• ବେତାର ବ୍ୟୁରୋ

ଭାରତରେ ରକ୍ତ ପରୀକ୍ଷା ପରେ ମାତ୍ର 3% କରୋନା ଶିକାର, ଏଇୟା ରହିଛି କାରଣ


(ବେତାର ବ୍ୟୁରୋ) ଭାରତରେ ଯଦିଓ ଏ ଯାବତ ଏହାର ଲୋକସଂଖ୍ୟା ତୁଳନାରେ କମ ଲୋକଙ୍କ ରକ୍ତ ପରୀକ୍ଷା କରୋନା ଚିହ୍ନଟ ସକାଶେ କରାଯାଇଛି, ତଥାପି ସଦ୍ୟତମ ତଥ୍ୟ ଅନୁସାରେ ଯେତିକି ପରୀକ୍ଷା ହୋଇଛି, ସେଥିରୁ ବହୁତ କମ ପ୍ରତିଶତ ବ୍ୟକ୍ତି ସଂକ୍ରମିତ ହୋଇଥିବା ଜଣାପଡିଛି।

ଭାରତର ସମୁଦାୟ ରକ୍ତ ପରୀକ୍ଷା ତଥ୍ୟ (ମାର୍ଚ୍ଚ 24 ସୁଦ୍ଧା)ରୁ ଜଣାପଡିଛି ଯେ ପରୀକ୍ଷିତ ନମୁନାରେ ଭାରତ 3% ପଜିଟିଭ COVID19 ମାମଲା ଚିହ୍ନଟ କରିଛି, ଯାହା ଦକ୍ଷିଣ କୋରିଆ ସହିତ ସମାନ, କିନ୍ତୁ ଆମେରିକାର 16% , ଚାଇନାର 25% ଏବଂ ଇଟାଲୀର 23% ବ୍ୟକ୍ତି ରକ୍ତ ପରୀକ୍ଷା ପରେ ସଂକ୍ରମିତ ହୋଇଥିବା ଜଣାପଡିଛି।

ସରକାରୀ ସୂଚନା ଅନୁସାରେ ଭାରତ ଏପର୍ଯ୍ୟନ୍ତ 25,144 ନମୁନା ପରୀକ୍ଷା କରିଛି, ସେଥିମଧ୍ୟରୁ 649 ଟି ପଜିଟିଭ୍ ବାହାରିଛି, ଯାହାକି COVID19 ସଂକ୍ରମଣକୁ ସୂଚାଉଛି | ଅପରପକ୍ଷେ, ଆମେରିକା 472,000 ନମୁନା ପରୀକ୍ଷା କରିଛି ଯେଉଁଥିରୁ 69,000 ପଜିଟିଭ ହୋଇଛି | ଚାଇନାର ଅନୁରୂପ ସଂଖ୍ୟା 320,000 ଏବଂ 81,116 ପଜିଟିଭଏବଂ ଇଟାଲୀର 324,445 ଏବଂ 74,386 ପଜିଟିଭ |

ଷ୍ଟେଜ 2

ଯଦିଓ ଏ ବିଷୟରେ ଆନୁଷ୍ଠାନିକ ଭାବେ କୌଣସି ଭାରତୀୟ ସ୍ୱାସ୍ଥ୍ୟ ସଂସ୍ଥା କୌଣସି ରାୟ ଦେଇନାହାନ୍ତି, ତେବେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଭାରତ ଏ ଯାଏଁ କରୋନା ଭୁତାଣୁ ବିସ୍ତାରର ଦ୍ଵିତୀୟ ସ୍ତର ବା ଷ୍ଟେଜ 2 ରେ ରହିଛି। ଷ୍ଟେଜ 3 ରେ ଏହା ବ୍ୟାପକ ଭାବେ ବ୍ୟାପିଥାଏ ଓ ଚତୁର୍ଥ ସ୍ତରରେ ଏହା ମହାମାରୀର ରୂପ ନେଇଥାଏ।

ଅନେକ ବରିଷ୍ଠ ସ୍ୱାସ୍ଥ୍ୟ ବିଶେଷଜ୍ଞ ମନେ ବିଭିନ୍ନ ଖବରକାଗଜ ସ୍ତମ୍ଭ, ବ୍ଲଗ ଓ ଟ୍ୱିଟ ଜରିଆରେ ଜଣାଇଛନ୍ତି ଯେ ମାର୍ଚ୍ଚ ମାସ ଶେଷ ପରେ ଭାରତର ପ୍ରକୃତ ସ୍ଥିତି ସାମ୍ନାକୁ ଆସିବ, କାରଣ ଏହି ସମୟ ମଧ୍ୟରେ ଆହୁରି ଅନେକ ଗୁଡିଏ ରକ୍ତ ପରୀକ୍ଷା ରିପୋର୍ଟ ସାମନାକୁ ଆସିବ।

ସେତିକି ସମୟ ପର୍ଯ୍ୟନ୍ତ କିଛି କହିବା ଅସମ୍ଭବ ବୋଲି ସେମାନେ କହିଛନ୍ତି।

ଜଳବାୟୁ ତାପମାତ୍ରା

ଜନସ୍ୱାସ୍ଥ୍ୟ ବିଷୟରେ କାମ କରୁଥିବା କିଛି ବ୍ୟକ୍ତି କହିଛନ୍ତି ଯେ ଭାରତରେ ଏହା ବ୍ୟାପକ ଭାବେ ବ୍ୟାପିବାର ଅନ୍ୟ ଏକ କାରଣ ହୋଇପାରେ ତାପମାତ୍ରା।

କାରଣ ଏ ଯାଏଁ ଯେଉଁ ସବୁ ଜାଗାରେ କରୋନା ବ୍ୟାପିବାରେ ଲାଗିଛି ସେହି ସବୁ ଦେଶର ହାରାହାରି ତାପମାତ୍ରା ପ୍ରାୟ 10 ଡିଗ୍ରୀରୁ କମ। ସେହିଦେଶ ଗୁଡିକ ହେଲେ ଚୀନ (9-16 ଡିଗ୍ରୀ),ଇଟାଲୀ (6 ଡିଗ୍ରୀ) , ଯୁକ୍ତରାଷ୍ଟ୍ର ଆମେରିକା (6 ଡିଗ୍ରୀ) , ସ୍ପେନ (10 ଡିଗ୍ରୀ), ଇରାନ (10 ଡ଼ିଗ୍ରୀ) । କେବଳ ଦକ୍ଷିଣ କୋରିଆ (16 ଡିଗ୍ରୀକୁ) ଛାଡି ଅନ୍ୟ ସବୁ ସଂକ୍ରମଣରେ ପୀଡିତ ଦେଶର ହାରାହାରି ତାପମାତ୍ରା ଅତ୍ୟନ୍ତ କମ ରହିଥିଲା ଯେଉଁଥିପାଇଁ ସେଠାରେ ବ୍ୟାପକ ଭାବେ ଏହାର ବିସ୍ତାର ହେଲା।

ଅନ୍ୟ ପକ୍ଷରେ ଭାରତରେ ଏହି ସମୟରେ ହାରାହାରି ତାପମାତ୍ରା 20-27 ଡ଼ିଗ୍ରୀ ରହିଛି, ଯାହା ଫଳରେ ଏହି ଜୀବାଣୁ ର ପ୍ରଭାବ ସେଭଳି ଭାବେ ଦେଖାଯାଇ ନାହିଁ ବୋଲି କିଛି ବ୍ୟକ୍ତି ଯୁକ୍ତି ବାଢ଼ିଛନ୍ତି।

ତେବେ ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଭାରତୀୟ ରକ୍ତ ପରୀକ୍ଷା ରିପୋର୍ଟ ସାମ୍ନାକୁ ଆସିବା ପରେ ଏହିସବୁ ଯୁକ୍ତି ଠିକ କି ଭୁଲ ତାହା ପ୍ରମାଣିତ ହୋଇଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ କହିଛନ୍ତି।

#HealthNews #coronaNews #Holi #CoronaVirus #govtofindia

©2020 betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon