ଫେସବୁକ୍ ନୂଆ ଚେହେରା ଖୁବ ଶୀଘ୍ର

Wednesday, August 16, 2017

 ଫେସବୁକର ଡିଜାଇନ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ବ୍ଲଗ ଅନୁଯାୟୀ ଏହି ସାମାଜିକ ନେଟୱର୍କିଙ୍ଗ କମ୍ପାନୀ ଖୁବ ଶୀଘ୍ର ତାର ୱେବଡିଜାଇନରେ ପରିବର୍ତ୍ତନ ଆଣିବାକୁ ଯାଉଛି । ଆଜି ପ୍ରକାଶିତ ହେଇଥିବା ଏକ ବ୍ଲଗରେ ଡିଜାଇନର ରିୟାନ ଫେରିଟାସ ଓ ଶେଲି ଙ୍ଗୁୟେ ଲେଖିଛନ୍ତି ଯେ, ନିକଟରେ ସେମାନେ ଫେସବୁକର ନ୍ୟୁଜଫୀଡ (ଆପଣଙ୍କ ମୋବାଇଲ/କମ୍ପୁଟରରେ ଦେଖାଯାଉଥିବା ବିଭିନ୍ନ ବନ୍ଧୁଙ୍କ ପୋଷ୍ଟ ଇତ୍ୟାଦି) କୁ ଅଧିକ ଆକର୍ଷଣୀୟ କରିବାପାଇଁ ମନସ୍ଥ କରିଥିଲେ ଓ ବିଭିନ୍ନ ଲୋକଙ୍କ ମତାମତ ନେବା ପରେ ସେମାନେ ଏହାକୁ ଅଧିକ ପଠନଯୋଗ୍ୟ ଓ ଆକର୍ଷଣୀୟ କରିପାରିଛନ୍ତି । 

 

 

ଏହି ଡିଜାଇନର ମୂଳ ଉଦ୍ଦେଶ୍ୟ ଥିଲା ବଡ ବଡ ଫୋଟୋ ଓ ଆକର୍ଷଣୀୟ ଅକ୍ଷରସଜ୍ଜା ବ୍ୟବହାର କରି ବିଭିନ୍ନ ପୋଷ୍ଟର ଡିଜାଇନକୁ ଅଧିକ ଆକର୍ଷଣୀୟ କରିବା, ଯାହା ଫଳରେ ଫେସବୁକ ସଦସ୍ୟମାନେ ଉକ୍ତ ପୋଷ୍ଟକୁ ଦେଖି ସେଥିରେ ମତାମତ ଦେବାକୁ ବା ଲାଇକ କରିବାକୁ ମନ ବଳାଇବେ।  

 

ଆକର୍ଷକ ମତାମତ ବିଭାଗ 

 

ପୂର୍ବରୁ ଫେସବୁକରେ ମତାମତ ବା କମେଣ୍ଟ ଦେବା ଅଂଶଟି ମେସେଜ ବାକ୍ସ ପରି (ଥାକ ଥାକ ପରି) ରହୁଥିଲା । ଏ ବିଷୟରେ ଅନ୍ୟାନ୍ୟ ସୋସିଆଲ ନେଟୱର୍କିଙ୍ଗ ୱେବସାଇଟ ଦେଖିବା ପରେ ଫେସବୁକର ଡିଜାଇନର ମାନେ ଏହି ଅଂଶକୁ ଆହୁରି ଆକର୍ଷକ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ପରିବର୍ତ୍ତନ ପରେ ସଦସ୍ୟମାନେ ନିଶ୍ଚିତ ରୂପେ ଯେ କୌଣସି ପୋଷ୍ଟରେ କମେଣ୍ଟ କରିବା ଲାଗି ଅଧିକ ଉତ୍ସାହିତ ହେବେ ବୋଲି ଏହି କର୍ମଚାରୀ ଦ୍ୱୟ ଆଶା ପ୍ରକାଶ କରିଛନ୍ତି ।

 

ସରଳ ନାଭିଗେସନ 

 

ଫେସବୁକର ନୂତନ ନାଭିଗେସନ ପ୍ରଣାଳୀରେ ଏବେ ଗୋଟେ ପୋଷ୍ଟରୁ ଅନ୍ୟ ଏକ ପୋଷ୍ଟ ଯିବା ଅତି ସହଜ। ପୂର୍ବ ଡିଜାଇନରେ ଗୋଟିଏ ପୋଷ୍ଟରେ କମେଣ୍ଟ କଲାବେଳେ, ବିଶେଷତଃ ମୋବାଇଲ ଦର୍ଶକ ମାନେ ହଇରାଣର ସମ୍ମୁଖୀନ ହେଉଥିଲେ କାରଣ ଅନେକ ଏଥିରେ 'ବ୍ୟାକ" ବୋତାମ ଖୋଜି ପାଉ ନ ଥିଲେ । ଏବେ ହାତରେ ବାମଦିଗକୁ ଘଷିବା ମାନେ ମୂଳପୃଷ୍ଠାକୁ ଆସିବା ସହଜ ହେବ । ଏଥି ସହିତ ମୂଳପୃଷ୍ଠାରେ ରହି ଗୋଟିଏ ପୋଷ୍ଟକୁ ହାତ ଆଙ୍ଗୁଠି ସାହାଯ୍ୟରେ ଛୋଟ ବା ବଡ କରିହେବାର ବ୍ୟବସ୍ଥା ମଧ୍ୟ ଏହି ନୂତନ ଡିଜାଇନରେ ରହିଛି ।    

 

 ****

 

 

 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon