ପିସ୍ତା ବାଦାମ ଖାଇଲେ ଚର୍ବି କମେ

Sunday, August 13, 2017


ପିସ୍ତା ବାଦାମ ହେଉଛି ଭିଟାମିନ ଏବଂ ଖଣିଜବ୍ରଦ୍ୟର ଏକ ଉତ୍ତମ ଗନ୍ତାଘର । ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା ଦୈନନ୍ଦିନ ଜୀବନରେ କିଛି ରୋଗରୁ ସୁଫଳ ମିଳିପାରିବ । ଆସନ୍ତୁ ଜାଣିବା ଏହି ପିସ୍ତା ବାଦାମର ଉପକାରିତା ସମ୍ପର୍କରେ ।

 
ପିସ୍ତାରେ ଅତ୍ୟଧିକ ପରିମାଣରେ ଥିବା ମନୋସାଚୁରେଟେଡ ଏବଂ ପଲି ସାଚୁରେଟେଡ ଫ୍ୟାଟ ରହିଛି ଯାହା ଶରୀରରେ ଅଦରକାରୀ  କୋଲେଷ୍ଟ୍ରୋଲ କମ କରିବାରେ ସାହାର୍ଯ୍ୟ କରେ । ଏଥିରେ ଥିବା ଫାଇବର ଶରୀରର ଅନାବଶ୍ୟକ ଦ୍ରବ୍ୟକୁ  କାଢି ଡିଟକ୍ସିଫାଏ କରିବା ସହିତ ହଜମ କ୍ରିୟାକୁ ସଠିକ କରିଥାଏ ।

 

ଜାତୀୟ କ୍ୟାନସର ଅନୁଷ୍ଠାନର ଏକ  ଅଧ୍ୟୟନ ଅନୁଯାୟୀ ଏହି ପ୍ରକାର ଉଚ୍ଚମାତ୍ରାର ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ସ୍ଥୁଳାନ୍ତ୍ର କ୍ୟାନସର ଏବଂ ସ୍ତନ କ୍ୟାନସର ସମ୍ଭାବନା କମ କରିଥାଏ ।

 

ପିସ୍ତାରେ ପ୍ରଚୁର ମାତ୍ରାରେ ଗ୍ଲାଇସେମିକ ଇଣ୍ଡେକ୍ସ ରହିଛି ଯାହା ଖାଦ୍ୟ ପରେ ରକ୍ତରେ ଶର୍କରା ସନ୍ତୁଳନ କରିବା ସହିତ ଡାଇବେଟିସ ଠାରୁ ରକ୍ଷା କରିଥାଏ । ରିବୋଫ୍ଲେବିନ ଏବଂ ଏଲ–

 

କାର୍ନିଟାଇନ ପୋଷଣ ଯୁକ୍ତ ପିସ୍ତା ଦ୍ୱାରା ମସ୍ତିକର କୋଷ ବୃଦ୍ଧି ହୋଇଥାଏ । ପିସ୍ତାରେ ମାଇକ୍ରୋନ୍ୟୁଟ୍ରିନେଟ ତଥା କ୍ୟାଲସିୟମ ଏବଂ ଫସଫରସରେ ଭରପୁର ରହିଥାଏ ତେଣୁ ତାହା ହାଡ ଏବଂ ଦାନ୍ତକୁ ଶକ୍ତିଶାଳୀ କରେ । ଏଥିରେ ଥିବା ସ୍ୱାସ୍ଥ୍ୟକର ଫାଇବର ଓଜନ କମାଇବାରେ ଏବଂ ହଜମ କ୍ରିୟା ବୃଦ୍ଧି କରିଥାଏ ।

 

ପ୍ରତିଦିନ ପିସ୍ତା ବାଦାମର ସେବନ ଦ୍ୱାରା କେଶ ସମସ୍ୟା ତଥା କେଶ ଝଡା, ରୁପି ଏବଂ କେଶର  ଶୁଷ୍କତାରୁ ଉପଶମ ମିଳିଥାଏ । 

Tags:

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon