ଦାଢି  ରଖିବାକୁ ଇଛୁକ ! ଏହି 5ଟି କଥା ଜାଣିରଖନ୍ତୁ

Monday, August 21, 2017

ଆଜିକାଲି ଦାଢି ରଖିବା, ନିଶ ବେଢେଇବା ଆମ ସମାଜରେ ଆଦୃତ ହେଲାଣି । ଅଫିସ ହେଉ ବା କଲେଜ, ଏବେ ଦାଢି ରଖିବା ଆଉ ଅଭଦ୍ରାମିର ପରିଚୟ ନୁହେଁ । ନିଜ ଇଚ୍ଛା ମୁତାବକ ଆପଣ ଦାଢି  ବା ନିଶ ଅଥବା ଉଭୟ ରଖିପାରିବେ । ତେବେ ଅନ୍ୟମାନଙ୍କୁ ଦେଖି ଯଦି ଆପଣଙ୍କର ମଧ୍ୟ ଦାଢି ବା ନିଶ ରଖିବାକୁ ଇଚ୍ଛା ହେଉଛି , ଏହି ସବୁ ବିଷୟ ପ୍ରତି ଧ୍ୟାନ  ଦିଅନ୍ତୁ ।    

 

ଦାଢି ସଜାନ୍ତୁ

ଦାଢି ରଖିବା ଆଜିକାଲିର ସମୟ ପାଇଁ ଉପଯୋଗୀ । ବିବାହ ଆଦି ଉତ୍ସବ ହେଉ ବା ଆପଣଙ୍କ ପ୍ରେମିକାଙ୍କ ସହ ପ୍ରଥମ ସାକ୍ଷାତ (ଡେଟିଙ୍ଗ), ପ୍ରତ୍ୟେକଟି କ୍ଷେତ୍ର ପାଇଁ ଦାଢି, ନିଶ ରଖିହେବ। ତେବେ ଏହା ଅନାବନା ନ ହୋଇ ସୁନ୍ଦର ଦିଶିବା ଦରକାର। ଏଥିପାଇଁ ସବୁବେଳେ ଏହାକୁ ମେସିନ ବା କଇଁଚି ସାହାଯ୍ୟରେ କାଟି ଛୋଟ ରଖିବା ଆବଶ୍ୟକ । ସୁନ୍ଦର ଭାବେ କଟା ଯାଇଥିବା ଦାଢି ଏହା ଦର୍ଶାଏ ଯେ ଆପଣ ନିଜ ବେଶଭୁଷା ପ୍ରତି ସଚେତନ, ଫଳରେ ସାକ୍ଷାତ କରୁଥିବା ବ୍ୟକ୍ତି ଆପଣଙ୍କୁ ସମ୍ମାନ ଦେଇଥାଏ ।

 

ଆଖି ଚୁଟି

ଜଣେ ମଣିଷର ଚେହେରାର ସବୁଠୁ ଆକର୍ଷଣୀୟ ଅଂଶ ହେଲା ତାର ଆଖି । ଆଖି ଜରିଆରେ ମନୁଷ୍ୟ ଅନେକ ଭାବନାକୁ ପ୍ରତିଫଳିତ କରାଇଥାଏ । କଥା କହିବା ସମୟରେ ଆଖି ଉପରେ ଦୃଷ୍ଟି ନିବଦ୍ଧ ରହୁଥିବାରୁ, ଆଖି ଉପର କେଶର ଯତ୍ନ ନେବା ଆବଶ୍ୟକ। ଭଲ ଭାବେ ସାଇଜ କରାଯାଇଥିବା ଆଖି ଚୁଟି ଆପଣଙ୍କ ବ୍ୟକ୍ତିତ୍ଵର ବିକାଶରେ ସହାୟକ ହେଇଥାଏ । ଏହା କରିବା ଦ୍ଵାରା ଆପଣଙ୍କ ସାଥି ଅଧିକ ଆକୃଷ୍ଟ ହେଇ ଆପଣଙ୍କ କଥାକୁ ଧ୍ୟାନର ସହିତ ଶୁଣନ୍ତି ।   

 

ଅନାବଶ୍ୟକ କେଶ

ନିଶ ଓ ଦାଢି ରଖିବାକୁ ଇଚ୍ଛୁକ ଥିବା ପୁରୁଷମାନେ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଜରୁରୀ , ନଚେତ ଏହା ତାଙ୍କ ସବୁ ପରିଶ୍ରମକୁ ବ୍ୟର୍ଥ କରିଦେଇଥାଏ । ନିଜ ଦାଢି ଓ ନିଶକୁ ଛୋଟ କରିବା ସହିତ ମୁହଁରେ ଥିବା ଅଯଥା ଚୁଟି ଯଥା କାନ ଉପରେ ଓ ନାକ ଚୁଟିକୁ କାଟି ସଫା କରିବା ଆବଶ୍ୟକ । ସେହିପରି ବେକ ପଛପଟେ ଥିବା ଅନାବଶ୍ୟକ କେଶକୁ ମଧ୍ୟ କାଟି ସଫା ରଖିବା ଉଚିତ । ସେଲୁନ ନ ଯାଇ ପାରିଲେ ମଧ୍ୟ ଆପଣ ନିଜେ ଏହି ସବୁ କାମ ଘରେ କରିପାରିବେ ।

 

ଜରୁରୀ ସରଞ୍ଜାମ

 

ଦାଢି, ନିଶ ଟ୍ରିମ (ଛୋଟ) କରିବା, ଅନାବଶ୍ୟକ ଚୁଟି କାଟିବା ତଥା ଦାଢି ଓ ନିଶର ଆବଶ୍ୟକ ଯତ୍ନ ରଖିବା ପାଇଁ କିଛି ସରଞ୍ଜାମ ଘରେ ରଖିବା ଜରୁରୀ । ଏଥିପାଇଁ ଆପଣ ବଜାରରେ ମିଳୁଥିବା ବିଭିନ୍ନ ଟ୍ରିମର, କଇଁଚି ଓ ଦାଢି ଏବଂ ନିଶ ପାଇଁ ବାମ (କ୍ରିମ) ଲଗେଇପାରିବେ । ଏହିସବୁ ଜିନିଷ ଆପଣ ଅନଲାଇନରେ amazon.in, happilyunmarried.com, flipkart ପରି ୱେବସାଇଟରେ ମଗେଇ ପାରିବେ ।   

 

ନିୟମିତ କରନ୍ତୁ

ନିଜକୁ ସଜେଇହେବା ଏକ ଭଲ ଅଭ୍ୟାସ । ତେବେ ନିଜ ମୁହଁର ଯତ୍ନ ଆପଣଙ୍କୁ ନିୟମିତ ନେବାକୁ ହେବ । ଏଥିପାଇଁ ସପ୍ତାହର କୌଣସି ଗୋଟିଏ ଦିନ ସ୍ଥିର କରନ୍ତୁ  ଓ ସେହିଦିନ ଏହିସବୁ କାମ ଘରେ କରନ୍ତୁ । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon