• ବେତାର ବ୍ୟୁରୋ

ପୁରୀରେ ରଥ ନିର୍ମାଣକାରୀଙ୍କ କରୋନା ପରୀକ୍ଷା ନେଗେଟିଭ : ଏହିଭଳି ହେବ ସ୍ନାନପୂର୍ଣ୍ଣିମା


(ବେତାର ବ୍ୟୁରୋ) ପୁରୀରେ ଆଗାମୀ କିଛି ଦିନ ମଧ୍ୟରେ ହେବାକୁଥିବା ରଥଯାତ୍ରା ହେବ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟତା ନ ଥିବା ବେଳେ ରଥନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଏଭଳି ସମୟରେ ସମସ୍ତ ରଥ ନିର୍ମାଣ ସେବକଙ୍କ କୋଭିଡ-19 ରୋଗ ନିମନ୍ତେ ରକ୍ତ ପରୀକ୍ଷା କରାଯାଇଥିଲା ଯାହାର ଫଳ ଗୁରୁବାର ଆସିଥିଲା ।

ପୁରୀ ଶ୍ରୀମନ୍ଦିର ପ୍ରଶାସନକୁ ମିଳିଥିବା ରଥ ନିର୍ମାଣ ସେବକଙ୍କ ଟେଷ୍ଟ ରିପୋର୍ଟ ଅନୁସାରେ ସବୁ ରଥ ନିର୍ମାଣ ସେବକଙ୍କ କୋରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍ ଆସିଛି । ତେବେ ପ୍ରଥମ ପର୍ଯ୍ୟାୟ ଭଳି ଅନ୍ୟ ପର୍ଯ୍ୟାୟର ରିପୋର୍ଟ ବି ନେଗେଟିଭ୍‌ ହେବା ନେଇ ଗୁରୁବାର ଆଶା ବ୍ୟକ୍ତ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ।

ସ୍ନାନ ପୂର୍ଣ୍ଣିମା ପାଇଁ ବୈଠକ

ଶ୍ରୀଜୀଉଙ୍କ ସ୍ନାନଯାତ୍ରା ହେବା ନେଇ ଗୁରୁବାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସର୍ବନିମ୍ନ ସେବାୟତରେ ସ୍ନାନଯାତ୍ରା କରିବାନେଇ ଆଲୋଚନା ହୋଇଛି। ଆଜି ୧୦ ନିଯୋଗଙ୍କ ସହ ଆଲୋଚନା ପରେ ମୁଖ୍ୟ ପ୍ରଶାସକ ଡ. କ୍ରିଷ୍ଣ କୁମାର ଏହି ସୂଚନା ଦେଇଛନ୍ତି ।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ଜିଲ୍ଲାପାଳ ୧୦ ନିଯୋଗଙ୍କ ସହ ଆଲୋଚନା କରିଥିଲେ। ପୂଜାପଣ୍ଡା ନିଯୋଗ, ପୁଷ୍ପାଳକ ନିଯୋଗ, ପ୍ରତିହାରି, ସୁଆର ବଡୁ, ପତ୍ରୀ ବଡୁ, ମେକାପ, ଖୁଣ୍ଟିଆ, ଗରାବଡ଼, ମହାଜନ, ସୁଆର, ମହାସୁଆର ନିଯୋଗକୁ ନେଇ ବୈଠକ ହୋଇଥିଲା।

ଏହି ବୈଠକରେ କମ୍‌ ସେବାୟତଙ୍କୁ ନେଇ ସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଛତିଶା ନିଯୋଗ ସହିତ ଆଲୋଚନା କରିବେ।

ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତଙ୍କ ତାଲିକା ଦେବାକୁ ସେବାୟତମାନଙ୍କୁ କୁହାଯାଇଛି। ତାଲିକା ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ପାସ୍‌ ଦେବ। ପାସ୍‌ ଦେଖାଇ ସେବାୟତମାନେ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ଏବଂ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।

ସବୁଠୁ ବଡ଼ କଥା ହେଉଛି ଏଥର ବିନା ଭକ୍ତରେ ସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ।

'ବିନା ଭକ୍ତରେ ରଥଯାତ୍ରା ?

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ନାନ ପୂର୍ଣ୍ଣିମା ଭଳି ଅଳ୍ପକିଛି ସେବାୟତଙ୍କୁ ନେଇ ରଥ ଟାଣିବାକୁ ପ୍ରସ୍ତାବ ଆସିଥିଲା । ତେବେ ଏ ନେଇ ଶ୍ରୀମନ୍ଦିରର ସମସ୍ତ 36 ନିଯୋଗ ସହିତ ନିଷ୍ପତ୍ତି ହେବା ପରେ ଏବଂ କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଆସିବା ପରେ ହିଁ ରଥଯାତ୍ରା କୁ ନେଇ କୌଣସି ସ୍ପଷ୍ଟ ଖବର ଆସିବ ।

#Puri #Jagannath

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon