• ବେତାର ବ୍ୟୁରୋ

ରାଶିଫଳ ଜୁନ 8-14: ରଜ ସଙ୍କ୍ରାନ୍ତି ସପ୍ତାହରେ ଏମିତି ରହିବ ଫଳ


(ବେତାର ବ୍ୟୁରୋ) ଯଦି ଆମେ ଏହି ସପ୍ତାହ ପାଇଁ ଗ୍ରହର ଗମନାଗମନକୁ ଦେଖିବା, ତେବେ ଚନ୍ଦ୍ର ବ୍ୟତୀତ ସୂର୍ଯ୍ୟ ମିଥୁନ ରାଶିକୁ ରେ ସପ୍ତାହ ଶେଷରେ ଗୋଚର କରିବେ (ରଜ ସଙ୍କ୍ରାନ୍ତି)। ତେଣୁ, ସୂର୍ଯ୍ୟ ଦ୍ଵାରା ପ୍ରଭାବିତ ରାଶିମାନଙ୍କର ଜୀବନରେ ଅନେକ ପରିବର୍ତ୍ତନ ଦେଖାଯିବ |

ଏହି ସପ୍ତାହ ଆରମ୍ଭରେ, ଚନ୍ଦ୍ର ଦେବ ଧନୁ ରାଶିରେ ଅଳ୍ପ ସମୟ ରହି ମକର ରାଶି, କୁମ୍ଭ ଏବଂ ପରେ ମୀନଦେଇ ଗତି କରିବେ |

ଆସନ୍ତୁ ଜାଣିବା କିପରି କଟିବ ଏ ସପ୍ତାହ।

(ବି ଦ୍ର : ରାଶିଫଳ କେବଳ ଜନ୍ମ ରାଶି ହିସାବରେ ଦିଆଯାଇଛି। ଆପଣଙ୍କ ଜାତକର ଦଶାଫଳ ହିସାବରେ ଫଳାଫଳ ଅଧିକ ଶୁଭ କିମ୍ବା ଅଶୁଭ ହେଇପାରେ। ଏହାକୁ କେବଳ ଏକ ସଂକେତ ହିସାବରେ ଗ୍ରହଣ କରିବାକୁ ଅନୁରୋଧ।) ମେଷ : କାର୍ଯ୍ୟ କରିବାରେ ବାଧା ଦୂର ହୋଇପାରିବ |ସପ୍ତାହ ଆରମ୍ଭରେ ହଠାତ୍ ଯାତ୍ରା କରିବାକୁ ପଡିପାରେ| ଭାବିଥିବା କାମ କରି ଦେଖାଇବେ | ବ୍ୟବସାୟରେ ଧୀରେ ଧୀରେ ଲାଭବାନ ହେବେ | ଏହି ସପ୍ତାହରେ ସମୟାନୁବର୍ତ୍ତିତା ସହିତ କାର୍ଯ୍ୟଗୁଡିକ ନିୟମିତ ଭାବରେ କରିବେ ।

ବୃଷ : ଆର୍ଥିକ ପରିସ୍ଥିତିକୁ ନେଇ ଆଶାବାଦୀ ହେବେ ଏବଂ ଋଣ ଦୂର ହେବ | | ଚାକିରିଆମାନଙ୍କ ସ୍ଥିତି ପାଇଁ କୌଣସି ଅସୁବିଧା ହେବ ନାହିଁ | ପ୍ରାରମ୍ଭିକ ନିରାଶା ପରେ ବ୍ୟବସାୟୀମାନେ ସଫଳତା ପାଇବେ । ପରିବାରରେ ଚାପ ରହିପାରେ ।ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ |

ମିଥୁନ : ଏ ସପ୍ତାହରେ ସମସ୍ତ କାମ ମନ୍ଥର ଗତିରେ ହେବ । ବ୍ୟବସାୟୀମାନେ ଅଳ୍ପ ଲାଭ ପାଇବେ । ଚାକିରିଆଙ୍କ ଦାୟିତ୍ଵରେ ହଠାତ ବୃଦ୍ଧି ପାଇବ । ସପ୍ତାହ ଶେଷରେ ଏକ ଖୁସି ଖବର ମିଳିପାରେ ।

କର୍କଟ : ଏ ସପ୍ତାହରେ ଯେଉଁ ନୂତନ କାର୍ଯ୍ୟଗୁଡ଼ିକ ହାତକୁ ନେବେ ତାହାକୁ ଠିକ୍ ସମୟରେ ସମାପ୍ତ କରିବେ । ଯାନବାହାନ ଏବଂ ଜମି କିଣିବାକୁ ଚେଷ୍ଟା କଲେ କିଛି ଫଳ ପାଇବେ | ଚାକିରିରେ କିଛି ପରିବର୍ତ୍ତନ ପାଇଁ ପ୍ରସ୍ତୁତ ରୁହନ୍ତୁ | ଶିଳ୍ପପତିମାନଙ୍କ ପାଇଁ କାର୍ଯ୍ୟରେ ସଫଳତାର ଯୋଗ ରହିଛି । ସପ୍ତାହ ଶେଷରେ ସ୍ୱାସ୍ଥ୍ୟପ୍ରତି ବିପଦ ରହିଛି, ଧ୍ୟାନ ଦିଅନ୍ତୁ ।

ସିଂହ : ସପ୍ତାହ ଆରମ୍ଭରେ ପାରିବାରିକ ସମସ୍ୟା ,ରୋଗ ଇତ୍ୟାଦିକୁ ନେଇ ବିଚଳିତ ହୋଇପାରନ୍ତି । ତେବେ ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବା ସହିତ ଆପଣଙ୍କ ନିଷ୍ପତ୍ତି ସମସ୍ତଙ୍କ ଦ୍ୱାରା ଗ୍ରହଣ କରାଯିବ | ଚାକିରିରେ କାର୍ଯ୍ୟ ଭାର ସାମାନ୍ୟ ହ୍ରାସ ହୋଇପାରେ |

କନ୍ୟା : ସପ୍ତାହ ପ୍ରାରମ୍ଭରେ କୌଣସି କଥାକୁ ନେଇ ସାମାନ୍ୟ ରାଗିପାରନ୍ତି , ତଥାପି, ଆତ୍ମବିଶ୍ୱାସରେ ଆଗକୁ ବଢନ୍ତୁ । ଯାତ୍ରା କରିବାକୁ ପଡିପାରେ । କିଛିଟା ଅନୁମାନ ସତ୍ୟ ହେବ | ରୋଜଗାରରେ ସକରାତ୍ମକ ପରିବର୍ତ୍ତନର ଆଭାସ ମିଳୁଛି ।

ତୁଳା : ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ | ସମାଜରେ ସମ୍ମାନ ବୃଦ୍ଧି ପାଇବ | ଯାନବାହନ ଏବଂ ଅଳଙ୍କାର ଆଦି ମୂଲ୍ଯବାନ ସାମଗ୍ରୀ କିଣିପାରନ୍ତି । କିଣ | ସପ୍ତାହ ମଝିରେ ହଠାତ୍ ଯାତ୍ରା କରିବାକୁ ପଡିପାରେ| ଚାକିରିରେ ଲକ୍ଷ୍ୟ ହାସଲ ହେବ ।

ବିଛା : ଆର୍ଥିକ ପରିସ୍ଥିତି ଭଲ ନ ରହିପାରେ । | କାର୍ଯ୍ୟଗୁଡିକ ମନ୍ଥର ଗତିରେ ଅଗ୍ରଗତି କରିବ । ତଥାପି ଧୈର୍ଯ୍ୟ ହାରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ଦାୟିତ୍ଵ ଗୁଡିକ ଚାପି ହୋଇପାରେ | ତେବେ ସପ୍ତାହ ମଝିରେଏକ ଖୁସି ଖବର ମିଳିପାରେ |

ଧନୁ : ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ପାଇବେ| ଆପଣଙ୍କ ନିଷ୍ପତ୍ତି ଦ୍ୱାରା ସମ୍ପର୍କୀୟମାନେ ଖୁସି ହେବେ | ବ୍ୟବସାୟରେ ନୂଆ ଅର୍ଡର ମିଳିବ | ସେହିପରି ଚାକିରିରେ ଅଧିକ ଦାୟିତ୍ଵ ମିଳିପାରେ | ସପ୍ତାହ ଶେଷରେ ହଠାତ୍ ଯାତ୍ରା କରିବାକୁ ପଡିପାରେ|

ମକର :ସପ୍ତାହ ଆରମ୍ଭରେ ଅସୁସ୍ଥ ହୋଇପାରନ୍ତି ଓ ସମ୍ପର୍କୀୟଙ୍କ ସହ ବିବାଦ ଦେଖାଦେଇପାରେ | ତେବେ ଅଳସୁଆ ନ ହୋଇ ଯୋଜନାବଦ୍ଧ ଭାବେ କାର୍ଯ୍ୟଗୁଡିକୁ ଶେଷ କରନ୍ତୁ | ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସମ୍ପତ୍ତି ବିକ୍ରିରେ ଥିବା ଅବରୋଧ ଦୂର ହେବ | ବ୍ୟବସାୟ ଲାଭଜନକ ହୋଇପାରେ |

କୁମ୍ଭ : ଘନିଷ୍ଠ ବନ୍ଧୁମାନଙ୍କ ସାହାଯ୍ୟରେ କିଛି କାର୍ଯ୍ୟ କରିବେ | ବ୍ୟବସାୟରେ ଧୀରେ ଧୀରେ ଲାଭ ହେବ | ଚାକିରିରେ ପରିବର୍ତ୍ତନ ହୋଇପାରେ | ସପ୍ତାହ ଶେଷରେ ଭ୍ରମଣ ଯୋଗ ରହିଛି ।

ମୀନ : ଘନିଷ୍ଠ ବନ୍ଧୁମାନଙ୍କ ଠାରୁ ସହଯୋଗ ପାଇବେ | କୋର୍ଟ କଚେରୀ କାର୍ଯ୍ୟରେ ଅନୁକୂଳ ଅଟେ | ବିବାହ ଏବଂ ରୋଜଗାର ପାଇଁ ପ୍ରୟାସରେ ସଫଳ ହେବେ | ସପ୍ତାହ ମଝିରେ କୌଣସି କାମରେ ଯାତ୍ରା କରିବାକୁ ପଡିପାରେ । ପରିବାରରେ ଚାପ ବଢିପାରେ ।

#astrology #weeklyhoroscope

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon