ଲୋକମାନଙ୍କୁ ଚଳ ପ୍ରଚଳ କରିବା ପାଇଁ ସରକାର ମେ’ ୩ ପରେ ଅନୁମତି ଦେଇ ପାରନ୍ତି।

ଅନୁମତି ଦେଲେ ମଧ୍ୟ ଯେଉଁମାନେ ମାସ୍କ କିମ୍ବା ସାମାଜିକ ଦୂରତାକୁ ପାଳନ ନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏକାଧିକ ଅଫିସ ଖୋଲିବାକୁ ସରକାର ଅନୁମତି ଦେଇପାରନ୍ତି। ହେଲେ ସେଗୁଡ଼ିକରେ ମଧ୍ୟ କମ ସଂଖ୍ୟକ କର୍ମଚାରୀ ଓ ସାମାଜିକ ଦୂରତା ନିୟମରେ ଚାଲିବ।

ଆହୁରି ମାସେ

ସରକାର ପରବର୍ତ୍ତୀ ଗୋଟିଏ ମାସ ଯାଏ ବଡ଼ ଧରଣର କାର୍ଯ୍ୟକ୍ରମ ଯଥା, ବାହାଘର, ଜନସମାବେଶ, ବ୍ରତ ଘର ଓ ଅନ୍ତିମ ସଂସ୍କାର ଭଳି କାମ ଉପରେ କଟକଣା ପୂର୍ବଭଳି ରଖି ପାରନ୍ତି। ମେ’ ୧୫ ଯାଏ ପ୍ରଥମେ ଏଭଳି ନିୟମ ପାଳନ କରାଯିବ। ଏହାପରେ ପୁଣି ଥରେ ସମୀକ୍ଷା କରି ପରବର୍ତ୍ତୀ ବ୍ୟବସ୍ଥା କରାଯିବ।

ବିଶେଷ କରି କରୋନା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସହର କିମ୍ବା ରାଜ୍ୟ ପାଇଁ ସରକାର ସ୍ୱତନ୍ତ୍ର ରଣନୀତି ଆପଣାଇ ପାରନ୍ତି ।

#CoronaNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon