• ବେତାର ବ୍ୟୁରୋ

ଏହି କାରଣ ପାଇଁ ଏଣିକି ବସରେ ନୁହେଁ, ଟ୍ରେନରେ ଓଡିଶା ଆସିବେ ଶ୍ରମିକ


(ବେତାର ବ୍ୟୁରୋ) ଓଡ଼ିଶାରେ ବାହାରୁ ରାଜ୍ୟରୁ ଫେରନ୍ତା ବ୍ୟକ୍ତି ବର୍ତ୍ତମାନ ଚିନ୍ତା ବଢାଇବାରେ ଲାଗିଛନ୍ତି। ବାହାରୁ ଆସୁଥିବା ବିଶେଷ କରି ସୁରତ ତଥା ପଶ୍ଚିମବଙ୍ଗ ରୁ ଫେରୁଥିବା ଶ୍ରମିକ ଅଳ୍ପ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛନ୍ତି।

ମଙ୍ଗଳବାର ତିନି

ରାଜ୍ୟରେ ମଙ୍ଗଳବାର ଦିନ ବାଲେଶ୍ବରରୁ ୨ ଓ କଟକ ତିଗିରିଆରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ବାଲେଶ୍ବରର ୫୦ ଓ ୨୬ ବର୍ଷୀୟ ୨ ପୁରୁଷ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ବେଳେ କଟକ ତିଗିରିଆର ୩୪ ବର୍ଷୀୟ ପୁରୁଷ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ଜଣା ପଡ଼ିଛି।

ବାଲେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩, କଟକରେ ୨କୁ ବଢ଼ିଲା ।

କରୋନା କଲବଲ

ଏହା ସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି।

ସେହିପରି ଗତ ସପ୍ତାହରେ ଗଞ୍ଜାମରୁ ଦୁଇ କରୋନା ପଜିଟିଭ୍ ଚିହ୍ନଟ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟଚେ ତଥ୍ୟ ଦିଆଯାଇଥିଲା । ପରେ ପରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ସେମାନଙ୍କ ସମ୍ପର୍କରେ ସାମ୍ୟକ ସୂଚନା ଦିଆଯାଇଥିଲା ।

ସରକାରୀ ସୂଚନା ଅନୁସାରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଦୁଇଜଣଙ୍କ ବୟସ ଯଥାକ୍ରମେ 17 ଏବଂ 22, ଉଭୟେ ସୁରତ ଫେରନ୍ତା ।

କୋରାପୁଟ ପରେ ଗଞ୍ଜାମ ଜିଲ୍ଲାକୁ କରୋନା ବ୍ୟାପିଥିବାରୁ ଏବେ ଦକ୍ଷିଣ ଓଡ଼ିଶାକୁ ଏବେ କରୋନା ମାଡ଼ି ବସିଥିବାରୁ ଆଗକୁ ବିପଦ ଅଧିକ ବୋଲି କୁହାଯାଇପାରେ ।

ଏଣିକି ଟ୍ରେନରେ ଫେରିବେ : ଓଡିଶା ସରକାର

ରାଜ୍ୟ ସରାକରଙ୍କ ନୂଆ ନିଷ୍ପତ୍ତି କ୍ରମେ ବସରେ ସାମାଜିକ ଦୂତରା ବଜାୟ ରହୁ ନଥିବାରୁ ଏଣିକି ସୁରତ ଫେରନ୍ତା ବସରେ ନୁହେଁ ଟ୍ରେନରେ ଫେରିବେ ।

ଏହାଛଡା ନିକଟରେ ପ୍ରବାସୀ ଓଡ଼ିଆଙ୍କ ନେଇ ଫେରୁଥିବା କିଛ ବାହନ ଦୁର୍ଘଟଣାଗ୍ରସ୍ତ ମଧ୍ୟ ହୋଇଥିଲା। ଏ ନେଇ ସରକାର ଆଶଙ୍କା କରିଛନ୍ତି ଯେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥୁବା ବସ ଡ୍ରାଇଭର ବେପରୁଆ ଚାଳନା କରୁଛନ୍ତି ।

ସେହିପରି ଅତ୍ୟଧିକ ଖରା ଯୋଗୁଁ ଅଂଶୁଘାତର ଆଶଙ୍କା ମଧ୍ୟ ରହିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଥିଲେ ।

#OdishaGovernment #OdishaNews #CoronaNews

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon