• ବେତାର ବ୍ୟୁରୋ

ବାର୍ଥ ଡେ ବଏ ବରୁଣ : ଖାଲି ଟାଇମରେ ଏହି ଅଭିନେତ୍ରୀଙ୍କ ସହ ପ୍ରାଙ୍କ କରନ୍ତି ବରୁଣ ଧାବନ


(ବେତାର ବ୍ୟୁରୋ) କ୍ଵାରାଣ୍ଟାଇନ ସମୟରେ ଶୁକ୍ରବାର ନିଜର 33ତମ ଜନ୍ମଦିନ ପାଳନ କରୁଥିବା ବରୁଣ ଧାୱନଙ୍କୁ ତାଙ୍କ ପ୍ରଶଂସକ ଏବଂ ସହକର୍ମୀଙ୍କ ଠାରୁ ସୋସିଆଲ ମିଡିଆରେ ଅନେକ ଶୁଭେଚ୍ଛା ମିଳିଥିଲା |

ବରୁଣ ଧାୱନଙ୍କ ଜନ୍ମଦିନର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପ୍ରକାଶ ପାଇଛି। ବରୁଣ ଇନଷ୍ଟାଗ୍ରାମ ଷ୍ଟୋରୀରେ କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ହୃଦୟ ଆକାରରେ ତିଆରି କେକ୍ କାଟିଥିବାର ନଜର ଆସିଛନ୍ତି।

ଏବେ ବଲିଉଡର ସେଲିବ୍ରେଟମାନେ ମଧ୍ୟ ସୋସିଆଲ ମିଡିଆରେ ବରୁଣ ଧାୱନଙ୍କ ସହ ପୁରୁଣା ଫଟୋ ସେୟାର କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

ସୋନମ କପୁର

ଏହିପରି ଏକ ଶୁଭେଚ୍ଛା ମଧ୍ୟ ଅଭିନେତ୍ରୀ ସୋନମ କପୁରଙ୍କ ଠାରୁ ମିଳିଥିଲା। “ଆୟଶା” ଫିଲ୍ମରେ କମ କରିଥିବା ଏହି ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ବରୁଣଙ୍କ ପାଇଁ ଏକ ସୁନ୍ଦର ଅଭିବାଦନ ପୋଷ୍ଟ କରିଛନ୍ତି। ଫୋଟୋରେ ବରୁଣ ସୋନମଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି |

ସୋନମ ତାଙ୍କ ଜନ୍ମଦିନର ଶୁଭେଚ୍ଛାରେ ଲେଖିଛନ୍ତି: "ଶୁଭେଚ୍ଛା, ଜନ୍ମଦିନର ଶୁଭେଚ୍ଛା ମୋର ପ୍ରିୟ ବରୁଣ। ମୁଁ ଜାଣେ ତୁମର ଏବଂ ରୋହିତଙ୍କ (ବରୁଣଙ୍କ ଭାଇ) ଟାଇମ ପାସ କରିବାର ଭଲ ମାଧ୍ୟମ ହେଉଛି ମୋତେ ଚିଡେଇବା , ଏବଂ ମୁଁ ଯେତେ ବିରକ୍ତ ହୁଏନା ହେଉନା କାହିଁକି, ମୁଁ ଜଣେଇବାକୁ ଚାହେଁ ଯେ ମୁଁ ଏସବୁକୁ ମିସ୍ କରୁଛି ଏବଂ ଏହାକୁ ଭଲପାଏ | ଅନେକ ସାରା ଭଲ ପାଇବା ଓ ଆଜିର ଦିନଟି ତୁମପାଇଁ ଭଲ ହେଉ | "

ଅର୍ଜୁନ କପୁର , କରଣ ଜୋହର

ନିକଟରେ ଅର୍ଜୁନ କପୁର ଏକ ପୁରୁଣା ଫଟୋ ସେୟାର କରିଛନ୍ତି। ଅର୍ଜୁନ ଲେଖିଛନ୍ତି ଯେ Bad Boys 4 Life. Happy birthday । ଜନ୍ମଦିନର ଶୁଭେଚ୍ଛା ବରୁଣ ଧାୱନ | ସବୁଠୁ ଭଲ ଫିଳ୍କ କରୁଥିବା ଏବଂ ଦୁଷ୍ଟ ବାଳକ ।

ସେହିପରି ବଲିଉଡ ପ୍ରଯୋଜକ ତଥା ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଏକ ପୁରୁଣା ଫୋଟୋ ଛାଡି ଶୁଭେଚ୍ଛା ଜଣାଇଛନ୍ତି ।

#VarunDhawan #Bollywood

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon