• ବେତାର ବ୍ୟୁରୋ

ରାଶିଫଳ ମେ' 11-17 : ଏ ସପ୍ତାହରେ ତିନୋଟି ଗ୍ରହ ହେବେ ବକ୍ରୀ, ଏମିତି ରହିବ ଫଳ


(ବେତାର ବ୍ୟୁରୋ) କରୋନା ଆକ୍ରାନ୍ତ ମଧ୍ୟରେ, ମେ ମାସର ଏହି ମାସରେ ପ୍ରମୁଖ ପରିବର୍ତ୍ତନ ଆଣିବ କାରଣ ଏହା ତିନି ଦିନ ମଧ୍ୟରେ ଅର୍ଥାତ୍ 11 ମଇରୁ 14 ମଇ ମଧ୍ୟରେ ତିନିଟି ଗ୍ରହ ବକ୍ରୀ (ଘୂର୍ଣ୍ଣନ ବେଗ ମନ୍ଥର)ହେବାକୁ ଯାଉଛି |

ଏହା ଅତ୍ୟନ୍ତ ଅଦ୍ଭୁତ ଘଟଣା ଯାହା ମହାକାଶରେ ଘଟୁଛି ଏବଂ ଏହା ସହିତ ଅପ୍ରତ୍ୟାଶିତ ଅନେକ ଫଳାଫଳ ଆଣିବାର ସମ୍ଭାବନା | ମେ 11 ରେ ଶନି ମକରରେ, ମେ 13 ରେ ବୃଷ ରାଶିରେ ଶୁକ୍ର ଓ ମେ 14ରେ ବୃହସ୍ପତି ଗ୍ରହ ମହର ରାଶିରେ ବକ୍ରୀ ହେବେ । ଯଦିଓ ଏହି ଗ୍ରହଗୁଡିକ ବକ୍ରୀ ହୋଇଯିବେ, ସେମାନେ ଏପର୍ଯ୍ୟନ୍ତ ସ୍ଥିତି ପରିବର୍ତ୍ତନ କରିବେ ନାହିଁ ।

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜାତକର ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : ଏ ସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଅକସ୍ମାତ ଧନଲାଭ ହେବ। କର୍ମପାଇଁ ଅପେକ୍ଷା କରିଥିବା ଯୁବକ ଯୁବତୀମାନେ ଉପଯୁକ୍ତ ବିଭାଗରେ କର୍ମ ନିଯୁକ୍ତି ପାଇବେ। ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ। ସ୍ୱାସ୍ଥ୍ୟ ଦିଗରେ ଛାତି, ଗଳା, ମେରୁଦଣ୍ଡ, ମସ୍ତିଷ୍କ ପ୍ରତି ସତର୍କ ଅବଲମ୍ବନ କରିବା ଉଚିତ୍।

ବୃଷ : ଏ ସପ୍ତାହରେ ବ୍ୟବସାୟରେ ଭଲ ଲାଭ ହେବ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ କଳହର ସମାଧାନ ହୋଇଯିବ। ମାନସିକ ଅଶାନ୍ତି ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ମିଥୁନ : ଏ ସପ୍ତାହରେ ଧାର୍ମିକ କାର୍ଯ୍ୟରେ ରୁଚି ବୃଦ୍ଧି ହେବ। ତଳୁ ଉପର ସ୍ତର ଯାଏଁ ଆଦୃତି ଓ ମାନ୍ୟତା ଅର୍ଜ୍ଜନ କରିବେ। ମିଛଆଶା ଉପରେ ନିର୍ଭର ନକରି ନିଜକୁ ନିୟନ୍ତ୍ରଣ କରିପାରିବେ।

କର୍କଟ : ଏ ସପ୍ତାହରେ ବ୍ୟବସାୟୀମାନଙ୍କର ବ୍ୟକ୍ତିତ୍ୱର ପ୍ରଭାବ ବୃଦ୍ଧି ପାଇବା ସହ ଲାଭବାନ ହେବେ। ସନ୍ତାନମାନେ ସୁନାମ ଅର୍ଜନ କରିବେ। ଏକଲାପଣ ବୋଧରୁ ମୁକ୍ତ ହେବେ। ସାମୟିକ ରକ୍ତଚାପ ବା ଶିରୋପୀଡା ଜନିତ ପୀଡାରୁ ମୁକ୍ତି ମିଳିବ।

ସିଂହ : ଏସପ୍ତାହରେ ପରୀକ୍ଷା ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ। ମହିଳାମାନେ କର୍ମାନୁଯାୟୀ ଫଳପ୍ରାପ୍ତି ହେତୁ କର୍ତ୍ତବ୍ୟ ପରାୟଣତା ରକ୍ଷା କରି ପାରିବେ। ନାନା ପ୍ରକାର ସଙ୍ଘର୍ଷ ମଧ୍ୟରେ ବାଟ ଚାଲିବେ।

କନ୍ୟା : ଏ ସପ୍ତାହରେ ମାଲିମୋକଦ୍ଦମାରେ ଆପୋଷ ସମାଧାନର ରାସ୍ତା ଖୋଲିଯିବ। କଠିନ ପରିଶ୍ରମର ମୂଲ୍ୟ ଫେରି ପାଇବେ। ଛାତ୍ର ଛାତ୍ରୀମାନେ ପ୍ରତିଯୋଗିତା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ।

ତୁଳା : ଏସପ୍ତାହରେ ସମାଜରେ ବ୍ୟବସାୟ କ୍ଷେତ୍ରରେ ସାମୁହିକ ପ୍ରୟାସ ଓ ସହଯୋଗ ଦ୍ଵାରା ଆଗକୁ ବଢିପାରିବେ ଏବଂ ଭିନ୍ନ ରାସ୍ତାରେ ଆୟ ବୃଦ୍ଧିର ଯୋଜନା କରିବେ। କୌଣସି ବନ୍ଧୁଙ୍କ ଦ୍ଵାରା ଶୁଭ ସମାଚାର ଶୁଣିବେ।

ବିଛା : ଏ ସପ୍ତାହରେ ଆୟ ଉତ୍ତମ, ଶରୀର ସୁସ୍ଥ ରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ। ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ। ବ୍ୟବସାୟରେ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ।

ଧନୁ : ଏ ସପ୍ତାହରେ ଶାରୀରିକ ପୀଡା, ମନର ଦୁଶ୍ଚିନ୍ତା ଦୂର ହୋଇଯିବ। ପାରିବାରିକ କ୍ଷେତ୍ରରେ ଅସ୍ଥିରତା ଓ ଅଶାନ୍ତି ଦୂରେଇଯିବ। ଯାନବାହାନ ଓ ଭ୍ରମଣ ସଙ୍କ୍ରାନ୍ତିୟ ବ୍ୟବସାୟରେ ଲାଭବାନ ହେବେ। ଧୈର୍ଯ୍ୟ ଓ ସହନ ଶୀଳତା କାଏମ ରହିବ।

ମକର : ଏ ସପ୍ତାହରେ କର୍ମଚାରୀମାନଙ୍କର କର୍ମ କ୍ଷେତ୍ରରେ ସଫଳତା ଲାଭ କରିବେ। ଶାରିରୀକ ସୁସ୍ଥତା ଦେଖା ଦେବ। ଅବିବାହିତ ଯୁବକ-ଯୁବତୀମାନଙ୍କର ବିଭିନ୍ନ ସ୍ଥାନରୁ ପ୍ରସ୍ତାବ ମାନ ଆସିବ। ବିରାଟ ଯୋଜନାର ସଂକଳ୍ପ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ ।

କୁମ୍ଭ : ଏ ସପ୍ତାହରେ ସେୟାର, ଲଟେରୀ ଆଦିରେ ଲାଭ ଅଧିକ ମିଳିବ। ମାନସିକ ଶାନ୍ତି ଓ ମନସ୍କାମନା ପୂର୍ଣ୍ଣ ହେବ। ଅଧିନସ୍ଥ କର୍ମଚାରୀଙ୍କ ପ୍ରତି ସତର୍କ ରହିବା ଉଚିତ ।

ମୀନ : ଏ ସପ୍ତାହରେ ଭାଗ୍ୟର ପରିବର୍ତ୍ତନ ହେଲାଭଳି ଉନ୍ନତି ପଥରେ ଅଗ୍ରସର ହେବେ। ଦୀର୍ଘଦିନ ଧରି ଅଧା ହୋଇ ପଡ଼ିଥିବା କାର୍ଯ୍ୟମାନ ଧିରେ ଧିରେ ପୂର୍ଣ୍ଣ ହୋଇଯିବ। ଗୃହରେ ସୁଖଶାନ୍ତି ବିରାଜମାନ କରିବ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon