ମାଇକ୍ରୋମାକ୍ସର କାନଭାସ୍ ଇନଫିନିଟି ଟ9,999/-ରେ

Tuesday, August 22, 2017

ଭାରତର ମଧ୍ୟବିତ୍ତ ସମାଜକୁ ଆଖିଆଗରେ ରଖି ମାଇକ୍ରୋମାକ୍ସ ଏହାର ବ୍ୟୟସାପେକ୍ଷ ସ୍ମାର୍ଟଫୋନ କାନଭାସ ଇନଫିନିଟିକୁ ଟ୯,୯୯୯ରେ ଉନ୍ମୋଚନ କରାଇଛି । ଏହି ଫୋନର ବିକ୍ରି ସେପ୍ଟେମ୍ବର 1ରୁ କେବଳ ଆମଜନ ୱେବସାଇଟରେ କିଣିବାପାଇଁ ଉପଲବ୍ଧ ହେଉଥିବାବେଳେ,ଏହାର ରେଜିଷ୍ଟ୍ରେସନ୍ ଆଜିଠୁ ଆରମ୍ଭ ହୋଇଯାଇଛି ।

 ମାଇକ୍ରୋମାକ୍ସର ଏହି ସ୍ମାର୍ଟଫୋନଟି ହାଇ-ଏଣ୍ଡ କ୍ୟାମେରା, ଆଧୁନିକ ଫିଚର ସହ ବେଜେଲ-ଲେସ୍ ଡିଜାଇନ୍  ଏବଂ ୧୮:୯ ରେସିଓ ଡିସପ୍ଲେ ରେ ଆସୁଛି । ଏହି ବେଜେଲ ଲେସରେ ଫୋନର ଅର୍ଥ ଏଥିରେ ଫୋନ ଡିଶପ୍ଲେ କାଚ ଚାରିପଟେ କୌଣସି ପ୍ଲାଷ୍ଟିକ ବା ମେଟାଲ ବର୍ଡର ରହିବ ନାହିଁ, ଫଳରେ ଭିଡିଓ ଆଦି ମନୋରଞ୍ଜନ ଆହୁରି ଅଧିକ ଆକର୍ଷଣୀୟ ହେଇପାରିବ ।

 

କାନଭାସ ଇନଫିନିଟିର ଅଧିକାଂଶ ଅଂଶ ସଂପୂର୍ଣ୍ଣ ମେଟାଲରେ ତିଆରି ହୋଇଥିବା ବେଳେ ଉପର ଏବଂ ତଳ ଭାଗଟି ପ୍ଲାଷ୍ଟିକରେ ତିଆରି  । ଏହାର ପଛପାଶ୍ୱର୍ରେ ଫିଙ୍ଗରପ୍ରିଣ୍ଟ ସେନସର ମଧ୍ୟ ଅଛି । ସାମସଙ୍ଗ ଗ୍ୟାଲେକ୍ସି S8 ଏବଂ ଗ୍ୟାଲେକ୍ସି S8+  ପରି ମାଇକ୍ରୋମାକ୍ସ କାନଭାସ୍ ଇନଫିନିଟିରେ ମଧ୍ୟ ୫.୭ଇଞ୍ଚର ଆଇପିଏସ୍ ସ୍କ୍ରିନ ରହିଛି ।

 

ଏହାର ସ୍ମାର୍ଟଫୋନର ସବୁଠାରୁ ମୁଖ୍ୟ ଲକ୍ଷଣଟି ହେଲା କମ୍ପାନୀ ଏହାର ସାମ୍ନା ଭାଗରେ ୧୬ ଏମପି କ୍ୟାମେରା ଦେବା ସହ ରିୟଲ ଟାଇମ ବୋକେ ଇଫେକ୍ଟ, ଅଟୋ ସେନ୍ସ ଡିଟେକ୍ସସନ ଏବଂ ୧୮:୯ର କ୍ୟାମେରା ରଖିଛି । ଅଟୋ ସେନ୍ସ ଡିଟେକେସନର ସଫ୍ଟୱେର ଦ୍ୱାରା ଅତି ସହଜରେ ନାଇଟ ମୋଡ୍, ପ୍ରୋଟ୍ରେଟ୍ ମୋଡ ଏବଂ ଏଚଡିଆର ମୋଡ ପ୍ରଭୃତି ସହଜରେ ଚୟନ କରିହେବ । ଏହାର ପଛ ଭାଗରେ  ୧୩ MP କ୍ୟାମେରା ସହ F/୨.୦ ଆପରେଚର ରହିଛି ।

ମାଇକ୍ରୋମାକ୍ସ କାନଭାସ ଇନଫିନିଟିରେ ୧.୪GH କ୍ୱାଡ-କୋର ସ୍ମାପଡ୍ରାଗନ ୪୨୫ SOC ଥିବା ସହ ଏହା ୩ଜିବି RAM ଏବଂ ୩୨ ଜିବି ଇଣ୍ଟରନାଲ ମେମୋରି ରହିଛି । ଏହାର ଷ୍ଟୋରେଜ ବ୍ୟବସ୍ଥା ଆବଶ୍ୟକ ମାଇକ୍ରୋ SD କାର୍ଡ ଭଳି ୨୫୬  ଜିବି ପର୍ଯ୍ୟନ୍ତ ସଂପ୍ରସାରିତ ହୋଇପାରିବ । ଏଥି ସହ 4ଜି VOLTE, ୟୁଏସବି ଓଟିଜି, ଦୁଇଟି ସିମ୍ ପାଇଁ ଜାଗା ମଧ୍ୟ ରହିଛି । ଫୋନଟିରେ ଆଣ୍ଡ୍ରଏଡ ୭.୧.୧ ଅପରେଟିଙ୍ଗ ସିଷ୍ଟମ ଥିଲାବେଳେ ଏହାର ବ୍ୟାଟେରୀ କ୍ଷମତା ୨୯୦୦MAH ର ରହିଛି, ଯାହାକି ଫୋନର ଦାମ ଅନୁସାରେ ଯଥେଷ୍ଟ ।

Share on Facebook
Share on Twitter
Please reload

ଅନ୍ୟାନ୍ୟ ବେତାର
Please reload

©୨୦୧୯ବେତାର 

World Trends Odia News at your fingertip-Betara

  • Facebook Social Icon
  • Twitter Social Icon