• ବେତାର ବ୍ୟୁରୋ

ସଙ୍ଗରୋଧଗୃହରୁ 150 ଚମ୍ପଟ ମାରିବା ପରେ ସରକାର ଆଣିଲେ ଏମିତି କଡା ନିୟମ


(ବେତାର ବ୍ୟୁରୋ) ଗଞ୍ଜାମ ଜିଲ୍ଲାର ଏକ କ୍ବାରେଣ୍ଟିନ କେନ୍ଦ୍ରରୁ 150 ଜଣ ବ୍ୟକ୍ତି ଚମ୍ପଟ ହେବା ପରେ ରାଜ୍ୟ ସରକାର ଏଣିକି ଏ ନେଇ କଡା ନିୟମ ଘୋଷଣା କରିଛନ୍ତି । ରବିବାର ଏ ସମ୍ପର୍କରେ ସୂଚନା ଦେଇ ଓଡିଶାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ ସଙ୍ଗରୋଧ କେନ୍ଦ୍ରରେ କୌଣସି ପ୍ରକାରର ବିଶ୍ରୂଙ୍ଖଳା ବରଦାସ୍ତ କରାଯିବ ନାହିଁ ।

ରାତ୍ରି ଭୋଜନରେ ବିସ୍କୁଟ !

ମିଳିଥିବା ସୂଚନା ଅନୁସାରେ, ଗତକାଲି ପ୍ରବାସୀ ଓଡିଆଙ୍କୁ ନେଇ ୪ଟି ବସରେ ପାଖାପାଖି ୨୫୦ ଜଣ ଲୋକ ଗଂଜାମରେ ପହଂଚିଥିଲେ । ଏମାନଙ୍କ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ବେଗୁନିଆପୋଡା ବ୍ଲର ଜନତା ନୋଡାଲ ମାଧ୍ୟମିକ ସ୍କୁଲରେ ସଂଗରୋଧରେ ରଖାଯାଇଥିଲା । ଏପରିକି ସେମାନଙ୍କୁ ରାତିରେ ଖାଇବା ପିଇବା ମଧ୍ୟ ଦିଆଯାଇଥିଲା ।

କିନ୍ତୁ ଦେଢ ଶହରୁ ଅଧିକ ଲୋକ କ୍ୱାରେନଟିନ ନିୟମ ଭାଙ୍ଗି ଫେରାର ହୋଇଯାଇଥିବା ଜଣାପଡିଛି । କ୍ୱାରେନଟିନରେ ଥିବା ପ୍ରବାସୀ ଓଡିଆଙ୍କଚ ରାତିରେ ସେମାନଙ୍କୁ ବିସ୍କୁଟ ଖାଇବାକୁ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଗାଁ ଲୋକ କ୍ୱାରେନଟିନରେ ରହିଥିବା ଲୋକଙ୍କୁ ବାହାରେ ଦେଖିବା ପରେ ଖବର ପ୍ରସାରିତ ହୋଇଥିଲା । ରାସ୍ତାରେ ସୁରତ ଫେରାନ୍ତାଙ୍କୁ ଯାଉଥିବା ଦେଖି ଲୋକ ଏନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ । ଏହାପରେ ଦାୟିତ୍ୱରେ ଥିବା ସରକାରୀ କର୍ମଚାରୀମାନେ ଖବର ପାଇବା ପରେ ଫେରାର ଲୋକଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

କଡା ନିୟମ

ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ନିୟମ ଉଲ୍ଲଂଘନ କରୁଥିବା ପ୍ରତ୍ୟାବର୍ତ୍ତନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ଏହିପରି ବ୍ୟକ୍ତିଙ୍କୁ ବର୍ଦ୍ଧିତ କ୍ୱାଣ୍ଟିନ ଅବଧି ସହିତ ଅଣ-ଘର ଦୂରତ୍ୱରେ କ୍ୟାଣ୍ଟିନ ସୁବିଧାକୁ ସ୍ଥାନାନ୍ତର କରାଯିବ |

ଏଥିସହ ଏହିପରି ଉଲ୍ଲଂଘନକାରୀଙ୍କୁ ଗିରଫ କରାଯିବ ବୋଲି ସେ ରବିବାର କହିଥିଲେ ।

ଏହାଛଡା ବୈଧ ପାସ୍ ବିନା ଅନ୍ୟ ରାଜ୍ୟରୁ ଅଟକି ରହିଥିବା ଶ୍ରମିକମାନଙ୍କୁ ବସ୍ ରାଜ୍ୟକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ | ଅତ୍ୟଧିକ ଜନଗହଳିପୂର୍ଣ୍ଣ ବସ୍ ମଧ୍ୟ ଅନୁମତି ଦିଆଯିବ ନାହିଁ ବୋଲି ସେ ଜଣାଇଛନ୍ତି ।

ଏଥି ସହିତ ବାହାରୁ ଫେରୁଥିବା ଓଡିଆଙ୍କ ଥଇଥାନ ବିଷୟରେ ବୁଝାବୁଝି କରିବାପାଇଁ ରାଜ୍ୟ ସରକାର ଅତିରିକ୍ତ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ହାତରେ ରବିବାର ଦାୟୁତ୍ଵ ନ୍ୟସ୍ତ କରିଛନ୍ତି ।

#CoronaNews #CoronaVirus #odishanews #OdishaGovernment

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon