ପାପୁଲି ରେଖା 'X' ପରି ଦିଶୁଛି? ଜାଣନ୍ତୁ ଭବିଷ୍ୟତ

Tuesday, August 22, 2017

ହାତ ପାପୁଲିରେ ଅନେକ ରେଖା ରହିଛି। ଏହି ରେଖା କେବେକେବେ ପରସ୍ପରକୁ ସମକୋଣରେ ତ ଆଉ କେବେ ଅନ୍ୟାନ୍ୟ କୋଣରେ ଅତିକ୍ରମ କରି ଛନ୍ଦି ହେବା ହୋଇ ରହିଥାଏ। ଏଭଳି ମଧ୍ୟ ଦେଖାଯାଏ କି କିଛି ସ୍ଥାନରେ ଏହି ଏହିପରି ଛନ୍ଦି ହେଇ ରହିଥିବା  ରେଖା କୌଣସି ନା କୌଣସି ଇଂରାଜୀ ଅକ୍ଷରକୁ ସୂଚିତ କରିଥାଏ ଯଥା A ବା X ଇତ୍ୟାଦି ।

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ରେଖାଗୁଡ଼ିକରୁ ବ୍ୟକ୍ତିତ୍ୱ ଓ ଭବିଷ୍ୟତ ସମ୍ପର୍କରେ ବହୁ ମାତ୍ରାରେ ସୂଚନା ମିଳିପାରିଥାଏ ।  

 

ଏହି ‘X’ ଅକ୍ଷର ଅଧିକ ଲୋକଙ୍କ ପାପୁଲିରେ ନଥାଏ। ମାତ୍ର ୩ ପ୍ରତିଶତ ଲୋକଙ୍କ ପାପୁଲିରେ ଏହି ରେଖା ଦେଖିବାକୁ ମିଳିଥାଏ। ଯଦି ଆପଣଙ୍କ ପାପୁଲିର ରେଖା ‘X’ ଅକ୍ଷରକୁ ସୂଚାଉଛି, ତେବେ ଆପଣଙ୍କ ସ୍ୱଭାବ ଓ ଭବିଷ୍ୟତ କେମିତି ରହିବ ଆସନ୍ତୁ ଜାଣିବା।

 

୧. ପାପୁଲିର ରେଖା ‘X’ ଅକ୍ଷର ସୂଚାଉ ଥିଲେ ବ୍ୟକ୍ତିଙ୍କୁ ସମାଜରେ ପ୍ରତିଷ୍ଠା ମିଳିଥାଏ। ସେମାନେ ସବୁ କାମରେ ସଫଳ ହୋଇଥାନ୍ତି। ଯଦି କୌଣସି ବ୍ୟକ୍ତିର ଦୁଇ ହାତର ପାପୁଲି ‘X’ ଅକ୍ଷର ସୂଚାଉ ଥାଏ, ତାହାହେଲେ ସେମାନେ ଏପରି କିଛି କାମ କରିଥାନ୍ତି, ଯେଉଁଥି ପାଇଁ ସେମାନଙ୍କୁ ଲୋକେ ସବୁବେଳେ ମନେ ରଖିଥାନ୍ତି।

 

୨. ପାପୁଲିର ଗୁରୁ ପର୍ବତ ରେଖା ଉପରେ ‘X’ ଅକ୍ଷର ସୂଚାଉ ଥିଲେ ଭବିଷ୍ୟ ଖୋଲିଯାଇ ଥାଏ। ସେମାନେ ଧନ ଓ ସମ୍ମାନର ଅଧିକାରୀ ହୋଇଥାନ୍ତି।

 

୩. ପାପୁଲିର ଭାଗ୍ୟରେଖା ଉପରେ ପାଖରେ ‘X’ ଅକ୍ଷର ସୂଚାଉ ଥିଲେ ଏହା ଶୁଭଙ୍କର ନୁହେଁ। ଭବିଷ୍ୟତ ଗଢ଼ିବାରେ ବାଧା ସୃଷ୍ଟି ହୋଇଥାଏ। ଏହି ରେଖା ବ୍ୟକ୍ତିଙ୍କ ପରେ ପରିବାର ଓ ସାଙ୍ଗମାନେ ସବୁବେଳେ ଅସନ୍ତୋଷ ରହିଥାନ୍ତି।

 

୪. ପାପୁଲିର ମସ୍ତିଷ୍କ ରେଖା ଉପରେ ‘X’ ଅକ୍ଷର ସୂଚାଉ ଥିଲେ ଏହା ଅତ୍ୟନ୍ତ ଖରାପ। ଏହି ରେଖା ଥିବା ବ୍ୟକ୍ତିର ମାନସିକ ସ୍ଥିତି ଖରାପ ରହିଥାଏ। ସେ କିଛି ନା କିଛି ମାନସିକ ସମସ୍ୟାରେ ଗତି କରିଥାନ୍ତି।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©2020 Betara

World Trends Odia News at your fingertip-Betara

  • Facebook Social Icon
  • Twitter Social Icon