ଆସୁଛି ଏୟାରଟେଲ 4G ସ୍ମାର୍ଟ ଫୋନ ୨୫୦୦ ଟଙ୍କାରେ

Tuesday, August 22, 2017

 

ଆଗାମୀ ଦିପାବଳୀ ପୂର୍ବରୁ ଦେଶର ସର୍ବବୃହତ ଟେଲିକମ କମ୍ପାନୀ ଏୟାରଟେଲ୍ ପକ୍ଷରୁ 4G ସ୍ମାର୍ଟ ଫୋନ ବିକ୍ରି ହେବାର ଯୋଜନା ଆରମ୍ଭ  ହେବାକୁ ଯାଉଛି । ମାତ୍ର ୨୫୦୦ ଟଙ୍କାରେ ଉପଲବ୍ଧ ହେବାକୁଥିବା ଉକ୍ତ 4G ଫୋନ୍ ଜିଓ ଫୋନକୁ ଟକ୍କର ଦେବା ପାଇଁ ଆରମ୍ଭ ହୋଇଛି ।

 

ତେବେ ରିୟାଏନ୍ସ ଜିଓ ନିଜସ୍ଵ ଫୋନ ତିଆରି କରୁଥିବାବେଳେ ଏୟାରଟେଲ କିନ୍ତୁ ବିଭିନ୍ନ ସହଯୋଗୀ କମ୍ପାନୀ ମାନଙ୍କ ସହିତ ମିଶି ଏହି ଶସ୍ତା ସ୍ମାର୍ଟଫୋନ ବଜାରକୁ ଛାଡିବାର ଯୋଜନା ରଖିଛି ବୋଲି ମଙ୍ଗଳବାର ଦିନ ଏକ ପ୍ରେସ ବିଜ୍ଞପ୍ତିରେ କହିଛି । ସୂଚନାଯୋଗ୍ୟ କି ଜିଓ ଏହିଭଳି ଫୋନର ଦାମ ୧୫୦୦ ଟଙ୍କା ରଖିଛି ।

 

ଏୟାରଟେଲ୍ ପକ୍ଷରୁ ଏବେ ଫୋନ ଓ ସେବା ମିଳିତ ଭାବେ ଯୋଗାଇବାର ବିଚାର କରାଯାଉଥିବା ବେଳେ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ଏକ ଉନ୍ନତ ଫୋନ୍ ପ୍ରଦାନ ପାଇଁ ବିଭିନ୍ନ ହ୍ୟାଣ୍ଡସେଟ୍ ନିର୍ମାତା ମାନଙ୍କ ସହିତ କଥାବାର୍ତ୍ତା ଚାଲୁ ରହିଛି । ବିଭିନ୍ନ ଫିଚର ଫୋନ୍ ତୁଳନାରେ ଏହି ସ୍ମାର୍ଟ ଫୋନରେ ବଡ ସ୍କ୍ରିନ, ଉନ୍ନତ କ୍ୟାମେରା ଏବଂ ଉକ୍ତୃଷ୍ଟ ବ୍ୟାଟେରି କ୍ଷମତା ପ୍ରଦାନ କରିବାର ଯୋଜନା ରହିଛି । 

 

ବିଶେଷ ସୂତ୍ରରୁ ଜଣାପଡିଛି ଯେ ଏୟାରଟେଲର ଏହି ସ୍ମାର୍ଟଫୋନ ଘରୋଇ ଫୋନ ପ୍ରସ୍ତୁତକାରୀ କମ୍ପାନୀ ଲାଭା ଏବଂ କାର୍ବନ ଦ୍ୱାରା ନିର୍ମାଣ କରାଯିବ । ତେବେ ଏହି ଫୋନ କିଣୁଥିବା ଗ୍ରାହକମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ମାଗଣାରେ ଏୟାରଟେଲ ତରଫରୁ ଯୋଗାଯାଉଥିବା ଆପ ଡାଉନଲୋଡ କରିବାର ସୁବିଧା ପାଇ ପାରିବେ ।

 

ଏହି ଏୟାରଟେଲ ସ୍ମାର୍ଟ ଫୋନ ବିକ୍ରି ଶୁଭାରମ୍ଭ ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଜିଓ ମଧ୍ୟ ପାଖାପାଖିଏହି ସମୟରେ ନିଜର ଶସ୍ତା ସ୍ମାର୍ଟଫୋନ ବିକ୍ରି କରିବାର ଯୋଜନା ରଖିଛି । 

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon